ETV Bharat / state

ବଲାଙ୍ଗୀରରେ ପୁଣି ନକଲି ଶିକ୍ଷକ, ଥାନାରେ ମାମଲା

author img

By ETV Bharat Odisha Team

Published : Jan 27, 2024, 10:57 PM IST

ବଲାଙ୍ଗୀରରେ ପୁଣି ନକଲି ଶିକ୍ଷକ , ଥାନାରେ ମାମଲା ରୁଜୁ
ବଲାଙ୍ଗୀରରେ ପୁଣି ନକଲି ଶିକ୍ଷକ , ଥାନାରେ ମାମଲା ରୁଜୁ

Fake Teacher case in Balangir: ପୁଣି ଜଣେ ନକଲି ଶିକ୍ଷକ ଚାକିରିରୁ ବିଦା ହୋଇଛନ୍ତି । ଜାଲ ପ୍ରମାଣ ପତ୍ରଦେଇ ୧୯୯୦ରୁ ଚାକିରୀ କରୁଥିବା ଅଭିଯୋଗ । ବର୍ତ୍ତମାନ ଶିକ୍ଷକ ଜଣକ ଫେରାର ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ବଲାଙ୍ଗୀର: ଜିଲ୍ଲାରେ ପୁଣି ଧରାପଡ଼ିଲେ ଜଣେ ନକଲି ଶିକ୍ଷକ । ଜାଲ ସାର୍ଟିଫିକେଟ ଦେଇ ୩୪ ବର୍ଷ ହେଲା କରୁଥିଲେ ସରକାରୀ ଚାକିରି । ତାଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡ଼ିବା ପରେ ଚାକିରିରୁ ବିଦା କରିଛି ଶିକ୍ଷା ବିଭାଗ । ନକଲି ଶିକ୍ଷକ ଜଣକ ହେଉଛନ୍ତି ସୁକାନ୍ତ କୁମାର ମନ୍ତ୍ରୀ । ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । ବଲାଙ୍ଗୀର ଜାଲ ସାର୍ଟିଫିକେଟରେ ଅନେକ ସରକାରୀ ଚାକିରି ହାତେଇଥିବାର ଅଭିଯୋଗ ଆସିଥିଲା । ଏହାପରେ ଧରାପଡୁଛନ୍ତି ଗୋଟିଏ ପରେ ଗୋଟିଏ ନକଲି ଶିକ୍ଷକ ।

ତେବେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ସରକାରୀ ବାଳକ ୟୁପି ବିଦ୍ୟାଳୟରେ ସହାୟକ ଚାକିରି କରୁଥିବା ସୁକାନ୍ତ କୁମାର ମନ୍ତ୍ରୀ ଏସଟିଟିସି ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବାର ଅଭିଯୋଗ ଆସିଥିଲା । ଯାହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେବା ପରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଏହି ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଇଥିଲେ । ତେବେ ରାଜ୍ୟ ବିଏସଇ ବିଭାଗ ଏହି ସାର୍ଟିଫିକେଟ ଜାଲ ବୋଲି ସ୍ପଷ୍ଟ କରିଥିଲା । ଯାହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁକାନ୍ତ କୁମାର ମନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଜୁନିଅର ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ୍, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ତେବେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଜାଲ ସାର୍ଟିଫିକେଟ ମାମଲରେ ତାଙ୍କ ନାଁରେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ସଂପୃକ୍ତ ଶିକ୍ଷକ ଏବେ ଫେରାର ଥିବାର ଜଣା ପଡ଼ିଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରିରଖିଛି । ବହିଷ୍କୃତ ସୁକାନ୍ତ କୁମାର ମନ୍ତ୍ରୀ କଟକ ନିବାସୀ ହୋଇଥିବା ବେଳେ ସେ 1990ରୁ ଏହି ଜାଲ ସାର୍ଟିଫିକେଟ ଚାକିରି କରୁଥଲେ । ବର୍ତ୍ତମାନ ସେ ବଙ୍ଗୋମୁଣ୍ଡାର ସରକାରୀ ବାଳକ ୟୁପି ସ୍କୁଲରେ ସହାୟକ ଶିକ୍ଷକ ଭାବରେ କାର୍ଯ୍ୟକରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ଅନିୟମିତତା; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ


ଅନ୍ୟପଟେ ଜିଲ୍ଲାରେ ଏଭଳି ବାରମ୍ବାର ଜାଲ ଶିକ୍ଷକ ଧରାପଡ଼ିବା ଘଟଣା ଶିକ୍ଷା ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଜାଲ ପ୍ରମାଣ ପତ୍ରର ଚେର କେଉଁଆଡେ ଲମ୍ବିଛି ତାହା ପୋଲିସ ତଦନ୍ତ କରୁଛି । ବିଶେଷ କରି ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟ ପର୍ଦ୍ଦାଫାଶ ହେବାପରେ ଏହି ଅଭିଯୋଗ ଆସିଥିଲା । ଏଥିରେ ଗୋଟିଏ ପରେ ଗୋଟିଏ ନକଲି ସାର୍ଟିଫିକେଟ ଧାରୀ ଏଯାବତ୍ ଜେଲ ଯାଇଛନ୍ତି ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.