ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଭଣ୍ଡବାବାକୁ 20 ବର୍ଷ ଜେଲଦଣ୍ଡ

author img

By ETV Bharat Odisha Team

Published : Jan 20, 2024, 10:27 PM IST

ନାବାଳିକା ଦୁଷ୍କର୍ମ ମାମଲାରେ ଭଣ୍ଡବାବାକୁ 20 ବର୍ଷ ଜେଲଦଣ୍ଡ
ନାବାଳିକା ଦୁଷ୍କର୍ମ ମାମଲାରେ ଭଣ୍ଡବାବାକୁ 20 ବର୍ଷ ଜେଲଦଣ୍ଡ

Fake Tantrik in jail for raping minor girl: ଜଗତସିଂହପୁରରେ ନାବାଳିକା ଦେହରୁ ଭୂତ ଛଡ଼ାଇବା ବାହାନା କରି ନାବାଳିକାକୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଭଣ୍ଡ ବାବାକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ 30 ହଜାର ଟଙ୍କା ଜୋରିମାନା । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲାରେ ଭଣ୍ଡବାବାକୁ 20 ବର୍ଷ ଜେଲଦଣ୍ଡ

ଜଗତସିଂହପୁର: ଶେଷରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା । ଦୁଷ୍କର୍ମ ଅଭିଯୋଗରେ ଭଣ୍ଡ ବାବାଙ୍କୁ ହୋଇଛି ଜେଲଦଣ୍ଡ । ଜଗତସିଂହପୁର ନାବାଳିକା ଦେହରୁ ଭୂତ ଛଡ଼ାଇବା ବାହାନା କରି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ 66 ବର୍ଷୀୟ ତାନ୍ତ୍ରିକ ବାବା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜଗତସିଂହପୁର ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ 30 ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତ୍ରିତଲ ଥାନା ଅନ୍ତର୍ଗତ ଧୂଆଁପାରି ଗ୍ରାମର ଅଲେଖ ନାୟକ ଓରଫ ମଣିଆ ବାବା ସେଠାରେ ଏକ ମଠ କରି ଝାଡ ଫୁଙ୍କା କରୁଥିଲେ । ଏହି ବାବା ଜଣଙ୍କ ନିଜକୁ ତାନ୍ତ୍ରିକ ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ କରେଇବା ସହିତ ତାଙ୍କ ପାଖକୁ ଆସିଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହି ଲୋକଙ୍କୁ ପ୍ରଭାବିତ କରୁଥିଲା । ତେବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କର 14 ବର୍ଷୀୟ ନାଁ ବାଳିକାର ଜର ଛାଡି ନଥିଲା । ଫଳରେ ନାଁ ବାଳିକା ଦେହରେ ଭୂତ ସବାର ହୋଇଛି ବୋଲି ପରିବାର ଲୋକେ ଭାବି ଭଣ୍ଡବାବା ମଣିଆ ପାଖକୁ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ .... ନାବାଳିକା ଦୁଷ୍କର୍ମ ମାମଲା:ଦୋଷୀକୁ 20ବର୍ଷ ସଜା; ପୀଡିତାଙ୍କୁ 11ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ


ଭଣ୍ଡ ବାବା ମଣିଆ ନାବାଳିକା ଝିଅକୁ ଦେଖି ତା ଦେହରେ ଭୂତ ସବାର ହୋଇଛି କହିବା ସହିତ ଏକାକୀ ପୂଜା କଲେ ଭୂତ ଛାଡି ଚାଲିଯିବ ବୋଲି ପରିବାର ଲୋକଙ୍କୁ କହିଥିଲା । ପରିବାର ଲୋକେ ଏଥିରେ ରାଜି ହୋଇ ଯାଇଥିଲେ । ଭଣ୍ଡବାବା ଏକ ଘରେ ପୂଜା କରିବା ବାହାନାରେ ନାବାଳିକାକୁ ରଖି ପରିବାର ଲୋକଙ୍କୁ ସେଠାରୁ ଚାଲିଯିବା ପାଇଁ କହିଥିଲା । ପରିବାର ଲୋକେ ଚାଲିଯିବା ପରେ ଭଣ୍ଡ ବାବା ମଣିଆ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ସବୁ ନାବାଳିକା ପରିବାର ଲୋକଙ୍କୁ କହିବା ପରେ ଏ ସମ୍ପର୍କରେ ପରିବାର ଲୋକେ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତିର୍ତ୍ତୋଲ ପୋଲିସ ଏହି ଘଟଣାକୁ ନେଇ 252/2016ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ତିର୍ତ୍ତୋଲ ପୋଲିସ ଅଭିଯୁକ୍ତ ମଣିଆ ବିରୋଧରେ 376(D)/376(1)/ଓ 506/34 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ 8ବର୍ଷର ଆଇନଗତ ଲଢେଇ ପରେ ଜଗତସିଂହପୁର ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତ ଭଣ୍ଡ ବାବାକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ 30 ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.