ETV Bharat / state

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Feb 3, 2024, 8:27 AM IST

ଦନ୍ତାର ମୃତଦେହ
ଦନ୍ତାର ମୃତଦେହ

Elephant Dead: ଜଙ୍ଗଲ ମଧ୍ୟରେ ପଡିଛି ଦନ୍ତା ହାତୀର ମୃତଦେହ । ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଡିଏଫଓ । ଅଧିକ ପଢ଼ନ୍ତୁ

ଦନ୍ତାର ମୃତଦେହ

ଖୋର୍ଦ୍ଧା: ସଙ୍କଟରେ ଗଜରାଜ । ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର । ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଡିଏଫଓ । ସେପଟେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି କହିଛନ୍ତି ଡିଏଫଓ । ହାତୀ ଦେହରେ କୌଣସି କ୍ଷତ ଚିହ୍ନ ନଥିବା ଜଣାପଡ଼ିଛି ।

ଖୋର୍ଦ୍ଧା ଜିଲା ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରେ ଗତକାଲି ଏକ ଦନ୍ତା ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଦନ୍ତା ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୋର୍ଦ୍ଧା ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନଙ୍କ ସହ ବନ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦନ୍ତା ହାତୀର ବୟସ ପାଖାପାଖି 35 ବର୍ଷ ହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ହାତୀଟିକୁ କିଛିଦିନ ହେବ ବନ ବିଭାଗର ଟ୍ରାକ କରୁଥିଲା । ତେବେ ହାତୀଟି ଗତ ଗୁରୁବାର ରାତିରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ମୃତଦେହ ସାମ୍ନାକୁ ଆସିଛି । ତେବେ ଦନ୍ତା ହାତୀର କିପରି ମୃତ୍ୟୁ ହୋଇଛି ତାହାର କାରଣ ଜଣାପଡିନାହିଁ । ମୃତ୍ୟୁର କାରଣ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଡିଏଫଓ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ବିଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର

ହାତୀଟି କିଛିଦିନ ହେବ ଅସୁସ୍ଥ ଥିବା ଅନୁମାନ କରାଯାଉଛି । ସେହିପରି ହାତୀ ଦେହରେ ସେପରି କିଛି କ୍ଷତ ଚିହ୍ନ ନଥିବା ବେଳେ କିପରି ହାତୀର ମୃତ୍ୟୁ ହୋଇଛି ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ଘଟଣା ସମ୍ପର୍କରେ ବାଲୁଗାଁ ରେଞ୍ଜର ପ୍ରତାପ ମହାନ୍ତି ଆମକୁ ସୂଚନା ଦେଇ କହିଛନ୍ତି ବାଲୁଗାଁ ରେଞ୍ଜରେ 4ଟି ହାତୀ ଥିଲେ । ତା ମଧ୍ୟରୁ ଆଜି ଗୋଟିଏ ହାତୀର ମୃତ୍ୟୁ ହୋଇଛି । ସେପଟେ ହାତୀର ବ୍ୟବଚ୍ଛେଦ ହୋଇଛି । ଏଥିପାଇଁ ଭୁବନେଶ୍ୱରର ଓୟୁଏଟି ,ନନ୍ଦନକାନନର ଡାକ୍ତରୀ ଟିମ ସହ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀଙ୍କ ପ୍ରତକ୍ଷ ତତ୍ତ୍ବବଧାନରେ ବ୍ୟବଚ୍ଛେଦ କରାଯାଇଛି । ସେହିପରି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଖୋର୍ଦ୍ଧା ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.