ETV Bharat / state

୨ ଏସପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ECI; ପ୍ରକାଶ ଆର କଟକ ଡିସିପି - ECI transfers IPS officers

author img

By ETV Bharat Odisha Team

Published : Apr 5, 2024, 10:27 AM IST

ECI approves appointments of 3 IPS officers: ରାଜ୍ୟର 3 ଜଣ ବରିଷ୍ଠ ଆଇପିଏସଙ୍କୁ ମିଳିଲା ନୂଆ ଦାୟିତ୍ବ । କଟକ ଡିସିପି ହେଲେ ପ୍ରକାଶ ଆର । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ୱର: ରାଜ୍ୟର 3 ଜଣ ବରିଷ୍ଠ ଆଇପିଏସଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସପି ଭାବେ କାର୍ଯ୍ୟ କରିବେ ଏହି ବରିଷ୍ଠ ଆଇପିଏସ୍ । ସେମାନେ ହେଉଛନ୍ତି ବ୍ରିଜେଶ ରାୟ, ଉମାଶଙ୍କର ଦାସ ଓ ପ୍ରକାଶ ଆର । କଟକର ନୂଆ ଡିସିପି ହୋଇଛନ୍ତି 2008 ବ୍ୟାଚର ପ୍ରକାଶ ଆର । 2009 ବ୍ୟାଚର ଅଫିସର ବ୍ରିଜେଶ ରାୟଙ୍କୁ ରାଉରକେଲା ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି 2008 ବ୍ୟାଚର ଡାକ୍ତର ଉମାଶଙ୍କର ଦାସ ଏସପି ଅନୁଗୋଳ ଭାବେ ଦାୟିତ୍ୱ ସମ୍ଭାଳିବେ ।

ଆଇପିଏସ ଉମାଶଙ୍କର ଦାସ ବର୍ତ୍ତମାନ SIWର ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ସେହି ବ୍ୟାଚର ପ୍ରକାଶ ଆର ଭିଜିଲାନ୍ସର ଡିଆଇଜି ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ବ୍ରିଜେଶ ରାୟ ଗୁଇନ୍ଦା ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ଜାତୀୟ ନିର୍ବାଚନ ଅୟୋଗଙ୍କ ସଚିବ ରାକେଶ କୁମାର ଚିଠି ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେଇଛନ୍ତି । କିଛି ଦିନ ତଳେ ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଥିବା ଅଭିଯୋଗରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପିଙ୍କୁ ନିର୍ବାଚନ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିସନ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ଅଧିକାରୀଙ୍କୁ ECIଙ୍କ ଛାଟ, ବଦଳିଲେ 5 ରାଜ୍ୟର 8 ମାଜିଷ୍ଟ୍ରେଟ ଓ 12 ଏସପି - ECI Transfers Officers

ସେମାନଙ୍କ ବଦଳରେ ୩ ଜଣିଆ ଅଧିକାରୀ ପ୍ୟାନେଲ ନାଁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏହି ତାଲିକା ପଠାଇଥିଲେ । ତାଲିକାରେ ଥିବା ନାଁକୁ ତର୍ଜମା କରି ନିଯୁକ୍ତି ଦେଇଛନ୍ତି ଇସିଆଇ । ନିର୍ବାଚନ ସଠିକ ଢଙ୍ଗରେ ପରିଚାଳନା କରୁନଥିବା ସେଣ୍ଟ୍ରାଲ ରେଞ୍ଜ ଆଇଜି ଆଶିଷ କୁମାର ସିଂ, ଦୁଇ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ପାରୁଲ ପଟ୍ଟବାରୀଙ୍କୁ ହଟେଇ ଥିଲେ । ସେହିପରି ଅନୁଗୋଳ ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ, ଖୋର୍ଦ୍ଧାର ଏସପି ଜୁଗୋଳ କିଶୋର ବନୋଥ, ରାଉଲକେଲା ଏସପି ମିତ୍ରଭାନୁ ମହାପାତ୍ର ଓ ସୁନ୍ଦରଗଡ ଏସପି କନବର ବିଶାଳ ସିଂଙ୍କୁ ନିର୍ବାଚନ କାର୍ଯ୍ୟରୁ ମୁକ୍ତ କରି ଅନ୍ୟାନ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.