ETV Bharat / state

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

author img

By ETV Bharat Odisha Team

Published : Feb 12, 2024, 1:12 PM IST

Updated : Feb 12, 2024, 1:22 PM IST

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ
ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

Drone seen flying over Jagannath Temple: ଜଣେ ଯୁବକ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଭକ୍ତ ମନହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ପୁରୀ: ପୁଣି ପଦାରେ ପଡ଼ିଛି ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା । ଜଣେ ଯୁବକ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡ଼ିଓ ଉତ୍ତୋଳନ କରିଛନ୍ତି । ଯାହାର ଭିଡିଓ ସେ ତାଙ୍କ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ତେବେ ଏହି ଘଟଣା ଜଣା ପଡ଼ିବା ପରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଉପରେ କଟକଣା ରହିଛି । ହେଲେ କିଛି ଅମାନିଆ ଆଇନ ଉଲ୍ଲଂଘନ କରି ଡ୍ରୋନ ଉଡାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଦୃଶ୍ୟ ଡ୍ରୋନ୍ ମାଧ୍ୟମରେ ଦେଖାଇଛନ୍ତି ଜଣେ ଯୁବକ । ଯାହାକି ସଂମ୍ପୂର୍ଣ୍ଣ ଭାବେ ବେଆଇନ । ତେବେ କେମିତି ଜଣେ ଯୁବକ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଶ୍ରୀମନ୍ଦିରର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାଳ ମାଳ ପୋଲିସ ସୁରକ୍ଷାରେ ଥିବା ବେଳେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଛି। ହେଲେ ଦୁର୍ଭାଗ୍ୟର ବିଷୟ ଏହାର ଟେର ପାଇ ପାରୁନାହିଁ ପୋଲିସ୍ । ଯଦି ଡ୍ରୋନ ମାଧ୍ୟମରେ କେହି ଯଦି କିଛି ବିସ୍ଫୋରକ ସାମଗ୍ରୀ ନେଇ ଶ୍ରୀମନ୍ଦିର ଉପରେ ଏବଂ ଭକ୍ତଙ୍କ ଉପରେ ଆକ୍ରମଣ କରି କିଛି ଅଘଟଣ ଘଟାଏ । ତେବେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ଶ୍ରୀମନ୍ଦିର ଭଳି ଏକ ଗୁରୁତ୍ବପୁର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ନ ନେବା ଦୁର୍ଭାଗ୍ୟର ବିଷୟ ବୋଲି ଭକ୍ତ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ହେଉଥିବା ବିଶୃଙ୍ଖଳାକୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିରୋଧ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହଜାର ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ଦିଗରେ ସରକାର ଗୁରୁତ୍ଵ ଦେଉ ନ ଥିବା ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ତୁରନ୍ତ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହେଇଛି। ସେହିପରି ଗତ କିଛି ମାସ ତଳେ ପଶ୍ଚିମବଙ୍ଗର ଜଣେ ଯୁବକ ଡ୍ରୋନ ଉଡାଇ ଭିଡିଓ ନେଇଥିଲେ ।ଏହାକୁ ନେଇ ବିରୋଧ ହେବା ପରେ ପୁରୀ ପୋଲିସ ତାଙ୍କୁ ଗିରଫ କରିଥିଲା। ସେହିପରି ଏହି ଯୁବକ ମଧ୍ୟ ସମାନ୍ ଢଙ୍ଗରେ ଡ୍ରୋନ ଉଡାଇ ସୋସିଆଲ ମାଡିଆରେ ସେୟାର କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Feb 12, 2024, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.