ETV Bharat / state

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ଆଗରେ ଖସିଲା ଡ୍ରୋନ - Drone Falls

author img

By ETV Bharat Odisha Team

Published : Apr 25, 2024, 5:02 PM IST

Updated : Apr 25, 2024, 7:00 PM IST

Drone Falls In front Of BJP MP Suresh Pujari's Office
Drone Falls In front Of BJP MP Suresh Pujari's Office

Drone Falls In front Of BJP MP Suresh Pujari's Office: ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖରେ ଖସିଲା ଡ୍ରୋନ । ପ୍ରାଥମିକ ତଦନ୍ତ ପରେ କ'ଣ ସୂଚନା ଦେଇଛି ପୋଲିସ ଜାଣନ୍ତୁ ।

Drone Falls

ଝାରସୁଗୁଡ଼ା: ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ଆଗରେ ଖସିଲା ଡ୍ରୋନ । ସନ୍ଦିଗ୍ଧ ଡ୍ରୋନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସପି ସ୍ମିତ ପି ପରମାର କହିଛନ୍ତି, "ବନ ବିଭାଗ ଦ୍ୱାରା ଚାରା ଗଣନା କିମ୍ବା ବୃକ୍ଷ ଗଣନା ପାଇଁ ଡ୍ରୋନ ବ୍ୟବହାର କରାଯାଇ ଥାଇପାରେ ।" ପ୍ରାଥମିକ ତଦନ୍ତରୁ ଏଭଳି ଅନୁମାନ କରାଯାଉଥିବା ନେଇ ଏସପି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଝାରସୁଗୁଡା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କଲା ବିଜେପି - ODISHA ASSEMBLY ELECTION 2024

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ବର୍ତ୍ତମାନ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସୁରେଶ ପୂଜାରୀ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ, ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ନିକଟରେ ଥିବା ସୁରେଶ ପୂଜାରୀଙ୍କ ଅଫିସ ନିକଟରେ ଆଜି ଖସିଛି ଏହି ସନ୍ଦିଗ୍ଧ ଡ୍ରୋନ । ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନକୁ ଜବତ କରିଛି । ତେବେ ଡ୍ରୋନଟି ବନ ବିଭାଗର ନା ଆଉ କାହାର ସେନେଇ ଅଧିକ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଡ୍ରୋନଟି ବନ ବିଭାଗର ହୋଇଥିବା ଅନୁମାନ କରାଯାଉଛି ଏବଂ ଏନେଇ ଅଧିକ ତଦନ୍ତ କରାଯାଉଛି କହିଲେ ଏସପି ସ୍ମିତ ପି ପରମାର ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ମାଛ ଧରୁଥିଲେ ମତ୍ସଜୀବୀ, ଜାଲରେ ପଡିଲା ରକେଟ୍‌ ଡ୍ରୋନ୍‌

ଗତ ୨ ତାରିଖରେ ଝାରସୁଗୁଡା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଦଳ ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି । ପୂର୍ବରୁ ୨୦୧୯ ନିର୍ବାଚନରେ ସେ ବରଗଡ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିଲେ । ବର୍ତ୍ତମାନ ବରଗଡ଼ର ସାଂସଦ ଥିବା ସୁରେଶ ଏଥର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ସନ୍ଦିଗ୍ଧ ଡ୍ରୋନକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ସାଂସଦଙ୍କ ଅଫିସ ପରିସରକୁ ଏହି ଡ୍ରୋନ କିପରି ଆସିଲା ସେନେଇ ତଦନ୍ତ ଦାବି ହୋଇଛି । ବନ ବିଭାଗ ପରୀକ୍ଷା ମୂଳକ ଭାବେ ବ୍ୟବହା କରୁଥିବା ଡ୍ରୋନ ଏପରି ଖସିଯାଇଥାଇପାରେ ବୋଲି ସୂଚନା ଦେଇଛନ୍ତି ଏସପି ସ୍ମିତ ପି ପରମାର । ଏନେଇ ଅଧିକ ପୋଲିସ ଅଧିକ ଛାନଭିନ ଜାରି ରଖିଥିବା ଏସପି କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated :Apr 25, 2024, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.