ETV Bharat / state

ଫଗୁଣ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବୌଦ୍ଧ - Dola Purnima in boudh

author img

By ETV Bharat Odisha Team

Published : Mar 25, 2024, 5:21 PM IST

ଫଗୁଣ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବୌଦ୍ଧ
ଫଗୁଣ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବୌଦ୍ଧ

Dola Purnima in boudh: ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି ଫଗୁଣ ପୂର୍ଣ୍ଣିମା । ଫଗୁ ଓ ଅବିର ଦେଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଲୋକେ । ଅଧିକ ପଢନ୍ତୁ

ଫଗୁଣ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବୌଦ୍ଧ

ବୌଦ୍ଧ: ଆଜି ପବିତ୍ର ଫାଲଗୁନ ପୂର୍ଣ୍ଣିମା । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହ ତଥା ଆନନ୍ଦ ଉଲ୍ଲାସର ସହିତ ଗାଁଠୁ ସହର ସବୁଠି ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା । ବିଭିନ୍ନ ଦେବଦେବୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବା ସହ ଫଗୁ ଓ ଅବିର ଦେଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ଲୋକେ । ସେହିପରି ଜିଲ୍ଲାରେ ଗତକାଲି ହୋଲିକା ଦହନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଗତକାଲି (ରବିବାର) ବିଳମ୍ବିତ ରାତିରେ ମାରଓ୍ବାଡି ସମ୍ପ୍ରଦାୟ ପକ୍ଷରୁ ସ୍ଥାନୀୟ ଭୈରବୀ ପଡ଼ିଆରେ ହୋଲିକା ଦହନ ଉତ୍ସବ ଅତ୍ୟନ୍ତ ଆନନ୍ଦର ସହିତ ପାଳନ କରାଯାଇଥିଲା ।ସେହିଭଳି ଆଜି(ସୋମବାର) ଦିନ ପବିତ୍ର ଫାଲଗୁନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫଗୁ ଓ ଅବିରର ପର୍ବ ଫଗୁଣ ପୂର୍ଣ୍ଣିମା ପାଳନ କରାଯାଇଛି । ବିଭିନ୍ନ ପାରମ୍ପରିକ ପିଠାପଣାରେ ଚତୁର୍ଦ୍ଦିଗ ମହକି ଉଠିଥିଲା । ସେହିପରି ଆଜି ପବିତ୍ର ଫାଲଗୁନ ପୂର୍ଣ୍ଣିମା ଅବସରରେ ବୈଦ୍ଧ ଜିଲ୍ଲା ସଦରମହକୁମା ଚନ୍ଦ୍ରଚୂଡ ମନ୍ଦିର ଠାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପହଞ୍ଚି ଠାକୁରଙ୍କ ଦର୍ଶନ କରିଛନ୍ତି । ସେପଟେ ଆସନ୍ତାକାଲି ହୋଲି ରହିଥିବାରୁ ନାଲି, ନୀଳ, ସବୁଜ ଇତ୍ୟାଦି ରଙ୍ଗର ଫଗୁ ଓ ଅବିରର ପସରା ବିକ୍ରି ପାଇଁ ସ୍ବତନ୍ତ୍ର ଷ୍ଟଲ ଖୋଲିଛି ।

ଏହା ମଧ୍ୟ ପଢନ୍ତୁ ....ପୁରାଣ ବର୍ଣ୍ଣିତ ଓଳକଣା ମେଳଣ ଶେଷ, ବ୍ରାହ୍ମ ମୁହୂର୍ତ୍ତରେ ହରିହରଙ୍କ ଦର୍ଶନ କରି କୃତାର୍ଥ ଭକ୍ତ ବିଦୂର

ପ୍ରକାଶ ଯୋଗ୍ୟ, ସେହିପରି ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ଶ୍ରୀମନ୍ଦିର । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନା ବେଶ ଅନୁଷ୍ଠିତ ହେଇଥାଏ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଦୋଳ ଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ଯାଇଛନ୍ତି ।

ସେଠାରେ ଝୁଲଣରେ ଅବସ୍ଥାନ କରି ଭକ୍ତଙ୍କ ସହ ଫଗୁ ଖେଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୁଦେବୀ ଭୋଇ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏପରି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ ।

ଇଟିଭି ଭାରତ, ବୈଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.