ETV Bharat / state

ପୁରୀ ଜିଲ୍ଲାସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

author img

By ETV Bharat Odisha Team

Published : Feb 3, 2024, 10:41 PM IST

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

Odia Language Conference : ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌର ପାଳିକାର ସହଯୋଗରେ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ,

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ପୁରୀ : ଅନୁଷ୍ଠିତ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସେନେଇ ଜିଲ୍ଲା ସ୍ତରୀୟ ଭାଷା ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲେ । ଏହି ଅବସରରେ ଓଡ଼ିଆ ଅସ୍ମିତା ରଥକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ । ପୌରାଞ୍ଚଳ ପରିକ୍ରମା କରି ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବ ଏହି ଅସ୍ମିତା ରଥ । କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଜିଲ୍ଲାପାଳ।

ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌର ପାଳିକାର ସହଯୋଗରେ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ଉଦଘାଟନ କରିଥିଲେ। ସାହିତ୍ୟିକ,ଐତିହାସିକ ଓ ଗବେଷକ ଡଃ ହରିହର ମିଶ୍ର, ଡଃ ସୁରେନ୍ଦ୍ର କୁମାର ମିଶ୍ର, ଆର୍ତ୍ତତ୍ରାଣ ଶତପଥୀ, ଗୌରାଙ୍ଗ ପରିଡା, ଓ ବିରେନ୍ଦ୍ର କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଜିଲ୍ଲାପାଳ। ନିଜ ପ୍ରତିକ୍ରିୟାରେ ଏହି ସମ୍ବର୍ଦ୍ଧିତ ପ୍ରତିଭା ମାନେ ଭାଷା ଭିତ୍ତିରେ ଗଠିତ ଆମ ରାଜ୍ୟକୁ ଆହୁରି ସମୃଦ୍ଧ କରିବା ଓ ଭାଷାର ଉନ୍ନତି ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ଆମ କଳା,ସଂସ୍କୃତି, ପରମ୍ପରା, ଚାଲି ଚଳଣି ସବୁଥିରେ ଆମ ଭାଷାର ମହାନ କୀର୍ତ୍ତି ଲୁକାୟିତ ଅଛି। ଏହାକୁ ପରିପ୍ରକାଶ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଆ ଏକ ମଧୁର,ସରଳ ଓ ପ୍ରାଚୀନ ଭାଷା । ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଓଡ଼ିଆ ଭାଷା ବେଶ ସମୃଦ୍ଧ ଓ ଏହା ଆମ ଅସ୍ମିତାର ପ୍ରତୀକ ବୋଲି କହିଛନ୍ତି ସମ୍ବର୍ଦ୍ଧିତ ପ୍ରତିଭା ବିଶିଷ୍ଟ ବ୍ୟକ୍ତିମାନେ।

ଏହା ମଧ୍ୟ ପଢ଼ନ୍ତୁ... ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ପ୍ରମୁଖ ଭାଷା ସାହିତ୍ୟର ବିକାଶ ପାଇଁ ସମବଦ୍ଧ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଓଡ଼ିଆ ଅସ୍ମିତା ରଥକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଏହା ପୌରାଞ୍ଚଳ ପରିକ୍ରମା କରି ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା ଓ ପରେ ସିଦ୍ଧ ମହାବୀର ଅନୁଷ୍ଠାନର କଳାକାର ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତ୍ୟୁଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ତେବେ ଖୁବ ଶୀଘ୍ର ପୁରୀ ସହରରେ ଓଡିଆ ନାମ ଫଳକ ଲଗାଇବା ନିୟମ କଡ଼ାକଡ଼ି ହେବ। ଏହି ନିୟମ ଉଲଘଂନ କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲାପାଳ କହିଛନ୍ତି। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.