ETV Bharat / state

ଜଗତସିଂହପୁର ପୁସ୍ତକ ମେଳା ଉଦଯାପିତ; ଶେଷ ଦିନରେ ୪୦ ଲକ୍ଷର ବହି ବିକ୍ରି

author img

By ETV Bharat Odisha Team

Published : Jan 29, 2024, 3:21 PM IST

ଜଗତସିଂହପୁର ପୁସ୍ତକ ମେଳା ଉଦଯାପିତ, ଶେଷ ଦିନରେ ୪୦ଲକ୍ଷର ବହି ବିକ୍ରି
ଜଗତସିଂହପୁର ପୁସ୍ତକ ମେଳା ଉଦଯାପିତ, ଶେଷ ଦିନରେ ୪୦ଲକ୍ଷର ବହି ବିକ୍ରି

Jagatsinhgpur Book Fair: ଜଗତସିଂହପୁର ପୁସ୍ତକ ମେଳା ଉଦଯାପିତ । ୧୯୯୭ ମସିହାରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ନିଜର ରୌପ୍ୟ ଜୟନ୍ତୀ ପାଳନ କରିଛି । ଅଧିକ ପଢନ୍ତୁ

ଜଗତସିଂହପୁର ପୁସ୍ତକ ମେଳା ଉଦଯାପିତ, ଶେଷ ଦିନରେ ୪୦ଲକ୍ଷର ବହି ବିକ୍ରି

ଜଗତସିଂହପୁର: ପୁସ୍ତକ ମଣିଷର ପ୍ରକୃତ ବନ୍ଧୁ । ପୁସ୍ତକ ମଣିଷ ମଧ୍ୟରେ ଜ୍ଞାନ ଓ ସଂସ୍କାରର ସଞ୍ଚାର କରିଥାଏ । ଏହି ଉଦ୍ଦେଶ୍ୟରେ ଜଗତସିଂହପୁର ସହରରେ ଆରମ୍ଭ ହୋଇଥିବା ପୁସ୍ତକ ମେଳା ଉଦଯାପିତ ହୋଇଯାଇଛି । ଜଗତସିଂହପୁର ସାଂସ୍କୃତିକ ପରିଷଦ ଅନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଏହା ପଡିଥିଲା । ସୋମବାର ଶେଷ ଦିନରେ ଏଠାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଏହି ପୁସ୍ତକ ମେଳାରେ ସାମିଲ ହୋଇଥିଲା ସାହିତ୍ୟ, ବିଜ୍ଞାନ, ଗଣିତ ସମ୍ବନ୍ଧୀୟ ପୁସ୍ତକ ସହ ଅଭିଧାନ, ଭାଷାକୋଷ, ବିଶିଷ୍ଟ ସାହିତ୍ୟିକଙ୍କ ନିବନ୍ଧ, ବ୍ୟାକରଣ, ଜୀବନୀ, ଗଳ୍ପ କାହାଣୀ, ସମାଲୋଚନା, ଉପନ୍ୟାସ, ନାଟକ, ଶିଶୁ ସାହିତ୍ୟ, ଧର୍ମ, ବିଶ୍ଵ ପ୍ରସିଦ୍ଧ ପୁସ୍ତକ, ଅନୁବାଦ ପୁସ୍ତକ ଇତ୍ୟାଦିର ପସରା ।

ଜଗତସିଂହପୁର ଭଳି ଏକ ଛୋଟ ସହରରେ ପୁସ୍ତକ ମେଳାର ଶେଷ ଦିନରେ 40 ଲକ୍ଷ ଟଙ୍କାର ବହି ବିକ୍ରି ହୋଇଥିବା ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି । ୧୯୯୭ ମସିହାରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ନିଜର ରୌପ୍ୟ ଜୟନ୍ତୀ ପାଳନ କରିଥିଲା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦ୍ବୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଉପସ୍ଥିତ ରହି ବହି ସମ୍ପର୍କରେ ଆଲୋଚନା କରିଥିଲେ । ଏହାକୁ ନେଇ ଏକ ପୁସ୍ତକ ପସରା ଓ ଗପସପ ଉନ୍ମୋଚିତ ହୋଇଥିଲା ।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ସଂସ୍ଥା ସେମାନଙ୍କ ଉପାଦେୟ ପୁସ୍ତକ ପାଠକମାନଙ୍କ ଆଗରେ ରଖିଥିଲେ । ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଜିଲ୍ଲାପାଳ ପାରୁଲ ପଟୱାରୀ କହିଥିଲେ ଯେ, ଜଗତସିଂହପୁର ସହର ଭଳି ଏକ ଛୋଟିଆ ସହରରେ ଏତେ ସଂଖ୍ୟାରେ ବହି ବିକ୍ରି ଅନ୍ୟ ପାଇଁ ଉଦାହରଣ ହୋଇରହିବ । ପାଠକଙ୍କ ସଂଖ୍ୟା ବଢିଲେ ପ୍ରକାଶକ ନୂଆ ନୂଆ ବହି ପ୍ରକାଶ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ବହି ମଣିଷ ଜୀବନର ଗତିପଥ ବଦଳାଇ ଦେଇଥାଏ । ଇଣ୍ଟରନେଟ ଯୁଗରେ ବହିର ଚାହିଦା ରହିଛି ଏଥିରେ ସନ୍ଦେହ ନଥିବା ସେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ...କଟକ ବସ୍ତି ଅଞ୍ଚଳରେ ସ୍ମାର୍ଟ ଲାଇବ୍ରେରୀ, ବସ୍ତିପିଲାଙ୍କ ପାଇଁ ଖୋଲିଛି ଜ୍ଞାନ ଅର୍ଜନର ବାଟ

ପୁସ୍ତକ ମେଳାର ଶେଷ ଦିନରେ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ ପୁସ୍ତକ ପ୍ରତ୍ୟେକ ମଣିଷ ପଢିବା ଦରକାର । ପୁସ୍ତକ ପଢିଲେ ମଣିଷର ବୌଦ୍ଧିକ ବିକାଶ ହୋଇଥାଏ । ଆଜିକାଲିର ଯୁବ ସମାଜ ବହି ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି । ତାହା ସେମାନଙ୍କୁ ବୁଝେଇବାକୁ ପଡିବ । ବହି ବିନା ଜ୍ଞାନ ଅସମ୍ଭବ ବୋଲି ସେ କହିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.