ETV Bharat / state

ପେପର ପ୍ଲେଟ ଦେଇଛି ପରିଚୟ, ଚାକିରୀ ଛାଡ଼ି ଅନେକ ବେକାରୀଙ୍କୁ କରୁଛନ୍ତି ସାବଲମ୍ବୀ

author img

By ETV Bharat Odisha Team

Published : Feb 21, 2024, 10:48 PM IST

Dhenkanal Youth become Self reliant due to Paper Plate Business: ପେପର ପ୍ଲେଟ ଦେଇଛି ପରିଚୟ। ଦିନେ ପର ଅଧୀନରେ ଚାକିରୀ କରୁଥିଲେ । ହେଲେ ଚାକିରି ଛାଡ଼ି ଏବେ ଅନେକ ଲୋକଙ୍କ ସାହାରା ପାଲଟିଛନ୍ତି । ଅଧିକ ପଢ଼ନ୍ତୁ,

ପେପର ପ୍ଲେଟ ଦେଇଛି ପରିଚୟ
ପେପର ପ୍ଲେଟ ଦେଇଛି ପରିଚୟ

ପେପର ପ୍ଲେଟ ଦେଇଛି ପରିଚୟ

ଭୁବନେଶ୍ବର: ପେପର ପ୍ଲେଟ ଦେଇଛି ପରିଚୟ। ଦିନେ ପର ଅଧୀନରେ ଚାକିରୀ କରୁଥିଲେ । ହେଲେ ଚାକିରି ଛାଡ଼ି ଏବେ ଅନେକ ଲୋକଙ୍କ ସାହାରା ପାଲଟିଛନ୍ତି । ଏବେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟ ମାନଙ୍କୁ ସ୍ବାବଲମ୍ବୀ ମଧ୍ୟ କରିପାରିଛନ୍ତି । ଢେଙ୍କାନାଳର ନିତ୍ୟାନନ୍ଦ ବେହେରା ମାୟାନଗରି ମୁମ୍ବାଇରେ ଏକ ବଡ଼ କମ୍ପାନୀରୁ ଚାକିରୀ ଛାଡ଼ି ଆସି ଆରମ୍ଭ କରିଛନ୍ତି ଏହି ପେପର ପ୍ଲେଟ ବ୍ୟବସାୟ । ଆଉ ସେଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅଞ୍ଚଳର ମହିଳା ମାନଙ୍କୁ ଏଥିରେ ନିୟୋଜିତ କରି ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି ।

ଭୁବନେଶ୍ବର ଫୁଳନଖରା ଅଞ୍ଚଳରେ ଘର ଭଡା ନେଇ ବ୍ୟବସାୟ କରୁଛନ୍ତି ନିତ୍ୟାନନ୍ଦ । ନିତ୍ୟାନନ୍ଦ କୋଭିଡ କଟକଣା କାରଣରୁ ଓଡ଼ିଶା ଆସିବା ପରେ ଆରମ୍ଭ କରିଥିଲେ ଏହି ପେପର ପ୍ଲେଟ ବ୍ୟବସାୟ । ଗୋଟିଏ ମେସିନରୁ ଆରମ୍ଭ କରି ପ୍ରଥମେ ନିଜେ ପ୍ଲେଟ ପାଉନିତ୍ୟାନନ୍ଦ କୋଭିଡ କଟକଣା କାରଣରୁ ଓଡ଼ିଶା ଆସିବା ପରେ ଆରମ୍ଭ କରିଥିଲେ ଏହି ପେପର ପ୍ଲେଟ ବ୍ୟବସାୟ । ଗୋଟିଏ ମେସିନରୁ ଆରମ୍ଭ କରି ସେ ଏବେ 5ଟି ମେସିନ ଚଲାଉଛନ୍ତି । କେବଳ ସେତିକି ନୁହେଁ ମେସିନ ଚଲାଇବା ପାଇଁ ଅଞ୍ଚଳର ମହିଳା ମାନଙ୍କୁ ଏଥିରେ ନିୟୋଜିତ କରି ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି । ଏଠାରେ କାମ କରି ମହିଳାମାନେ ମାସକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ୨୩ରୁ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌‌ ମରାମତି, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ଏଠାରେ ଗୋଟିଏ ଦିନରେ ପାଖାପାଖି ୨୦ ହଜାର ପେପର ପ୍ଲେଟ ପ୍ରସ୍ତୁତ ହୋଇପାରୁଛି। ପେପର ପ୍ଲେଟ ନିର୍ମାଣ କରି ନିତ୍ୟାନନ୍ଦ ନିଜେ ସ୍ବାବଲମ୍ବୀ ହେବା ସହିତ ମହିଳା ମାନଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି । କାହାରି ଉପରେ ନିର୍ଭର ନହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଅନ୍ୟପାଇଁ ଉଦାହରଣ ସାଜିଛନ୍ତି ନିତ୍ୟାନନ୍ଦ । ଏନେଇ ନିତ୍ୟାନନ୍ଦ କହିଛନ୍ତି, ‘‘ଯେତିକି ବର୍ଷ ଓଡ଼ିଶାରେ କାମ କରିଛି ନିଜେ ରୋଜଗାର କରିପାରିଛି ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ପାରୁଛି। ଏହା ଦ୍ବାରା ଗାଁରେ ଥିବା ଅନେକ ମହିଳା ଓ ଯୁବକମାନେ ରୋଜଗାର କ୍ଷମ ହୋଇପାରୁଛନ୍ତି। ସେଠାରେ ଥିବା ମହିଳା ପରିବାରଙ୍କ ସହଯୋଗରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରୁଛନ୍ତି। ଏହା ଦ୍ବାରା ସେମାନଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇପାରୁଛି।’’ ଅନ୍ୟପଟେ ସେଠାରେ କାମ କରୁଥିବା ମହିଳା ଏଠାରେ କାମ କରି ତାଙ୍କ ନିଜର ଅଭାବ ପୂରଣ କରିପାରିଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.