ETV Bharat / state

ଶ୍ରୀମନ୍ଦିର ପଶ୍ଚିମ ଦ୍ଵାରରେ ଅଘଟଣ, ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ 2 ମହିଳା ଆହତ - Devotees Injured Due To Crowd

author img

By ETV Bharat Odisha Team

Published : Mar 29, 2024, 8:52 PM IST

Devotees Injured: ଶ୍ରୀମନ୍ଦିର ପଶ୍ଚିମ ଦ୍ଵାରରେ ଭିଡ଼ ନିୟନ୍ତ୍ରଣ ବାହାରେ ରହିଥିଲା । ଫଳରେ ଠେଲାପେଲା ଯୋଗୁ ୨ ମହିଳା ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Women Injured
Women Injured

Women Injured

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ଵାରରେ ଅଘଟଣ । ପ୍ରବଳ ଭିଡରେ ଠେଲା ପେଲା ହେତୁ 2 ମହିଳା ଆହତ ହେଇଛନ୍ତି। ଆହତ ମହିଳାଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଦୁଇ ଆହତ ମହିଳା ହେଲେ ଉମା ଘୋଷ ଓ ଅମୃତା ଘୋଷ। ସୂଚନା ଅନୁଯାୟୀ, ଆଜି ଶ୍ରୀ ମନ୍ଦିରରେ ପ୍ରବଳ ଭିଡ଼ ଥିବାବେଳେ ପଶ୍ଚିମ ଦ୍ୱାରରେ କିଛି ସେବାୟତ ଭକ୍ତଙ୍କ ଠାରୁ ଟଙ୍କା ନେଇ ପଶ୍ଚିମ ଦ୍ୱାର ପଟେ ପ୍ରବେଶ କରାଉଥିଲେ। ତେବେ ଟଙ୍କା ନେଇ ସେବାୟତ ଅନେକ ଭକ୍ତଙ୍କୁ ପ୍ରବେଶ କରାଉଥିବାବେଳେ ପୋଲିସ କିନ୍ତୁ ଭିଡ଼ ନିୟନ୍ତ୍ରଣ କରି ପାରିନଥିଲା। ଫଳରେ ଏହି ମହିଳା ଭକ୍ତ ଆହତ ହୋଇଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିିଛି। ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ମହିଳାଙ୍କ ହାତ ଭାଙ୍ଗି ଯାଇଥିବା କହିଛନ୍ତି ଡାକ୍ତର। ତେବେ ଏଭଳି ଘଟଣାକୁ ଭକ୍ତ ସମାଲୋଚନା କରିଛନ୍ତି । ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।



ସୂଚନା ଅନୁସାରେ, ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ କେବଳ ପୁରୀ ସହରବାସୀଙ୍କୁ ପ୍ରବେଶ ପାଇଁ ଅନୁମତି ରହିଛି । ହେଲେ ଦୁର୍ଭାଗ୍ୟର ବିଷୟ ଏହାର ସୁଯୋଗ ନେଇ କେତେକ ପୋଲିସ ଓ ସେବାୟତ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରି ବ୍ୟବସାୟ ଚଳାଇଛନ୍ତି। ପୁରୀ ଜିଲ୍ଲାପାଳ, ଏସପି, ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହା ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ସେହିପରି ପ୍ରଚଣ୍ଡ ଖରା ଯୋଗୁଁ ସିଂହଦ୍ବାର ସମ୍ମୁଖ ରାସ୍ତା ତାତି ଭକ୍ତଙ୍କ ଗୋଡ ଫୋଟକା ହେଇ ଯାଉଛି । ଭକ୍ତଙ୍କ ଗୋଡ଼ ନତାତିବା ପାଇଁ କତା କାର୍ପେଟ ପକାଇବାକୁ ଭକ୍ତମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଅବ୍ୟବସ୍ଥା ଘେରରେ ଶ୍ରୀ ଜଗନ୍ନାଥ ମନ୍ଦିର, ଭକ୍ତ ଅସନ୍ତୋଷ - Devotees Facing Problem


ସେହିପରି ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଥିବାବେଳେ ସିଂହଦ୍ଵାର ନିକଟରେ ଥିବା ଜଳସେବା କେନ୍ଦ୍ରରେ ମାତ୍ର ୩ ଟି ଗ୍ଲାସ୍ ରହିଛି । ଫଳରେ ପ୍ରବଳ ଗରମରେ ଭକ୍ତ ପାଣି ପିଇବା ପାଇଁ ଅନେକ ସମୟ ଅପେକ୍ଷା କରୁଛନ୍ତି। ଏହା ଦ୍ବାରା ଅଂଶୁଘାତରେ ଭକ୍ତଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି। ବିଭିନ୍ନ ଯୋଜନାରେ ପୁରୀ ପୌରପାଳିକା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଭକ୍ତଙ୍କ ପାଇଁ ପେପର ଗ୍ଲାସ୍ ନିମନ୍ତେ ଟଙ୍କା ନ ଦେବାକୁ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଫେଲ ମାରିଥିବା ନେଇ ଅଭିଯୋଗ କରିଛନ୍ତି ଭକ୍ତ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.