ETV Bharat / state

ଅବ୍ୟବସ୍ଥା ଘେରରେ ଶ୍ରୀ ଜଗନ୍ନାଥ ମନ୍ଦିର, ଭକ୍ତ ଅସନ୍ତୋଷ - Devotees Facing Problem

author img

By ETV Bharat Odisha Team

Published : Mar 29, 2024, 8:12 PM IST

Devotees Facing Problem: ଶ୍ରୀ ଜଗନ୍ନାଥ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ଅଧିକ ପଢନ୍ତୁ

Devotees Facing Problem
Devotees Facing Problem

Devotees Facing Problem

ପୁରୀ: ଶ୍ରୀମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅପାରଗତା ହେତୁ ହଜାର ହଜାର ଭକ୍ତ ତିକ୍ତ ଅନୁଭୂତି ନେଇ ଫେରୁଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନର ଚେତା ପଶୁନି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ପୋଲିସ ଓ କିଛି ସେବାୟତ ମନ ଇଚ୍ଛା ଟଙ୍କା ଆଦାୟ କରି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଉଛନ୍ତି। ଗୋଟିଏ ପଟେ ବ୍ୟାରିକେଡରେ ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରହୁଥିବାବେଳେ ଅନ୍ୟପଟେ ଟଙ୍କା ଆଦାୟ କରାଯାଇ ପଶ୍ଚିମ ଦ୍ବାରରେ ଭକ୍ତଙ୍କୁ ପ୍ରବେଶ କରାଇବାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି ।

ସୂଚନା ଅନୁସାରେ, ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ କେବଳ ପୁରୀ ସହରବାସୀଙ୍କୁ ପ୍ରବେଶ ପା ଅନୁମତି ରହିଛି । ହେଲେ ଦୁର୍ଭାଗ୍ୟର ବିଷୟ ଏହାର ସୁଯୋଗ ନେଇ କେତେକ ପୋଲିସ ଓ ସେବାୟତ ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରି ବ୍ୟବସାୟ ଚଳାଇଛନ୍ତି। ପୁରୀ ଜିଲ୍ଲାପାଳ, ଏସପି, ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହା ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ସେହିପରି ପ୍ରଚଣ୍ଡ ଖରା ଯୋଗୁଁ ସିଂହଦ୍ବାର ସମ୍ମୁଖ ରାସ୍ତା ତାତି ଭକ୍ତଙ୍କ ଗୋଡ ଫୋଟକା ହେଇ ଯାଉଛି । ଭକ୍ତଙ୍କ ଗୋଡ଼ ନତାତିବା ପାଇଁ କତା କାର୍ପେଟ ପକାଇବାକୁ ଭକ୍ତମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କୁ ବି ଛାଡୁନାହାନ୍ତି ଠକ, ପତିତପାବନ ବାନା ନାଁରେ ଚାଲିଛି ବିଜେପି ପତାକା ବିକ୍ରି - SRIMANDIR PATITAPABANA FLAG

ସେହିପରି ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଥିବାବେଳେ ସିଂହଦ୍ଵାର ନିକଟରେ ଥିବା ଜଳସେବା କେନ୍ଦ୍ରରେ ମାତ୍ର ୩ ଟି ଗ୍ଲାସ୍ ରହିଛି । ଫଳରେ ପ୍ରବଳ ଗରମରେ ଭକ୍ତ ପାଣି ପିଇବା ପାଇଁ ଅନେକ ସମୟ ଅପେକ୍ଷା କରୁଛନ୍ତି। ଏହା ଦ୍ବାରା ଅଂଶୁଘାତରେ ଭକ୍ତ ଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି। ପୁର୍ବରୁ ଭକ୍ତଙ୍କ ପାଇଁ ପେପର ଗ୍ଲାସ ଦିଆଯାଉଥିବାରୁ ଭକ୍ତମାନେ ସଙ୍ଗେ ସଙ୍ଗେ ପାନୀୟ ଜଳ ପିଇ ପାରୁଥିଲେ। ହେଲେ ପୌରପାଳିକା ତାହା ବନ୍ଦ କରିଦେଇ ମାତ୍ର ୩ ଟି ଗ୍ଲାସ୍ ଦେଇ କାର୍ଯ୍ୟ ସାଇଦେଇଛି। ବିଭିନ୍ନ ଯୋଜନାରେ ପୁରୀ ପୌରପାଳିକା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଭକ୍ତଙ୍କ ପାଇଁ ପେପର ଗ୍ଲାସ୍ ନିମନ୍ତେ ଟଙ୍କା ନ ଦେବାକୁ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଫେଲ ମାରିଥିବା ଭକ୍ତ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ଆସିଥିବା ଭକ୍ତଟିଏ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହିଁ। ବାରି କେଡରେ 3 ରୁ 4 ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.