ETV Bharat / state

କେନ୍ଦୁପତ୍ର ତୋଳାଳିଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, କଂଗ୍ରେସ କହିଲା ଭୂତେଇବା ପାଇଁ ଏପରି ଘୋଷଣା

author img

By ETV Bharat Odisha Team

Published : Feb 11, 2024, 7:36 PM IST

Congress Criticizes Odisha Govt: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା ପରେ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା । ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କୁ ଭୂତେଇବା ପାଇଁ ଏପରି ଘୋଷଣା ହେଉଛି କହିଲା କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat

ସରକାରଙ୍କୁ କଂଗ୍ରେସର ସମାଲୋଚନା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡର ଚାରମାଲରେ ଅନୁଷ୍ଠିତ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହାପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଯଦି ପଶ୍ଚିମ ଓଡ଼ିଶାର ଏତେ ବିକାଶ କରୁଛନ୍ତି, ତାହେଲେ ଏପର୍ଯ୍ୟନ୍ତ କାହିଁକି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ହୋଇପାରିନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, " ନିର୍ବାଚନ ଆସିଲେ ନବୀନ ସରକାର ଲୋକଙ୍କ କଥା ମନେ ପକାନ୍ତି । ଏବେ କାହିଁକି ଏହି ସମସ୍ତ ଘୋଷଣା କରୁଛନ୍ତି ? ୨୪ ବର୍ଷ ପୂର୍ବରୁ କୁଆଡେ ଥିଲେ ? କେବଳ ଲୋକଙ୍କୁ ଭୂତେଇବା ଲାଗି ନାନାଦି ଘୋଷଣା ହେଉଛି । ଯଦି ପଶ୍ଚିମ ଓଡ଼ିଶାର ଏତେ ବିକାଶ କରୁଛନ୍ତି, ତାହେଲେ ଏପର୍ଯ୍ୟନ୍ତ କାହିଁକି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ହୋଇପାରିନି ? ରାଜ୍ୟବାସୀଙ୍କ ଏହି ସରକାର ଉପରେ ଆଶା ତୁଟିଗଲାଣି । ଲୋକେ ସବୁ ବୁଝିଗଲେଣି । ଆଗାମୀ ନିର୍ବାଚନରେ ନିଶ୍ଚିତ ଏହାର ଜବାବ ଦେବେ ।"

ଏହା ବି ପଢନ୍ତୁ- କେନ୍ଦୁପତ୍ର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ସୂଚନା ଥାଉ କି ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌ ଦେବେ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ତୋଳାଳି ମାନଙ୍କ ସାମାଜିକ ସୁରକ୍ଷାରେ ସାମିଲ ହେବା ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି କଲେ ସରକାର । କେନ୍ଦୁପତ୍ର ତୋଳାଳି ପରିବାରର ଦୁଇଟି ଝିଅ ବାହାଘର ପାଇଁ ସହାୟତା, ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା । ଉପକାର ପାଇବେ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ, ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

କେନ୍ଦୁ ପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହିସବୁ ପଦକ୍ଷେପ ଦ୍ବାରା ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ଉପକୃତ ପାଇବେ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ତାଙ୍କର ସମ୍ବଲପୁର ଜିଲ୍ଲା ଗସ୍ତ ଅବସରରେ ରେଢ଼ାଖୋଲ ସଭାରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କିତ ଭିଡିଓ ମେସେଜ ବଜାଇ ଲୋକଙ୍କୁ ଶୁଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.