ETV Bharat / state

ଫେବ୍ରୁଆରୀ 7ରେ ଝାରସୁଗୁଡାରେ ଏଣ୍ଟ୍ରି କରିବ ଭାରତ ଯୋଡ ନ୍ୟାୟ ଯାତ୍ରା

author img

By ETV Bharat Odisha Team

Published : Feb 5, 2024, 7:31 AM IST

Updated : Feb 5, 2024, 7:40 AM IST

Congress press meet
ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ

Congress press meet: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ ଝାରସୁଗୁଡାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଫେବ୍ରୁଆରୀ 7ରେ ଝାରସୁଗୁଡାରେ ପହଞ୍ଚିବ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ

ଝାରସୁଗୁଡା: ଓଡ଼ିଆ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଫେବ୍ରୁଆରୀ 7 ତାରିଖରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଝାରସୁଗୁଡାରେ ପ୍ରବେଶ କରିବାକୁ ଯାଉଛି । ଏହି ଯାତ୍ରାରେ କଂଗ୍ରେସର ତୁଙ୍ଗ ନେତାମାନେ ସାମିଲ ହେବେ । ତେବେ ଏନେଇ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାହୁଲ ଗାନ୍ଧୀଙ୍କ ସ୍ୱାଗତ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଛି । ଝାରସୁଗୁଡା ସହରାଞ୍ଚଳ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ହମିଦ ହୁସେନ ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ହମିଦ ହୁସେନଙ୍କ କହିବାନୁଯାୟୀ, 'ଆସନ୍ତା ୭ତାରିଖ ସଂଧ୍ୟାରେ AICCର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରସୁଗୁଡା ପହଞ୍ଚିବେ ଏବଂ ଝାରସୁଗୁଡାରେ ରାତ୍ରୀ ରହଣି ପରେ ଝାରସୁଗୁଡା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଛତିଶଗଡ଼ ସୀମାନ୍ତ କନକତୁରାରେ ପହଞ୍ଚିବେ ଏବଂ ସେଠାରୁ ସେ ଛତିଶଗଡ଼ ଯିବେ ।'

ଏହା ମଧ୍ୟ ପଢନ୍ତୁ.. ଧାନବାଦରେ ଖଟିଆରେ ବସି ଲୋକଙ୍କ ସମସ୍ୟା ଶୁଣିଲେ ରାହୁଲ

ସେ ଆଉ ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି । ସାମାଜିକ ନ୍ୟାୟ ତଥା ସାମାଜିକ ବୈଶ୍ୟମତା ଦୂରୀକରଣ ଏବଂ ଆର୍ଥିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ଯୋଗାଇଦେବାର ଲକ୍ଷ୍ୟ ନେଇ ଏହି ଯାତ୍ରା କରାଯାଉଛି । ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ଯାତ୍ରା କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ନେତା ।

ଆଉ ମଧ୍ୟ ସାମ୍ୱାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା । ସେ କହିଛନ୍ତି, 'ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସମସ୍ତ କାର୍ଯ୍ୟକ୍ରମ କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ଭାବେ ତାଙ୍କର ଅପାରଗତାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଶିକ୍ଷା ସ୍ବାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ଭାରତକୁ ବହୁତ ପଛଘୁଞ୍ଚା କରିଛନ୍ତି । ଭାରତର ଜିଡିପି ବଢୁଥିବା କହୁଥିବା ବେଳେ ଭାରତ କିନ୍ତୁ ବହୁତ ପଛରେ ଅଛି । ଏହାକୁ ସୁଦୃଢ଼ ଏବଂ ସଶକ୍ତ କରିବାକୁ ଓ ଜନଜାଗରଣ ସୃଷ୍ଟି କରିବା ପାଇଁ ଏହି ଭାରତ ଯୋଡ ନ୍ୟାୟ ଯାତ୍ରା କରାଯାଉଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ଝାରସୁଗୁଡ଼ା

Last Updated :Feb 5, 2024, 7:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.