ETV Bharat / state

ନିର୍ବାଚନୀ ବୈତରଣୀ ପାର ପାଇଁ ରତ୍ନଭଣ୍ଡାର କମିଟି ଗଠନ: ଶରତ ପଟ୍ଟନାୟକ

author img

By ETV Bharat Odisha Team

Published : Feb 29, 2024, 3:50 PM IST

Updated : Feb 29, 2024, 7:52 PM IST

Congress on Ratna Bhandar
Congress on Ratna Bhandar

Congress on Ratna Bhandar Committee: ରତ୍ନ ଭଣ୍ଡାର ମୂଲ୍ୟବାନ ବସ୍ତୁ ତାଲିକା ଲାଗି ସ୍ବତନ୍ତ୍ର କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନୀ ଗନ୍ଧ ବାରିଲା ବିରୋଧୀ କଂଗ୍ରେସ । ଅଧିକ ପଢନ୍ତୁ

ନିର୍ବାଚନୀ ବୈତରଣୀ ପାର ପାଇଁ ରତ୍ନଭଣ୍ଡାର କମିଟି ଗଠନ: ଶରତ ପଟ୍ଟନାୟକ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ଦୀର୍ଘ ଦିନ ଧରି ଚୁପ ଥିବା ରାଜ୍ୟ ସରକାର ଆଜି ହଠାତ ଶ୍ରୀମନ୍ଦିର ନେଇ ସକ୍ରିୟ ହେବାରେ ନିର୍ବାଚନୀର ଗନ୍ଧ ବାରିଛି କଂଗ୍ରେସ । ନିର୍ବାଚନ ଥିବାରୁ ଖୁବଶୀଘ୍ର ଆଚରଣ ବିଧି ଲାଗୁ ହେବ, କମିଟି କଣ କରିବ ସେ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କେବଳ ନିର୍ବାଚନୀ ବୈତରଣୀ ପାର ପାଇଁ ରତ୍ନଭଣ୍ଡାର କମିଟି ଗଠନ ହୋଇଥିବା କହିଛି କଂଗ୍ରେସ ।

ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, " କଂଗ୍ରେସ ଦଳ ସବୁବେଳେ ରତ୍ନଭଣ୍ଡାର ଖୋଲିବା, ରତ୍ନାଲଙ୍କର ଗଣତି ମଣତି କରାଯାଉ । ହେଲେ ବିଜେଡି ସରକାର କଥା ଶୁଣିଲା ନାହିଁ । ଯେତେବେଳେ ଜନ ଅସନ୍ତୋଷ ବ୍ୟାପିଲା, ଲୋକଙ୍କ ସନ୍ଦେହ ବଢ଼ିଲା କାହିଁକି ରତ୍ନ ଭଣ୍ଡାର ଖୋଲାଯାଉ ନାହିଁ । ସେତେବେଳେ ଚୁପ ଥିଲେ, ଏବେ ନିର୍ବାଚନ ଆସିଲା, ସେଥିପାଇଁ ଆଜି ମନେ ପଡିଲା । ଆଗକୁ ନିର୍ବାଚନ ଅଛି କେବଳ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ରତ୍ନଭଣ୍ଡାର କମିଟି ଗଠନ ଏକ ପ୍ଲାନ । ଜଗନ୍ନାଥଙ୍କୁ ଧରି ବୁଲୁଛନ୍ତି । କଂଗ୍ରେସ ରତ୍ନଭଣ୍ଡାର ଖୋଲିବା, ଚାରି ଦ୍ୱାର ଖୋଲିବା ନେଇ କେତେ ଦାବି କରିଛି ହେଲେ ଶୁଣିଲେ ନାହିଁ, ଆଜି ମନେ ପଡ଼ିଲା ଜଗନ୍ନାଥଙ୍କ କଥା । ଓଡିଶାବାସୀ ସବୁ ଦେଖୁଛନ୍ତି । ଏହାର ଜବାବ ଦେବେ ।"

ଏହା ବି ପଢନ୍ତୁ- ରତ୍ନଭଣ୍ଡାର ଅଳଙ୍କାର ତଦାରଖ ପାଇଁ କମିଟି ଗଠିତ; ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ

ଶ୍ରୀମନ୍ଦିର ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷା ଦୃଷ୍ଟିରୁ ଖୋଲାଯାଉ ବୋଲି ଦାବି ହୋଇ ଆସୁଥିଲା । ବିରୋଧୀମାନେ ଏନେଇ କୋର୍ଟର ଆଶ୍ରୟ ନେଇଥିଲେ । ଏପରିକି ବିଜେପି ପକ୍ଷରୁ ପୂର୍ବତନ ସଭାପତି ସମୀର ମହାନ୍ତି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ଦିନ ହେବ କୋର୍ଟ ନିର୍ଦେଶ ଦେଇଥିଲେ । ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି, ମଣତି କରାଯାଉ । ରତ୍ନଭଣ୍ଡାର ମରାମତି କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଆଜି ମୁଖ୍ୟମନ୍ତ୍ରୀ ଏନେଇ ଏକ କମିଟି ଗଠନ କରିଛନ୍ତି । କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ ଅଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅରିଜିତ ପସାୟତଙ୍କୁ ନେଇ କମିଟି ଗଠନ କରିଛନ୍ତି ସରକାର । କମିଟି ହେଲା ସତ ହେଲେ କେବେ ରତ୍ନ ଭଣ୍ଡାର ଖୋଲିବ, କେବେ ଗଣତି ହେବ ରତ୍ନ ଅଳଙ୍କାର, କେବେ ରତ୍ନଭଣ୍ଡାର ମରାମତି ହେବ ତା' ଉପରେ ରହିଛି ଓଡ଼ିଶାବାସୀଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 29, 2024, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.