ETV Bharat / state

27ରେ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ, ନେହା କକ୍କରଙ୍କ ଗୀତରେ ଝୁମିବେ ଦର୍ଶକ

author img

By ETV Bharat Odisha Team

Published : Feb 25, 2024, 10:27 PM IST

27 ତାରିଖରେ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହେବ
27 ତାରିଖରେ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହେବ

Barabati Stadium Renovation: ଆସନ୍ତା ୨୭ ତାରିଖ ଦିନ କଟକରେ ନୂଆ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଷ୍ଟାଡିୟମରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

27 ତାରିଖରେ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହେବ

କଟକ: ଆସନ୍ତା ୨୭ ତାରିଖ ଦିନ କଟକରେ ନୂଆ ବାରବାଟୀ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଷ୍ଟାଡିୟମରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିସିସିଆଇ ସଭାପତିଙ୍କ ସମେତ ଅନେକ ପ୍ରତିଷ୍ଠିତ ଖେଳାଳିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବ ଅବସରରେ ଦର୍ଶକମାନେ ବଲିଉଡ ଗାୟିକା ନେହା କକ୍କରଙ୍କ ସଙ୍ଗୀତରେ ଝୁମିବେ । ଯାହାର ସୂଚନା ଓସିଏ ସମ୍ପାଦକ ସଞ୍ଚୟ ବେହେରା ଦେଇଛନ୍ତି ।

ଆଉ ଦୁଇ ଦିନ ପରେ ନୂତନ ବାରବାଟୀର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ଶିଳାନ୍ୟାସ କରାଯିବାକୁ ଥିବା ବେଳେ ଶିଳାନ୍ୟାସ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅପରାହ୍ନ ସାଢେ ୪ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବାର ସୂଚନା ମିଳିଛି । ତେବେ ଏହି କାର୍ଯ୍ୟକ୍ରମ ପାଇଁ ପଡ଼ିଆ ଭିତରେ ଏକ ବିଶାଳ ମଞ୍ଚ ପ୍ରତିଷ୍ଠା କରାଯାଉଥିବା ବେଳେ ପଡ଼ିଆ ଭିତରେ ୫ ହଜାର ଓ ଗ୍ୟାଲେରୀରେ ୧୫ ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଉଛି । ନୂଆ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେବା ପାଇଁ ଭାରତୀୟ କ୍ରିକେଟ ଟିମ ଅଂଶ ବିଶେଷ ଥିବା ଅନେକ ପ୍ରତିଷ୍ଠିତ ଖେଳାଳିଙ୍କ ସହ ବିସିସିଆଇ ସଭାପତି ଜୟ ସାହାଙ୍କୁ ମଧ୍ୟ ଓସିଏ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... 'ବାରବାଟୀ ନିର୍ମାତା ଭୈରବ ମହାନ୍ତିଙ୍କୁ ନଭୁଲନ୍ତୁ ସରକାର କି ଓସିଏ'

ଯେଉଁଥିରେ ଦର୍ଶକ ବଲିଉଡ ଗାୟିକା ନେହା କକ୍କର ଓ ତାଙ୍କ ଗ୍ରୁପର ସଙ୍ଗୀତ ପରିବେଷଣ ସହିତ ଓଡ଼ିଶାର କଳାକାରମାନେ ନୃତ୍ୟଗୀତ ପରିବେଷଣର ମଜା ନେଇପାରିବେ । ବିସିସିଆଇ ଏବଂ ଓସିଏର ମିଳିତ ଉଦ୍ୟମରେ ଏହି ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ ହେବାର ସୂଚନା ଦେଇଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । 600ରୁ 700 କୋଟି ଟଙ୍କା ବ୍ୟୟ ଅଟକଳରେ ଷ୍ଟାଡିୟମ ପୁନଃ ନିର୍ମାଣ ହେବ । ସେହିପରି ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ନବକଳେବର ଲାଗି ରାଜ୍ୟ ସରକାର ଓ ଓସିଏର ମିଳିତ ଉଦ୍ୟମରେ ଖର୍ଚ୍ଚ ହେବ । ଷ୍ଟାଡିୟମକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭଙ୍ଗାଯିବ ବୋଲି ଯୋଜନା କରୁଛି ଓସିଏ । ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.