ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଶିମିଳିପାଳରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

author img

By ETV Bharat Odisha Team

Published : Jan 24, 2024, 6:04 PM IST

Updated : Jan 24, 2024, 6:54 PM IST

Melanistic Tiger Safari
କଳାବାଘ ସଫାରୀ

Melanistic Tiger Safari near Similipal: ଏଣିକି ଶିମିଳିପାଳରେ କଳାବାଘ ଦେଖିବେ ପର୍ଯ୍ୟଟକ । କଳାବାଘ ସଫାରୀ ନେଇ ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଶିମିଳିପାଳରେ ହେବ କଳାବାଘ ସଫାରୀ । ଟ୍ବିଟ ଯୋଗେ ଏନେଇ ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ବିରଳ କଳାବାଘକୁ ଶିମିଳିପାଳରେ ଦେଖିପାରିବେ ପର୍ଯ୍ୟଟକ ।
ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ବା ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ନିକଟରେ ଓଡିଶା ଏକ ସ୍ୱତନ୍ତ୍ର ମେଲାନିଷ୍ଟିକ୍ ଟାଇଗର ସଫାରୀ ସ୍ଥାପନ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, "ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ମେଲାନିଷ୍ଟିକ୍ ଟାଇଗର ସଫାରୀ ସ୍ଥାପନ କରାଯିବ । ଏହି ଘୋଷଣା କରି ମୁଁ ଅତ୍ୟନ୍ତ ଖୁସୀ । ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ବର୍ତ୍ତମାନ ଓଡିଶାରେ ଦେଖିପାରିବେ କଳାବାଘ ।"

  • Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve in #Mayurbhanj. Tourists and visitors can now have a glimpse of the rare and majestic species found only in Odisha. pic.twitter.com/h3g2ep8tui

    — Naveen Patnaik (@Naveen_Odisha) January 24, 2024 " class="align-text-top noRightClick twitterSection" data=" ">

ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ କଳାବାଘ ଯୋଡି ବୁଲୁଥୁବା ନଜର ଆସୁଛନ୍ତି । ଅନେକ ସମୟରେ ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । ବିଶେଷ ଭାବରେ ଶିମିଳିପାଳ ସହିତ ଅନେକ ସ୍ଥାନର ଜଙ୍ଗଲରେ ମଧ୍ୟ କଳାବାଘ ଦେଖାଯାଉଛି । ତେବେ କିଛି ଦିନ ତଳେ ଓଡ଼ିଶା ଜଙ୍ଗଲରେ ଦେଖିବାକୁ ମିଳିଥିଲା କଳା ରଙ୍ଗର କଲରା ପତରିଆ ବାଘ । ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ ଏହି ବିରଳ କଳା ରଙ୍ଗର ବାଘ କ୍ୟାମେରା ଲେନ୍ସରେ ଠାବ ହୋଇଥିଲା । ସିକ୍ରେସନ୍ ପିଗମେଣ୍ଟ ଅଧିକା ହେବା କାରଣରୁ ତାର ଶରୀରରେ ଥିବା ଛିଟ ଦାଗ ଦେଖା ଯାଇନଥାଏ ବା ହଳଦିଆ ରଙ୍ଗ ଲୁଚିଯାଇଥାଏ ବୋଲି କୁହାଯାଇଥିଲା । ଫଳରେ ବାଘଟି କଳା ରଙ୍ଗର ଦେଖାଯାଇଥିଲା ।

ଓଡ଼ିଶା ସରକାର କଳା ବାଘ ସଫାରୀ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ସଫାରୀ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ କରାଯିବା । ଏଥିପାଇଁ ଜାତୀୟ ରାଜପଥ ନଂ 18କୁ ଲାଗିଥିବା 200 ହେକ୍ଟର ଜମି ଚିହ୍ନଟ କରାଯାଇଛି । ଏଥିରୁ 100 ହେକ୍ଟର ମଧ୍ୟରେ ବାଘଙ୍କ ରହଣି ସ୍ଥଳ ହେବ । ଏହାସହ ବଳକା 100 ହେକ୍ଟରରେ ପ୍ରଣୀ ଚିକିତ୍ସା ସୁବିଧା, କର୍ମଚାରୀ ଭିତ୍ତିଭୂମି ଏବଂ ପରିଦର୍ଶକଙ୍କ ପାର୍କିଂ ସହ ଅନାନ୍ୟା ସୁବିଧା କରାଯିବ । ଏହି ସ୍ଥାନଟି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଠାରୁ ମାତ୍ର 15 କିମି ଦୂରରେ ରହିଛି । ତେବେ ଶିମିଳିପାଳ ବିଶ୍ବର ଏକମାତ୍ର ବ୍ୟାଘ୍ର ଅଭୟାରଣ୍ୟା ଯେଉଁଠାରେ କଳା ବାଘ ଦେଖିବାକୁ ମିଳିଥାନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ( NTCA) ପକ୍ଷରୁ 2018 ପ୍ରକାଶିତ ସର୍ବଭାରତୀୟ ବାଘ ଆକଳନ ରିପୋର୍ଟ ଅନୁଯାୟୀ, କେବଳ ଶିମିଳିପାଳରେ କଳା ବାଘ ଦେଖିବାକୁ ମିଳିଥାନ୍ତି । ତେବେ ବଳା ବାଘ ସଫାରୀ କରିବା ପାଇଁ ରାଜ୍ୟ ସରକାର NTCA କୁ ଦାଖଲ କରିଥିବା ପ୍ରସ୍ତାବକୁ NTCA ର ବୈଷିକ ଟିମ ଦ୍ବାରା ଅନୁମୋଦନ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ବିଶ୍ବରେ ଶିମିଳିପାଳ ସାଜିଛି ବିରଳ 'କଳା ବାଘ'ଙ୍କ ଏକମାତ୍ର ଘର: ରିପୋର୍ଟ

ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ବ୍ରିଟିଶ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏମିତି କଳା ବାଘ ଦେଖିବାକୁ ମିଳିଥିଲା । ତେବେ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ମଧ୍ୟ ଏହି କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବା ବେଳେ କ୍ୟାମେରାରେ ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଦେଶର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ ଆଦି 8ଟି ରାଜ୍ୟରେ କଳାବାଘ ଦେଖିବାକୁ ମିଳୁଥିଲା । ଏହାପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖିବାକୁ ମିଳିଛି । ଏହାରି ଭିତରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।



ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 24, 2024, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.