ETV Bharat / state

ଅନୁଗୋଳରେ ବିଚିତ୍ର ପାଣିପାଗ; ଦିନରେ ଖରା, ରାତିରେ ଶୀତକୁ ସକାଳେ ଘନ କୁହୁଡ଼ି - Dense Fog In Angul

author img

By ETV Bharat Odisha Team

Published : Mar 23, 2024, 4:05 PM IST

Dense Fog Looking In Angul: କୁହୁଡି କରୁଛି ଅସ୍ଥବ୍ୟସ୍ତ । ଅଦିନରେ ଅନୁଗୋଳରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଜଳବାୟୁ ପରିବର୍ତ୍ତନରୁ ଏଭଳି ଘଟୁଥିବା କହିଛନ୍ତି ପରିବେଶବିତ । ଅଧିକ ପଢ଼ନ୍ତୁ

ଅନୁଗୋଳ
ଅନୁଗୋଳ

ଅନୁଗୋଳ

ଅନୁଗୋଳ: ଖରାଦିନେ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି । ରାତିରେ ଶୀତ, ଦିନରେ ଖରା ଆଉ ସକାଳେ କୁହୁଡି । ତାତିର ପ୍ରକୋପ ମଧ୍ୟରେ ଏଭଳି ଅସ୍ୱାଭାବିକ ପାଣିପାଗ ନଜର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଅଦିନରେ ଏଭଳି ଘନ କୁହୁଡ଼ିକୁ ନେଇ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଉଛି । କେହି କେହି ଏହାକୁ ଜଳବାୟୁ ପରିବର୍ତ୍ତନ ବୋଲି କହୁଥିବା ବେଳେ କେହି କେହି ଅନୁଗୋଳର ପ୍ରଦୁଷଣକୁ ଦାୟୀ କରିଛନ୍ତି ।

ମାର୍ଚ୍ଚ ମାସ ଶେଷ ହେବାକୁ ବସିଥିବା ବେଳେ ଅନୁଗୋଳରେ ଦେଖିବାକୁ ମିଳୁଛି ଘନ କୁହୁଡି । ଜଳବାୟୁରେ ପରିବର୍ତ୍ତନ ପ୍ରଭାବରୁ ଏହଳି ଘଟୁଥିବା ନେଇ କହିଛନ୍ତି ପରିବେଶବିତ । ଯେଉଁ ସମୟରେ ସକାଳୁ ଅସହ୍ୟ ଗୁଳୁଗୁଳି ସହ ଖରା ଓ ଗରମ ହେବା କଥା ସେହି ସମୟରେ ଘନ କୁହୁଡି ସାଙ୍ଗକୁ କାକର ବୁନ୍ଦା ପଡୁଛି । ଯାହାଦ୍ବାରା ଲୋକମାନଙ୍କ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡୁଛି । ଗତ ଦୁଇ ଦିନ ହେଲା ଅନୁଗୋଳରେ ସକାଳ ସମୟରେ କୁହୁଡି ପରିଲକ୍ଷିତ ହେଉଛି । ସକାଳ ପ୍ରାୟ ୯ ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି । ଏହାପରେ ପ୍ରବଳ ଖରାର ତାତି ଅନୁଭୁତ ହେଉଛି । ସକାଳ ସମୟରେ କୁହୁଡି ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି । ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି । ତେବେ ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହର ଏହା ସଂକେତ ବୋଲି କହୁଛନ୍ତି ପରିବେଶବିତ ।

ଏହା ମଧ୍ୟ ପଢ଼ନ୍ତୁ...ଗୋଲମରିଚ ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ, କମୁଛି ଅମଳ ଚିନ୍ତାରେ କୋରାପୁଟ ଚାଷୀ - Climate Change Effect

ସେପଟେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ପର ଠାରୁ ପାଣିପାଗରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାତିରେ ଶୀତ ଅନୁଭୁତ ହେଉଥିବା ବେଳେ ଦିନରେ ଖରା ଆଉ ସକାଳେ କୁହୁଡି ଏଭଳି ଅସ୍ୱାଭାବିକ ପାଣିପାଗ ନଜର ଆସିଛି ଅନୁଗୋଳରେ । ଯାହାପାଇଁ ଲୋକେ ନାହିଁ ନଥିବା ହୀନସ୍ଥା ଭୋଗୁଛନ୍ତି । କେହି କେହି ଏହାକୁ ଜଳବାୟୁ ପରିବର୍ତ୍ତନ ବୋଲି କହୁଥିବା ବେଳେ କେହି କେହି ଜିଲ୍ଲାର ପ୍ରଦୁଷଣକୁ ଦାୟୀ କରିଛନ୍ତି । ସେପଟେ ଅଦିନିଆ ବର୍ଷା ଫଳରେ ଚାଷୀମାନେ ଅନେକ କ୍ଷତି ସହିଥିବା ବେଳେ ଏବେ କୁହୁଡି ପାଇଁ ମଧ୍ୟ ସେମାନେ କ୍ଷତି ସହିବେ । ବିଶେଷ କରି ଅନୁଗୋଳ ଜିଲ୍ଲାରେ ପାରିବା ଚାଷୀ ଏହା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.