ETV Bharat / state

ଓଡ଼ିଶା ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

author img

By ETV Bharat Odisha Team

Published : Feb 7, 2024, 10:25 AM IST

Updated : Feb 7, 2024, 11:17 AM IST

ଜଷ୍ଟିସ ଚକ୍ରଧାରୀ ଶରଣ ସିଂ
ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

Chakradhari Sharan Singh Takes Oath: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ଅଧିକ ପଢନ୍ତୁ

Chakradhari Sharan Singh Takes Oath

କଟକ: ଓଡିଶା ହାଇକୋର୍ଟକୁ ମିଳିଲା ନୂଆ ମୁଖ୍ୟ ବିଚାରପତି । ଶପଥ ନେଲେ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ଚକ୍ରଧରଙ୍କୁ ନୂଆ ମୁଖ୍ୟ ବିଚାପତି ଭାବେ ଶପଥ ପାଠ କରାଇଛନ୍ତି । ଆଜି(ବୁଧାବାର) ସକାଳ 10ଟାରେ ହାଇକୋର୍ଟରେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ପ୍ରକାଶଥାଉକି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

୧୯୯୦ ମସିହାରେ ଓକିଲାତି ଆରମ୍ଭ କରିଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ଗତ ଅକ୍ଟୋବର ୩ ତାରିଖରେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ଜଷ୍ଟିସ ଶୁବାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ପରେ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ତୁଲାଉଥିଲେ ।

ଏହା ମଧ୍ୟ ପଢନ୍ତୁ: ଓଡିଶା ହାଇକୋର୍ଟକୁ ମିଳିଲା ଦୁଇ ନୂଆ ବିଚାରପତି, ଶପଥ ନେଲେ ଜଷ୍ଟିସ ଶିବ ଶଙ୍କର ଓ ଆନନ୍ଦ ଚନ୍ଦ୍ର

ସୂଚନା ଅନୁସାରେ, 1963 ମସିହା ଜାନୁଆରୀ 20 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ତେବେ ଏଲଏଲବିରେ ଡିଗ୍ରୀ ହାସଲ କରିବା ପରେ 1990 ମସିହାରୁ ଓକିଲ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ 1998 ମଲିବାରେ ସ୍ଥାୟୀ ଆଇନଜୀବୀ ଭାବେ କେନ୍ଦ୍ର ସରକାର ନିଯୁକ୍ତି ନେଇଥିବା ବେଳେ 2001 ମସିହା ଯାଏଁ କାର୍ଯ୍ୟ ତୁଲାଇଥିଲେ । ତେବେ ପାଟନ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ।

2010 ମସିହା ଡିସେମ୍ବର ମାସରୁ ପାଟନା ହାଇକୋର୍ଟରେ ଅତିରିକ୍ତ ଜଜ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ସେ 22 ବର୍ଷ କାର୍ଯ୍ୟ କରିଛନ୍ତି । 2012 ମସିହା ମାର୍ଚ୍ଚ 5 ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ । ଏହାପରେ 2023 ମସିହା ଫେବୃଆରୀ ମାସରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ମିଳିଥିଲା । ତେବେ 2023 ମସିହା ନଭେମ୍ବର 2 ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବିଚାପତି ଚକ୍ରଧାରୀ ଶରଣ ସିଂଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ଗତ ଅକ୍ଟୋବର ୩ ତାରିଖରେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ଜଷ୍ଟିସ ଶୁବାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମୁଖ୍ୟ ବିଚାରପତି ପଦବୀ ଖାଲି ପଡିଥିଲା । ଆଜି ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ।

ଇଟିଭି ଭାରତ, କଟକ

Last Updated :Feb 7, 2024, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.