ETV Bharat / state

ରାତି ପାହିଲେ ରଙ୍ଗର ପର୍ବ ହୋଲି, ସଜାଗ କ୍ୟାପିଟାଲ ହସ୍ପିଟାଲ - Holi Medical Emergency

author img

By ETV Bharat Odisha Team

Published : Mar 25, 2024, 5:07 PM IST

Holi Medical Emergency: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ଏହି ସମୟରେ ଅନେକ ଅଘଟଣ ଘଟୁଥିବାରୁ ସଜାଗ ରହିଛି କ୍ୟାପିଟାଲ ହସ୍ପିଟାଲ । ଅଧିକ ପଢନ୍ତୁ

Holi Medical Emergency
Holi Medical Emergency

ରାତି ପାହିଲେ ରଙ୍ଗର ପର୍ବ ହୋଲି, ସଜାଗ କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର) ଫଗୁ ଓ ଫଗୁଣର ପର୍ବ ହୋଲି । ହୋଲି ଉତ୍ସବରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର । ତେବେ ଏହାରି ମଧ୍ୟରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ, ପୋଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ । ରଙ୍ଗ ଖେଳ ପରେ ଗାଧୋଇବା ବେଳେ ଅନେକ ସମୟରେ ଅଘଟଣ ଘଟିଥାଏ । ଏହାକୁ ନେଇ ସମ୍ପୂର୍ଣ୍ଣ ଭାବରେ ହସ୍ପିଟାଲ ପ୍ରସ୍ତୁତ ରହିଥିବା କହିଛି । କାଜୁଆଲ୍ଟିରେ ୩ ଜଣ ଡାକ୍ତର ୩ଟି ସିଫ୍ଟ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ଦିଲ୍ଲୀପ ପଣ୍ଡା ।

ଏନେଇ ସେ କହିଛନ୍ତି, "ହୋଲି ଉତ୍ସବରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଉତ୍ସବ ପାଳନ କରିଥାନ୍ତି । ତେଣୁ ଏହି ସମୟରେ ରଙ୍ଗ ଖେଳ ସମୟରେ କିଛି ଦୁର୍ଘଟଣା ଘଟିଥାଏ । କାହାର ଆଖିରେ ରଙ୍ଗ ପଡିପାରେ, ବାଇକରେ ଯିବା ସମୟରେ କିଛି ଦୁର୍ଘଟଣା ଘଟିପାରେ, ଏହାସହ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ନଜରି ରହିଛି । ସେଥିପାଇଁ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି । କାଜୁଆଲ୍ଟିରେ ୩ ଜଣ ଡାକ୍ତର ୩ଟି ସିଫ୍ଟ ଅନୁଯାୟୀ କାର୍ଯ୍ୟ କରିବେ ।

ଏହା ବି ପଢନ୍ତୁ- ବଢ଼ୁଛି ତାତି; ହୋଲିରେ 40 ଡିଗ୍ରୀ ପାର ହୋଇପାରେ ପାରଦ

ଏହା ଛଡା କାଯୁଆଲ୍ଟିରେ ଆଖି, ମେଡିସିନ, ସର୍ଜରୀ, ସ୍କିନ ଏବଂ ଅର୍ଥୋପେଡିକ ବିଭାଗର ଅଧିକ ଡାକ୍ତର ରହିଛନ୍ତି । ଏଥର ଯଦି ଅଧିକ ମାମଲା ଆସିବ ତେବେ ଏହି ବିଭାଗର ଡାକ୍ତରମାନେ ଚିକିତ୍ସା ଯୋଗାଇବେ । ତେବେ ସେ ପରାମର୍ଶ ଦେଇଛନ୍ତି ଯେ, ପିଲାଙ୍କର ରଙ୍ଗ ଖେଳରେ ଯେଭଳି ଭାବରେ ଆଖି ରଙ୍ଗ ନ ପଡ଼େ । ଗାଡ଼ି ଅଧିକ ବେଗରେ ନ ଚଳାଇବା ସହ ରଙ୍ଗ ଖେଳିବା ସମୟରେ ସମସ୍ତେ ସଚେତନତା ରହିବା ଆବଶ୍ୟକ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ । ଆସନ୍ତାକାଲି ରଙ୍ଗ ଖେଳକୁ ନେଇ ଅନେକ ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଥାଏ । ତେବେ ଏହି ଅଘଟଣ ରୋକିବାକୁ ଭୁବନେଶ୍ବରର ୫ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ- ଗଛଲତାଙ୍କ ସହ ହୋଲି ଖେଳିଲେ ପରିବେଶବ୍ରେମୀ

କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି । ଏହାସହ ଲାଇଫ ଜ୍ୟାକେଟ, ମେସିନ ରବର ବୋଟ ସହ ପ୍ରସ୍ତୁତ ରହିଛି ଫାୟାର ଟିମ । ସୂଚନା ଅନୁଯାୟୀ, ପୂର୍ବରୁ ହୋଲି ପର୍ବ ଆସିବା ପୂର୍ବରୁ ବଜାରକୁ ଆସିଥାଏ ବିଭିନ୍ନ ପ୍ରକାର ରଙ୍ଗ । ସବୁଠାରୁ ଅଧିକ ମୁଣ୍ଡଫଟା ରଙ୍ଗ, ବାର୍ନିସ୍‌‌, ଆଲକାତରା ଆଦିକୁ ବ୍ୟବହାର କରୁଥିଲେ ଲୋକେ । ଏହି ସବୁଥିରେ ପ୍ରଚୁର ପରିମାଣରେ ରସାୟନ ପଦାର୍ଥ ମିଶ୍ରଣ କରାଯାଉଥିବାରୁ ଚର୍ମ ଓ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବିଶେଷ କରି ଆଖି ପାଇଁ କ୍ଷତିକାରକ ହୋଇଥାଏ । ଏହି ରଙ୍ଗ ଲାଗିଲେ ତାହା ସହଜରେ ଛାଡ଼ି ନ ଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.