ETV Bharat / bharat

ବଢ଼ୁଛି ତାତି; ହୋଲିରେ 40 ଡିଗ୍ରୀ ପାର ହୋଇପାରେ ପାରଦ - Holi 2024

author img

By ETV Bharat Odisha Team

Published : Mar 22, 2024, 10:14 PM IST

Updated : Mar 23, 2024, 10:35 AM IST

HOLI 2024: ଚଳିତ ବର୍ଷ ହୋଲିରେ ବଢିବ ତାତି । ତାପମାତ୍ରା ପ୍ରାୟ 40 ଡିଗ୍ରୀ ଉପରେ ରହିବ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ

HOLI 2024
HOLI 2024

ହାଇଦ୍ରାବାଦ: ଚଳିତ ବର୍ଷ ହଟର୍‌ ହେବ ହୋଲି । ଆମେରିକୀୟ ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ହୋଲିରେ 40 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। 1970 ମସିହାରୁ ଲଗାତାର ଭାବେ କରାଯାଉଥିବା ଏହି ଅଧ୍ୟୟନ ଅନୁସାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା 40ଡିଗ୍ରୀ ତାପମାତ୍ରା ରହିଥାଏ, ହେଲେ ଏବେଠୁ ଭାରତର 9 ରାଜ୍ୟର ତାପମାତ୍ରା 40 ଡିଗ୍ରୀ ଛୁଇଁଥିବା ବିଶେଷଜ୍ଞମାନେ କହିଛନ୍ତି । ତେବେ ଜଳବାୟୁ ପରିବର୍ତ୍ତନ ଲାଗି ପ୍ରବଳ ତାତି ଅନୁଭୂତ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଭାରତୀୟ ପାଣିପାଗକୁ ଦେଖିଲେ, ମାର୍ଚ୍ଚ ଓ ଏପ୍ରିଲ ମାସରେ ଉତ୍ତର ଓ ପଶ୍ଚିମ ଭାରତ ବିଶେଷ କରି ଜମ୍ମୁ କାଶ୍ମୀରରେ ତାପମାତ୍ରା 2.8 ଡିଗ୍ରୀ ବୃଦ୍ଧି ପାଇଥାଏ । ମିଜୋରାମରେ 1.9 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଥାଏ । ଆଗକୁ ହୋଲି ଆସୁଥିବାରୁ ତାପମାତ୍ରାରେ ବୃଦ୍ଧି ଘଟିବା ଏକ ଚିନ୍ତାର କାରଣ ପାଲଟିଛି । ଏବେ ଠାରୁ ଦେଶର 9ଟି ରାଜ୍ୟରେ 40 ଡିଗ୍ରୀ ତାପମାତ୍ରା ରହିଛି । 1970 ମସିହାରେ 3ଟି ରାଜ୍ୟ ମହାରାଷ୍ଟ୍ର, ବିହାର ଓ ଛତିଶଗଡ଼ ବ୍ୟତୀତ ତାପମାତ୍ରା ଅନ୍ୟ କୌଣସି ରାଜ୍ୟରେ 40 ଡିଗ୍ରୀ ପାର କରୁନଥିଲା । ହେଲେ ଚଳିତ ବର୍ଷ 9 ରାଜ୍ୟ ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ତାପମାତ୍ରା 40 ଡିଗ୍ରୀ ପାର କରିବ ବୋଲି କୁହାଯାଉଛି ।

ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ତାତିର ପ୍ରଭେଦକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରବଳ ତାତି ଅନୁଭୂତ ହେବା ନେଇ 14 ପ୍ରତିଶତ ସମ୍ଭାବନା ରହିଛି । ରାଜ୍ୟର 37ଟି ସହରରେ ତାପମାତ୍ରା 40 ଡିଗ୍ରୀ ପାର ହେବା ନେଇ 1 ପ୍ରତିଶତ ସମ୍ଭାବନା ରହିଛି । ସେହିପରି 11ଟି ସହରରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା 10 ପ୍ରତିଶତ ରହିଛି । ସେପଟେ ମଦୁରାଇ ସହର ବ୍ୟତୀତ ଦେଶର କେନ୍ଦ୍ରାଞ୍ଚଳରେ ପ୍ରାୟ 15ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିବ । ବିଳାସପୁରରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା 31 ପ୍ରତିଶତ ରହିଛି । ଏପରି ହେଲେ 1970 ମସିହା ତୁଳନାରେ ଏହା 2.5 ଗୁଣା ଅଧିକ ରହିବ ବୋଲି ଜଣାପଡି଼ଛି । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା 8 ପ୍ରତିଶତ ରହିଛି । ଯଦି ତାପମାତ୍ରା ବୃଦ୍ଧି ପାଏ, ତେବେ ବିଗତ ଦିନ ତୁଳନାରେ ଏହା 8.1 ଗୁଣା ଅଧିକ ।

ଏହା ବି ପଢନ୍ତୁ-ମାଘରେ ବାଘ ଭଳି ଖରା; କଲବଲ ହେଲାଣି ଜନଜୀବନ, ଚିନ୍ତାରେ ପରିବେଶବିତ୍

କ୍ଲାଇମେଟ ସେଣ୍ଟ୍ରାଲର ପାଣିପାଗ ବିଶେଷଜ୍ଞ ଡଃ ଆଣ୍ଡ୍ୟୁ ପର୍ସିଙ୍ଗ କହିଛନ୍ତି, "ଚଳିତ ବର୍ଷ ଫେବୃଆରୀରରୁ ପ୍ରବଳ ତାତି ଅନୁଭୂତ ହୋଇଛି । ଏହି ସମୟରେ ପୂର୍ବରୁ ଶୀତ ଅନୁଭୂତ ହେଉଥିବା ବେଳେ ଏବେ ତାହା ତାତିରେ ପରିଣତ ହେଉଛି । ଫେବୃଆରୀରେ ଯେପରି ପାଣିପାଗ ରହିଥିଲା ମାର୍ଚ୍ଚରେ ମଧ୍ୟ ସେହିପରି ରହିବ । ଭାରତରେ ଜାରି ରହିଥିବା ୱାର୍ମ ଟ୍ରେଣ୍ଡ ଦର୍ଶାଇଛି ଯେ ଏହା ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନର ଭୟାବହତା ଛଡା ଆଉ କିଛି ନୁହେଁ ।"

ଅନ୍ୟପଟେ ସ୍କାଏମେଟ ୱେଦରର ଉପସଭାପତି ମହେଶ ପାଲୱତ କହିଛନ୍ତି, "ଜଳବାୟୁ ପରିବର୍ତ୍ତନ ଦ୍ବାରା ପାରଦ ସ୍ତର ବଢୁଛି, ଏହାକୁ କେହି ବି ଅଗ୍ରାହ୍ୟ କରିପାରିବେ ନାହିଁ । ଆମେ କହିପାରିବା ପର୍ଯ୍ୟାକ୍ରମେ ତାପମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି । ମାର୍ଚ୍ଚରେ ହିଟୱେଭ ପୂର୍ବରୁ ବିରଳ ଥିଲା । ହେଲେ ଗ୍ଲୋବାଲ ୱାର୍ମିଂ ଯୋଗୁଁ ହିଟୱେଭ ସହିତ ତାପମାତ୍ରା ବଢିବାରେ ଲାଗିଛି । ଚଳିତ ବର୍ଷ ମଧ୍ୟ ଆମେ ସମାନ ସ୍ଥିତି ଅନୁଭବ କରୁଛେ । ଏହି ଟ୍ରେଣ୍ଡ ଆଗକୁ ମଧ୍ୟ ଜାରି ରହିବ ।"

Last Updated : Mar 23, 2024, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.