ETV Bharat / state

ବରଗଡ଼ରେ ଖୋଲିଲା ପ୍ରଥମ "କ୍ୟାନ୍ସର ସହଯୋଗ କେନ୍ଦ୍ର"

author img

By ETV Bharat Odisha Team

Published : Feb 26, 2024, 10:53 PM IST

ବରଗଡ଼ରେ ଖୋଲିଲା ପ୍ରଥମ "କ୍ୟାନ୍ସର ସହଯୋଗ କେନ୍ଦ୍ର"
ବରଗଡ଼ରେ ଖୋଲିଲା ପ୍ରଥମ "କ୍ୟାନ୍ସର ସହଯୋଗ କେନ୍ଦ୍ର"

Cancer Sahayog Centre: ବରଗଡ଼ର "ଫାଇଟର୍ସ ଗୃପ୍" ଦ୍ବାରା ଖୋଲିଲା "କ୍ୟାନ୍ସର ସହଯୋଗ କେନ୍ଦ୍ର" ।ଏଠାରେ କର୍କଟ ରୋଗର ନିଦାନ, ପ୍ରତିକାର ଓ ରୋଗର କାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ।ଅଧିକ ପଢନ୍ତୁ

  • " class="align-text-top noRightClick twitterSection" data="">

ବରଗଡ଼: ଜିଲ୍ଲାରେ ଆରମ୍ଭ ହେଲା "କ୍ୟାନ୍ସର ସହଯୋଗ କେନ୍ଦ୍ର" । ଓଡିଶାରେ ପ୍ରଥମ ଥର ଏହି କେନ୍ଦ୍ର ଖୋଲାଯାଇଛି । ଏହା କ୍ୟାନ୍ସର ସରଭାଇଭର ମାନଙ୍କ ଦ୍ଵାରା ଆରମ୍ଭ କରାଯାଇଛି । ଆଜି(ସୋମବାର) ଦିିନ ବରଗଡ଼ ଲେଙ୍ଗୁମିଶ୍ର ମିନି ଷ୍ଟେଡିଅମ ପଛପଟେ ଥିବା ବେଙ୍କର୍ସ କଲୋନୀରେ ଏହି "କ୍ୟାନ୍ସର ସହଯୋଗ କେନ୍ଦ୍ର"ର ଉଦଘାଟନ କରାଯାଇଛି । କର୍କଟ ରୋଗର ନିଦାନ, ପ୍ରତିକାର ଓ ରୋଗର କାରଣ ସମ୍ପର୍କରେ ଅବଗତ ତଥା କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି ଦିଗରେ ଏଭଳି କେନ୍ଦ୍ର ଖୋଲାଯାଇଛି ।

ଏଠାରେ ରୋଗୀମାନଙ୍କୁ ଉପଯୁକ୍ତ ହସ୍ପିଟାଲ ଗୁଡ଼ିକରେ ସଠିକ ଚିକିତ୍ସା ପ୍ରଦାନ ଦିଗରେ ସହାୟତା କରିବା ଯିବ । ସମାଜରେ ଥିବା କ୍ୟାନ୍ସର ରୋଗୀଙ୍କ ମନୋବଳ ଦୃଢ କରିବା ସହିତ ଉତ୍ତମ ଚିକିତ୍ସା କ୍ଷେତ୍ରରେ ସହାୟ କରିବା ଲକ୍ଷ୍ୟ ନେଇ "ଫାଇଟର୍ସ ଗୃଫ" ଓ "ଉମିଦେ"ର ମିଳିତ ଉଦ୍ୟମରେ ଏହି କେନ୍ଦ୍ର ଖୋଲାଯାଇଛି । କ୍ୟାନ୍ସର ରୋଗକୁ ଭୟ ନ କରି ଦୃଢ ମନୋବଳ ସହ ଚିକିତ୍ସା କଲେ, ଏହା ନିଶ୍ଚୟ ଆରୋଗ୍ୟ ହେବ ବୋଲି ବାର୍ତ୍ତା ଦେଇଆସୁଛି "ଫାଇଟର୍ସ ଗୃପ୍ " ।


ତେବେ କ୍ୟାନ୍ସର ରୋଗ ସହିତ ଲଢେଇ କରି ବିଜୟୀ ହୋଇଥିବା ବରଗଡ଼ର କ୍ୟାନ୍ସର ସରଭାଇଭର ମାନଙ୍କ ଦ୍ଵାରା ଗଠିତ "ଫାଇଟର୍ସ ଗୃଫ" ଆଜି ସୁସ୍ଥ ସବଳ ସମାଜ ପାଇଁ ଏକ ଜ୍ଵଳନ୍ତ ଉଦାହରଣ ସାଜିଛି । ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଯୋଗୁଁ "ଫାଇଟର୍ସ ଗୃପ୍ " ଆଜି ନିଜକୁ ସମ୍ଭାଳି ପାରିବା ସହିତ ସମାଜରେ ରହିଥିବା ଅନ୍ୟ କ୍ୟାନ୍ସର ରୋଗୀ ଓ ପୀଡ଼ିତ ପରିବାରକୁ ଆପଣାଇ ସେମାନଙ୍କର ଦୁଃଖ ଦୂର କରିବାକୁ ସକ୍ଷମ ହୋଇପାରିଛି । ରୋଗୀଙ୍କୁ ଚିକିତ୍ସାର ରାସ୍ତା ଦେଖାଇବା ସହିତ ମାନସିକ ଏବଂ ଆବଶ୍ୟକ ସ୍ଥଳେ ଆର୍ଥିକ ସହଯୋଗ ମଧ୍ୟ କରିଥାଏ "ଫାଇଟର୍ସ ଗୃପ୍ " । ସେହିପରି ଗତ କିଛି ଦିନ ତଳେ ରାଜ୍ୟ ସରକାର ବରଗଡ଼ରେ ଏକ କ୍ୟାନ୍ସର ହସ୍ପିଟାର ମଧ୍ୟ ଲୋକାର୍ପଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .......ବରଗଡ଼କୁ ୮୩ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ; କହିଲେ 'ବରଗଡ଼ କଳା ଓ ସଂସ୍କୃତିର ମାଟି'

ତେବେ ବରଗଡ଼ର କ୍ୟାନ୍ସର ସରଭାଇଭର ମାନେ, ନିଜ ଦୁଃଖ କଷ୍ଟକୁ ଭୁଲି ଅନ୍ୟ କ୍ୟାନ୍ସର ରୋଗୀଙ୍କ ସହାୟତା ପାଇଁ "କ୍ୟାନ୍ସର ସହଯୋଗ କେନ୍ଦ୍ର" ଖୋଲିବା ସାରା ଦେଶରେ ପ୍ରଥମ ଘଟଣା ହେବ । "ଫାଇଟର୍ସ ଗୃପ"ର ଏପରି ନିଆରା ଏବଂ ମହତ କାର୍ଯ୍ୟକୁ ଆଜି ସମାଜକୁ ଅନେକ କିଛି ଶିକ୍ଷା ଦେଇଛି ।


ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.