ETV Bharat / state

ତତଲା କଡେଇରେ ବୌଦ୍ଧ ଜିଲ୍ଲା, ଚିନ୍ତା ଦ୍ବିଗୁଣିତ କରୁଛି ଜଳ ସମସ୍ୟା - Heat Wave In Boudh

author img

By ETV Bharat Odisha Team

Published : Apr 21, 2024, 8:50 PM IST

Heat Wave In Boudh
Heat Wave In Boudh

Heat Wave In Boudh: ବୌଦ୍ଧରେ ତାପମାତ୍ରା ରେକର୍ଡ ଭାଙ୍ଗୁଥିବାବେଳେ ନିକଟରେ ଏହା ଦେଶର ଉତ୍ତପ୍ତ ଅଞ୍ଚଳ ଭାବେ ବିବେଚନା କରାଯାଇଥିଲା । ଲଗାତାର ଏଠାରେ ୪୫ ଡିଗ୍ରୀ ପାର୍ କରୁଛି ତାପମାତ୍ରା । ଫଳରେ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି । ଅଧିକ ପଢନ୍ତୁ

Heat Wave In Boudh

ବୌଦ୍ଧ: ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଥିବାବେଳେ ବୌଦ୍ଧରେ ରେକର୍ଡ ବ୍ରେକ୍ କରୁଛି ତାପମାତ୍ରା । ଏପରିକି ପାଣିପାଗ ବିଭାଗ ଦ୍ବାରା ରେକର୍ଡ ହୋଇଥିବା ତାପମାତ୍ରାରୁ ବୌଦ୍ଧ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ତାଲିକାରେ ସ୍ଥାନ ପାଇଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବାବେଳେ ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଯାହା ସାଧାରଣ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି ।

ଗୋଟିଏପଟେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଅନ୍ୟପଟେ ମହାନଦୀରେ ଜଳପ୍ରପାତ ହ୍ରାସ ପାଉଥିବାରୁ ଉତ୍ତାପ ବୃଦ୍ଧି ପାଉଥିବା ଆଶଙ୍କା ଦେଖା ଦେଇଛି । ଗତ କିଛି ଦିନ ହେଲା ଲଗାତାର ବୌଦ୍ଧ ଜିଲ୍ଲାର ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ଉପରେ ରହୁଛି । ଦିନ ୧୦ ଟା ବେଳକୁ ରାଜରାସ୍ତାରେ ଯେମିତି ଅଘୋଷିତ ଜରୁରୀକାଳିନ ପରିସ୍ଥିତି ଉପୁଜିଛି । ପ୍ରବଳ ଗରମ କାରଣରୁ ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଲି ହୋଇ ପଡୁଥିବାବେଳେ ଅତି ଜରୁରୀ ନଥିଲେ ଲୋକେ ଘରୁ ବାହାରୁନାହାନ୍ତି । ଖାଲି ମଣିଷ ନୁହେଁ, ଗାଈଗୋରୁ ଓ ବନ୍ୟପ୍ରାଣୀ ମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି ।

ଏହା ବି ପଢନ୍ତୁ...ଖରା ଛୁଟି ଘୋଷଣା କଲେ ସରକାର, ଜାଣନ୍ତୁ କେବେଠୁ ? - Summer Vacation In Odisha

ସେପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଉଛି । ଅନେକ ସ୍ଥାନରେ ଜଳସ୍ତର ହ୍ରାସ ପାଇଛି । ନଳକୂପ ସମସ୍ୟା ଯୋଗୁଁ ଅନେକ ଲୋକେ ଚୂଆରୁ ଦୂଷିତ ପାନୀୟଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସେପଟେ ହିଟୱେଭକୁ ନେଇ ଆଜି ରାଜ୍ୟର 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା । 2 ଦିନ ପରେ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 25ରୁ ପୁଣି ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖ ଠାରୁ ରାଜ୍ୟରେ ଖରାଛୁଟି ହେବା ନେଇ ଆଜି (ରବିବାର) ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ 3 ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.