ETV Bharat / state

ତେଜୁଛି ଅପରାଜିତା ବିରୋଧୀ ଆନ୍ଦୋଳନ, ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା ଅଭିଯୋଗ - PROTEST AGAINST APARAJITA

author img

By ETV Bharat Odisha Team

Published : Apr 15, 2024, 8:41 PM IST

ତେଜୁଛି ଅପରାଜିତା ବିରୋଧୀ ଆନ୍ଦୋଳନ, ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା ଅଭିଯୋଗ
ତେଜୁଛି ଅପରାଜିତା ବିରୋଧୀ ଆନ୍ଦୋଳନ, ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା ଅଭିଯୋଗ

Protest Against Aparajita In Khordha: ଦିନକୁ ଦିନ ଅଡ଼ୁଆ ସୂତାରେ ଛନ୍ଦି ହଉଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବଢୁଛି ଦଳୀୟ କର୍ମୀଙ୍କ ବିରୋଧ । ଭୋଟ ନୋଟାରେ ଦେବାକୁ ଦଳୀୟ କର୍ମୀଙ୍କ ଧମକ । ଅଧିକ ପଢନ୍ତୁ

ତେଜୁଛି ଅପରାଜିତା ବିରୋଧୀ ଆନ୍ଦୋଳନ, ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା ଅଭିଯୋଗ

ଖୋର୍ଦ୍ଧା: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ଦଳୀୟ ଅନ୍ତଃକନ୍ଦଳ ସେତିକି ପଦାରେ ପଡୁଛି । ଦିନକୁ ଦିନ ତେଜୁଛି ଅପରାଜିତାଙ୍କ ପ୍ରତି ବିରୋଧ । ଧିରେ ଧିରେ ଜଣକ ପରେ ଜଣେ ମଣ୍ତଳ ସଭାପତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ମେଳି ହୋଇ ସଭା କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ବର୍ଷରେ ସାଂସଦ ବିକାଶ କରିନାହାନ୍ତି ବରଂ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଳୀୟ କର୍ମୀ ।

ଆଜି (ସୋମବାର) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଟିକାତାଳରେ ବିଜେପି କର୍ମୀମାନେ ମେଳି କରି ଅପରାଜିତାଙ୍କୁ ବିରୋଧ କରିଛନ୍ତି । ତେବେ ଦଳୀୟ କର୍ମକତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ସାଂସଦ ଅପରାଜିତା ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିଛନ୍ତି । ଦଳୀୟ ସଂଗଠନକୁ ଦୁର୍ବଳ କରି ନିଜସ୍ବ ସଂଗଠନ ଆରମ୍ଭ କରିଛନ୍ତି । ଅପରାଜିତାଙ୍କୁ ବିରୋଧ କରିବା ସହିତ ତାଙ୍କ ପ୍ରାର୍ଥୀତ୍ଵକୁ ବାତିଲ କରି ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।

ଦଳୀୟ କର୍ମକତ୍ତାମାନେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରିବା ସହିତ ଦଳୀୟ କର୍ମକତ୍ତାଙ୍କୁ ସାଙ୍ଗରେ ନେଇ ପାରୁଥିବା ବ୍ଯକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଦିନ ଧରି ସାଂସଦ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରିବା ସହିତ ନିଜସ୍ବ ସଂଗଠନ ସୁଦୁଢ କରିଛନ୍ତି । ଅଭିଯୋଗ ସତ୍ତ୍ୱେ ଯେତେ ବେଳେ ନିର୍ବାଚନ ସମୟ ଆସିଛି ପୁଣିଥରେ ସାଂସଦ ଅପରାଜିତାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାପରେ ବିଜେପି କର୍ମୀଙ୍କ ଭିତରେ ବିବାଦ ଉଗ୍ର ରୂପ ନେଉଛି । କର୍ମୀମାନେ ସାଂସଦ ଅପରାଜିତା ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୁଷ୍ଟ ହେବା ସହିତ ବିଭିନ୍ନ ସ୍ଥାନରେ ଘନଘନ ଅପରାଜିତା ବିରୋଧି ବୈଠକ କରୁଛନ୍ତି । ଅପରାଜିତାଙ୍କୁ ବିରୋଧ କରିବା ସହିତ ତାଙ୍କ ପ୍ରାର୍ଥୀତ୍ଵକୁ ବାତିଲ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବି କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅପରାଜିତାଙ୍କ ବିରୋଧରେ ଥମୁନି ଦଳୀୟ କର୍ମୀଙ୍କ ଅସନ୍ତୋଷ - PROTEST AGAINST APARAJITA SARANGI

ବେଗୁନିଆ ନିର୍ବାଚନ ମଣ୍ଡଳୀର ପିଚୁକୁଳି ମଣ୍ତଳ ସଭାପତି ସେଖ ଦୌଲତ ଅଲ୍ଲୀଙ୍କ ନେତୃତ୍ବରେ ଟିକାତାଳରେ ଶହ ଶହ ଉପେକ୍ଷିତ ବିଜେପି ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ସାଂସଦ ଅପରାଜିତାଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରିବାକୁ ମତ ପ୍ରକାଶ ପାଇବା ସହ ଯେ ପର୍ଯ୍ୟନ୍ତ ସାଂସଦ ଅପରାଜିତା ଦଳୀୟ କର୍ମକତ୍ତାଙ୍କୁ ସମ୍ମାନ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ବିରୋଧ ହେବା ସହ ଭୋଟ ନୋଟାକୁ ଦେବାକୁ ଉପେକ୍ଷିତ ବିଜେପି କର୍ମକତ୍ତା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.