ETV Bharat / state

ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ: ଅନନ୍ତ ନାଏକ

author img

By ETV Bharat Odisha Team

Published : Mar 20, 2024, 10:49 PM IST

BJP Press Meet
BJP Press Meet

BJP Press Meet: ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାଏକ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଧିକ ପଢ଼ନ୍ତୁ

BJP Press Meet

ଭୁବନେଶ୍ବର: ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାଏକ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ୮ ଜଣ ଆଦିବାସୀ ସାଂସଦଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରାଯାଇଛି । ଆଦିବାସୀ ମାନେ ସଚେତନ ହୁଅନ୍ତୁ, ଜନଜାତିଙ୍କ ପାଇଁ କାମ କରୁଥିବା ଦଳ ହେଉଛି ବିଜେପି ବୋଲି କହିଛନ୍ତି ଉଭୟ ।

ଜାତୀୟ ଜନଜାତି କମିଶନ ସଦସ୍ୟ ତଥା ବିଜେପି ନେତା ଅନନ୍ତ ନାଏକ କହିଛନ୍ତି, "ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ଆଦିବାସୀଙ୍କୁ ସମ୍ମାନ ଦେଇଛି ବିଜେପି । ୮ ଜଣ ଆଦିବାସୀ ସାଂସଦଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରାଯାଇଛି । ୨୦୨୫ ସୁଦ୍ଧା ଓଡ଼ିଶାର ସବୁ ଗାଁକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଆଦିବାସୀମାନେ ସଚେତନ ହୁଅନ୍ତୁ । ଜନଜାତିଙ୍କ ପାଇଁ କାମ କରୁଥିବା ଦଳ ହେଉଛି ବିଜେପି । ବାଜପେୟୀ ଏବଂ ମୋଦିଙ୍କ କାର୍ଯ୍ୟକାଳ ସମୟରେ ଆଦିବାସୀଙ୍କର ଅଧିକ ବିକାଶ ହୋଇଛି । ପରମ୍ପରା ଆଧାରରେ ଜନଜାତି ସମାଜର ବିକାଶ ହୋଇପାରିବ । 300ରୁ ଅଧିକ ବିଶ୍ବବିଦ୍ୟାଳୟରେ ଜନଜାତି ସମାଜ ଉପରେ ଗବେଷଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକି ଇଂରେଜ ମାନେ ନଷ୍ଟ କରିଥିଲେ । ଆଦିବାସୀ ସମାଜର ବିକାଶ ନାଁରେ ସରକାର ଅନେକ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅଧିକ ପରିମାଣରେ ସବୁ ସ୍କିମରେ ବହୁଗୁଣରେ ଆର୍ଥିକ ସହାୟତା ଦେଇଛନ୍ତି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ସାମ୍ନା କରିବା ପାଇଁ ଏକଲବ୍ୟ ସ୍କୁଲ ସ୍ଥାପନ କରାଯାଇଛି । ପେଶା ଆଇନ ମାଧ୍ୟମରେ ଗାଁରେ ହିଁ ବିକାଶ ପାଇଁ ନିଷ୍ପତ୍ତି ନେଇ ପାରୁଛନ୍ତି । କିନ୍ତୁ ଓଡ଼ିଶାରେ ଦୁର୍ଭାଗ୍ୟବଶତଃ ଏବେ ଯାଏଁ ପେଶା ଆଇନ ଲାଗୁ ହୋଇପାରିନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟ ହେଉଛି କି ନାହିଁ ମୁଁ ଜାଣିନି, ଦଳର ଶୀର୍ଷ ନେତା ନିଷ୍ପତ୍ତି ନେବେ: ବିଶ୍ବେଶ୍ବର

ସେହିଭଳି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, "ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଥମ କରି ଜୁଏଲ ଓରାମଙ୍କୁ ଆଦିବାସୀ ବିଭାଗର କେନ୍ଦ୍ରମନ୍ତ୍ରୀ କରାଯାଇଥିଲା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ଶିକ୍ଷାକୁ ଅଧିକ ଧ୍ୟାନ ଦେଇଥିଲେ । ଦେଶରେ ୭୦୦ ଏକଲବ୍ୟ ସ୍କୁଲ, ଓଡ଼ିଶାରେ ୮୭ଟି ଏକଲବ୍ୟ ସ୍କୁଲ କରିଛନ୍ତି ମୋଦି । ୭୦ରୁ ଊର୍ଦ୍ଧ୍ବ ଏକଲବ୍ୟ ସ୍କୁଲର ଭୂମି ପୂଜନ କରାଯାଇଛି, କାମ ମଧ୍ୟ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ସିକଲସେଲ୍‌ ଚିକିତ୍ସା ପାଇଁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ କରାଯାଇଛି । କୋଭିଡ ମହାମାରୀ ବେଳେ ଜନଜାତି ବହୁଳ ଅଞ୍ଚଳରେ ସଚେତନତା ଏବଂ ଚିକିତ୍ସା ସେବା ପହଞ୍ଚି ପାରିଥିଲା । କେନ୍ଦ୍ର ସରକାରଙ୍କ ୯ଟି ବିଭାଗ ମିଳିତ ଭାବେ ଜନଜାତିଙ୍କ ବିକାଶ ପାଇଁ କାମ କରୁଛନ୍ତି । ୧୨୦ଟି ଜନଜାତିର ତଥ୍ୟ ଓଡ଼ିଶା ସରକାର ଆଜି ଯାଏଁ ଠିକଭାବେ ଦେଇ ପାରିଲେ ନାହିଁ । ଗତ ସଂସଦ ଅଧିବେଶନ ଓଡ଼ିଶାର ୪୯ ଆଦିବାସୀ ସମୁଦାୟଙ୍କୁ ତାଲିକା ଭୁକ୍ତ କରିଛନ୍ତି କେନ୍ଦ୍ର ସରକାର । ବିଜେପି ସରକାର ହିଁ ପ୍ରଥମେ ଜନଜାତି ବିଭାଗ ତିଆରି କଲା । ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦି ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.