ETV Bharat / state

କେନ୍ଦ୍ର ସରକାର ହଟାଉ କେନ୍ଦୁପତ୍ର ଉପରୁ ଜିଏସଟି: ସୁବାସ ସିଂ - Nullify GST On Kendu Leaves

author img

By ETV Bharat Odisha Team

Published : Apr 22, 2024, 7:46 PM IST

କେନ୍ଦ୍ର ସରକାର ହଟାଉ କେନ୍ଦୁପତ୍ର ଉପରୁ ଜିଏସଟି: ସୁବାସ ସିଂ
କେନ୍ଦ୍ର ସରକାର ହଟାଉ କେନ୍ଦୁପତ୍ର ଉପରୁ ଜିଏସଟି: ସୁବାସ ସିଂ

Demand of GST Abolishment on Kendu Leaves: କେନ୍ଦୁପତ୍ର ଉପରେ ଜିଏସଟି ଲାଗିବା ଯୋଗୁଁ ଆଦିବାସୀ ମହିଳା ତୋଳାଳୀମାନଙ୍କ ଆର୍ଥିକ କ୍ଷତି ସହିବାକୁ ପଡୁଛି ବୋଲି ଅଭିଯୋଗ କରିଛି ବିଜୁ ଶ୍ରମିକ ସାମ୍ମୁଖ୍ୟ । ଅନ୍ୟପକ୍ଷେ କେନ୍ଦ୍ର ସରକାର ଜିଏସଟି ହଟାଇବାକୁ ଦାବି କରିଛି ବିଜୁ ଶ୍ରମିକ ସାମ୍ମୁଖ୍ୟ । ଅଧିକ ପଢନ୍ତୁ

କେନ୍ଦ୍ର ସରକାର ହଟାଉ କେନ୍ଦୁପତ୍ର ଉପରୁ ଜିଏସଟି: ସୁବାସ ସିଂ

ରାଉରକେଲା: କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଦାବି । ଏନେଇ ଷ୍ଟିଲସିଟି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ତଥା କଟକ ମହାନଗର ନିଗମ ମେୟର ସୁବାସ ସିଂହ ଦାବି କରିଛନ୍ତି । ସେ କହିଛନ୍ତି ଯେ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଆଗରେ ରହିଥ‌ିବା ବେଳେ କେନ୍ଦୁପତ୍ର ଉପରେ ଜିଏସ୍‌ଟି ଲଗାଇ କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କ ପ୍ରତି କେନ୍ଦ୍ର ସରକାର ଘୋର ଅନ୍ୟାୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କ ଦୈନିକ ମଜୁରି ଏକକାଳୀନ ୧୦୦ ଟଙ୍କା ବୃଦ୍ଧି କରି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାରେ ଶ୍ରମିକମାନଙ୍କ ସର୍ବନିମ୍ନ ଦୈନିକ ମଜୁରି ୩୪୬ ଟଙ୍କା ଥିବା ବେଳେ ଏହାକୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସରକାରୀ, ଅର୍ଦ୍ଧସରକାରୀ ଓ ଶିଳ୍ପ ସଂସ୍ଥା, ଘରୋଇ କାର୍ଯ୍ୟ ଏବଂ ସବୁ ସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ ଉପକୃତ ହେବେ ।

ବିଶେଷକରି ପୌରପାଳିକା, ବିଦ୍ୟୁତ ବିଭାଗ, ପରିବହନ ବିଭାଗ ଏବଂ ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହାର ଫାଇଦା ପାଇପାରିବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରମିକ ଶ୍ରେଣୀର ଲୋକଙ୍କୁ ଏକ ବଡ଼ ସୁରକ୍ଷା ପ୍ରଦାନ କରିପାରିଛି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ ଲକ୍ଷ ୪୮ ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ ଯୋଜନାରେ ୩ ହଜାର ୫୨୪ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ ସବୁ ସ୍ତରର ଶ୍ରମିକ ଏପରିକ ଘରୋଇ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଛି । ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁ ପ୍ରକାର ଚାଳକ ଓ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ ଗଠନ କରାଯାଇ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ନୂଆ ଓଡିଶା ଗଠନରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସୁବାସ ସିଂ - Biju Sramika Samukhya PC

ସେହିପରି କେନ୍ଦୁପତ୍ର ତୋଳାଳି ଓ ବୁଣାକାରମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଇଛି । ସେମାନଙ୍କ ପାଇଁ ଚଳିତ ବର୍ଷ ୫୦ ଭାଗ ରାଶି ବୃଦ୍ଧି କରାଯାଇଛି । ସମ୍ବଲପୁର ସହରରେ କାର୍ଯ୍ୟରତ ମ୍ୟୁନିସିପାଲିଟି କର୍ମଚାରୀ, ହୋଟେଲ ଵ୍ୟଵସାୟରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ ଦୋକାନ ବଜାର ଓ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଦୈନିକ ମଜୁରି ବୃଦ୍ଧି ବଡ଼ ସହାୟତା ପାଇପାରିବ । ଏହାଛଡ଼ା ଅଟୋ ଚାଳକ, ଫଟୋଗ୍ରାଫର, ଘରୋଇ ଶ୍ରମିକ, ଅଣସଂଗଠିତ ଶ୍ରମିକ ବୋର୍ଡରେ ସାମିଲ ହୋଇ ସବୁ ପ୍ରକାର ସହାୟତା ପାଇବାକୁ ହକଦାର ହୋଇପାରିବେ ବୋଲି ସୁବାସ ସଂହ କହିଥିଲେ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.