ETV Bharat / state

କାଲିଠୁ ଦୁଆରଶୁଣୀ ଘାଟି ରାସ୍ତା ବନ୍ଦ ଆହ୍ବାନ ଦେଲା ଭଞ୍ଜସେନା

author img

By ETV Bharat Odisha Team

Published : Feb 1, 2024, 10:16 PM IST

ଭଞ୍ଜସେନା ପକ୍ଷରୁ ଦୁଆରଶୁଣୀ ଘାଟି ରାସ୍ତା ବନ୍ଦ ଆହ୍ବାନ
ଭଞ୍ଜସେନା ପକ୍ଷରୁ ଦୁଆରଶୁଣୀ ଘାଟି ରାସ୍ତା ବନ୍ଦ ଆହ୍ବାନ

Bhanjsena calls for closure of Duarsuni Ghati : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଦୁଆରଶୁଣୀ ଘାଟି ରାସ୍ତା । ରାସ୍ତା ସମ୍ପ୍ରସାରଣ ପାଇଁ ଦାବି । ରାସ୍ତା ବନ୍ଦ ଆହ୍ବାନ ଦେଲା ଭଞ୍ଜସେନା । ଅଧିକ ପଢ଼ନ୍ତୁ,

ଭଞ୍ଜସେନା ପକ୍ଷରୁ ଦୁଆରଶୁଣୀ ଘାଟି ରାସ୍ତା ବନ୍ଦ ଆହ୍ବାନ

ରାଇରଙ୍ଗପୁର : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଦୁଆରଶୁଣୀ ଘାଟି ରାସ୍ତା । ରାସ୍ତା ସମ୍ପ୍ରସାରଣ ପାଇଁ ଦାବି । ରାସ୍ତା ବନ୍ଦ ଆହ୍ବାନ ଦେଲା ଭଞ୍ଜସେନା । ଘାଟି ନୁହେଁ ସତେ ଯେମିତି ମରଣଯନ୍ତା । ଘାଟି ରାସ୍ତା ଥିବାରି ଅନେକ ଛୋଟ ବଡ଼ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛି । ତେବେ ଅନେକ ଥର ରାସ୍ତା ସମ୍ପ୍ରସାରଣ ଦାବି କରାଯାଇଥିଲେ ମଧ୍ୟ ଏଠି ଲୋକଙ୍କ କଥା ଶୁଣେ କିଏ ?

ରାସ୍ତା ସମ୍ପ୍ରସାରଣ ଦାବିରେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୁଆରଶୁଣୀ ଘାଟି ରାସ୍ତା ବନ୍ଦ କରାଯିବ । ରାସ୍ତା ବନ୍ଦ ପାଇଁ ଆହ୍ବାନ ଦେଲା ମୟୂରଭଞ୍ଜର ଅଣ ରାଜନୈତିକ ସଂଗଠନ ଭଞ୍ଜସେନା । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା । ଅଧିକାଂଶ ସମୟରେ ଘାଟି ରାସ୍ତାରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦୁଆରଶୁଣୀ ଘାଟି ଦେଇ ଯାଇଛି ୪୯ ନଂ ଜାତୀୟ ରାଜପଥ । ଦୁଆରଶୁଣୀ ଘାଟିର ପାହାଡିଆ ଅଙ୍କାବଙ୍କା ଏବଂ ଉଠାଣିଆ ଗଡାଣିଆ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଯାନବାହନ ଚଳାଚଳ କରୁଛି । ଚାଳକର ସାମାନ୍ୟ ଅସାବଧାନତା ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଫଳରେ ଧନ ଜୀବନ ହାନି ହେଉଥିବାର ଦେଖିବାକୁ ମିଳୁଛି। ତେବେ ଘାଟି ରାସ୍ତାର ସମ୍ପ୍ରସାରଣ ହେଉ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏନେଇ ମୟୂରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ସଂଗଠନ 'ଭଞ୍ଜସେନା' ତରଫରୁ ବହୁବାର ଆନ୍ଦୋଳନ କରାଯାଇଛି । ଘାଟି ରାସ୍ତା ସମ୍ପ୍ରସାରଣ ପାଇଁ ଦାବି ମଧ୍ୟ ହୋଇ ଆସୁଛି । ହେଲେ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଘାଟି ରାସ୍ତା ଉପରେ ପଡ଼ି ପାରୁନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.... ଘାଟି ନୁହେଁ ତ ମରଣଯନ୍ତା ! ପୁଣି ଜୀବନ ନେଲା ଦୁଆରଶୁଣି

ଘାଟି ରାସ୍ତା ପାର୍ଶ୍ବରେ କେବଳ ସେଫଟି ୱାଲ୍ ନିର୍ମାଣ କରା ଯାଇଛି । କିନ୍ତୁ ରାସ୍ତା ସଂପ୍ରସାରଣ ଦାବି କେବଳ ପ୍ରତିଶୃତି ହୋଇ ରହି ଯାଇଛି l ସ୍ଥାନୀୟ ନେତା ଓ ମନ୍ତ୍ରୀ ମାନଙ୍କ ପ୍ରତିଶୃତି ଉପରେ ଆଉ ବିଶ୍ୱାସ ନାହିଁ । ତେଣୁ ଜିଲ୍ଲାର ଅଣ ରାଜନୈତିକ ସଂଗଠନ 'ଭଞ୍ଜସେନା'ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ବନ୍ଦର ଆହ୍ବାନ ଦେଇଛନ୍ତି । ତାଙ୍କ ଆହ୍ବାନ କ୍ରମେ ଶୁକ୍ରବାର ସକାଳ ୭ ଘଟିକା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘାଟି ରାସ୍ତାକୁ ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ସମଗ୍ର ଜିଲ୍ଲାବାସୀଙ୍କ ସମର୍ଥନ ଲୋଡିଛି ଭଞ୍ଜସେନା। ସମଗ୍ର ଜିଲ୍ଲାବାସୀଙ୍କ ସମୂହ ସ୍ବାର୍ଥ ପାଇଁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ। ତେବେ ସୂଚନା ପାଇଁ ଜଣାଇ ଦେଉଛୁ, ଗତ 28 ତାରିଖ ଦିନ ସେହି ଘଟିରେ ଏକ ପିଆଜ ବୋଝେଇ ଟ୍ରକ ଓଲଟି ହେଲପରଙ୍କ ଜୀବନ ଯାଇଥିଲା । ତାର କିଛି ଦିନ ତଳେ ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି 6 ଜଣଙ୍କ ଜୀବନ ଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.