ETV Bharat / state

ମୋଦି ଲହର ଚାଲିଥିବା ବେଳେ କର୍ପୋରେଟର ବିଜେପି ଛାଡିବା ଦୁର୍ଭାଗ୍ୟ ଜନକ: କର୍ପୋରେଟର ସବିତା

author img

By ETV Bharat Odisha Team

Published : Feb 28, 2024, 7:38 AM IST

BJP Corporators Press meet: କର୍ପୋରେଟର ସବିତା ସାହୁ କହିଛନ୍ତି ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ସବୁଠି ମୋଦି ଲହର ଚାଲିଥିବା ବେଳେ ବିଜେପିର ଚାରି ଜଣ କର୍ପୋରେଟର ଦଳ ଛାଡିବା ଦୁର୍ଭାଗ୍ୟ ଜନକ । ଏପରିକି ସବିତାଙ୍କୁ(ତାଙ୍କୁ) ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପାଇଁ ଡାକରା ଆସିଥିଲା ବୋଲି କହିଛନ୍ତି । ଅଧିକ ପଢନ୍ତୁ

କର୍ପୋରେଟର ସବିତା
କର୍ପୋରେଟର ସବିତା

ମୋଦି ଲହର ଚାଲିଥିବା ବେଳେ କର୍ପୋରେଟର ବିଜେପି ଛାଡିବା ଦୁର୍ଭାଗ୍ୟ ଜନକ: କର୍ପୋରେଟର ସବିତା

ବ୍ରହ୍ମପୁର: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଗଞ୍ଜାମ ଜିଲ୍ଲାର ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଏଭଳି ସମୟରେ ଗତ ପୌର ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଟିକେଟରେ ବିଜୟୀ ହୋଇଥିବା ଚାରି ଜଣ କର୍ପୋରେଟର ଦଳ ଛାଡି ବିଜେଡିରେ ସାମିଲ ହେବା ଘଟଣା ଅତ୍ୟନ୍ତ ଦୁଃଖ ଦେଇଥିବା କହିଛନ୍ତି ବ୍ରହ୍ମପୁର ସହରର ତିନି ନମ୍ବର ୱାର୍ଡର ବିଜେପି ସମର୍ଥିତ କର୍ପୋରେଟର ସବିତା ସାହୁ ।

ନିଜ ବାସଭବନରେ ଆୟୋଜିତ ପ୍ରେସମିଟରେ କର୍ପୋରେଟର ସବିତା ସାହୁ କହିଛନ୍ତି ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ସବୁଠି ମୋଦି ଲହର ଚାଲିଥିବା ବେଳେ ବିଜେପିର ଚାରି ଜଣ କର୍ପୋରେଟର ଦଳ ଛାଡିବା ଦୁର୍ଭାଗ୍ୟ ଜନକ । ଏପରିକି ସବିତାଙ୍କୁ(ତାଙ୍କୁ) ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପାଇଁ ଡାକରା ଆସିଥିଲା ବୋଲି କହିଛନ୍ତି । ହେଲେ ବିଜେଡିରେ ସାମିଲ ହେବା ପାଇଁ କିଏ ଯୋଗାଯୋଗ କରିଥିଲା ତାହା ସ୍ପଷ୍ଟ କରିନଥିଲେ ସବିତା । ନିଜର ସ୍ବାଭିମାନକୁ ଦେଖି ଦଳ ଛାଡି ଯାଇନଥିବା କହିଛନ୍ତି । ଏପରିକି ଅନ୍ୟ ସାଥୀ ମାନଙ୍କ ଚାପ ଥିଲେ ମଧ୍ୟ ଦଳ ଛାଡିବା ପାଇଁ ସ୍ବାଭିମାନ ଦଳର ବିଶ୍ବାସକୁ ଭଙ୍ଗ କରିନାହାଁନ୍ତି । କର୍ପୋରେଟର ପଦବୀ ପାଇଁ ଦଳୀୟ ଟିକେଟ ପ୍ରଦାନ କରିଥିବାରୁ ମୋ ଦଳକୁ ସମ୍ମାନ ଦେଇ ଦଳ ଛାଡିନଥିବା କହିଛନ୍ତି ।

ଏନେଇ ସେ ଦଳ ଛାଡି ଯାଇଥିବା କର୍ପୋରେଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯଦି ଦଳରେ କିଛି ସମସ୍ୟା ଥିଲା ଆଲୋଚନା କରାଯାଇ ପାରିଥାନ୍ତା । ଆଗକୁ ନିର୍ବାଚନ ଥିବା ବେଳେ ଏପରି ସ୍ଥିତିରେ ଦଳ ଛାଡି ଉଚିତ ହୋଇନାହିଁ ବୋଲି କହିଛନ୍ତି । ଏହାକୁ ଦୃଷ୍ଟି ନଦେଇ ହଠାତ ଏଭଳି ଚାରି ଜଣ କର୍ପୋରେଟର ଦଳ ଛାଡିବା ଘଟଣାକୁ ନାପସନ୍ଦ କରିବା ସହିତ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା କର୍ପୋରେଟର ମାନେ ପୁଣି ଥରେ ଦଳକୁ ଫେରିବେ ବୋଲି ସେ ବିଶ୍ବାସ ରଖିଥିବା କହିଛନ୍ତି ।

ସୂଚନାଅନୁଯାୟୀ ଗତକାଲି ବିଜେପି ଦଳର ଚାରି ଜଣ କର୍ପୋରେଟର ଦଳ ଛାଡି ଭୁବନେଶ୍ବରରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହାକୁ ନେଇ ରାଜନୈତିକ ସରଗରମ ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କାର୍ଯ୍ୟକ୍ରମରେ ବିଜେଡି ଦଳର ବହୁ ପୁରାତନ ନେତା ଓ ପୂର୍ବତନ କର୍ପୋରେଟର ମାନେ ବିଜେପିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.