ETV Bharat / state

ଦେବୀ ନଦୀରୁ ବେଆଇନ ବାଲି ଚାଲାଣ ପାଇଁ ଚିନ୍ତାରେ ଗ୍ରାମବାସୀ, ବାଲିଘାଟ ବନ୍ଦ ପାଇଁ ଭିଡିଲେ ଅଣ୍ଟା

author img

By ETV Bharat Odisha Team

Published : Feb 26, 2024, 8:59 AM IST

ଦେବୀ ନଦୀ
ଦେବୀ ନଦୀ

Illegal Sand Mining From Devi River: ଦେବୀ ନଦୀରୁ ବେଆଇନ ବାଲି ଚାଲାଣ ଯୋଗୁଁ ବଡ ଖରମଙ୍ଗା ଗାଁ ପ୍ରତି ବିପଦ । ବାଲିଘାଟ ବନ୍ଦ ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ ।‌ ଅଧିକ ପଢ଼ନ୍ତୁ

ଦେବୀ ନଦୀ

ନିଆଳି: ମାତିଛନ୍ତି ବାଲି ମାଫିଆ । ଟଙ୍କା ଲୋଭରେ ନୀତି ନିୟମ ଭୁଲି ନଦୀ ଗର୍ଭରୁ କୋଟି କୋଟି ଟଙ୍କାର ବାଲି ବେଆଇନ ଭାବରେ ଚାଲାଣ କରୁଛନ୍ତି । ହାଇକୋର୍ଟଙ୍କ ନିୟମ ଏବଂ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ କିଛି ବି ପରବାୟ ନାହଁ, ନିର୍ଭୟରେ ବାଲି ଚୋରି ହେଉଛି । ରାଜଧାନୀ ଉପକଣ୍ଠ ତଥା କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ ଅଧିନସ୍ଥ ଏବଂ ଗୋବିନ୍ଦପୁର ଥାନା ଝାରପଡା ପଞ୍ଚାୟତସ୍ଥିତ ଦେବୀ ନଦୀର ପୂର୍ବ ଭାଗ ବଡ ଖରମଙ୍ଗା ନିକଟରୁ ଦୀର୍ଘ ଧରି ବାଲି ଚୋରି ହେଉଥିବା ବେଳେ ଦେବୀ ନଦୀରୁ ବେଆଇନ ବାଲି ଚାଲାଣ ଯୋଗୁଁ ବଡ ଖରମଙ୍ଗା ଗାଁ ପ୍ରତି ବିପଦ ରହିଛି । ତେଣୁ ଏହାକୁ ବାଲି ଚାଲାଣକୁ ବିରୋଧ କରି ବାଲିଘାଟ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ ।‌

ତେବେ କଣ୍ଟାପଡ଼ା ବ୍ଲକ ଝାରପଡା ପଞ୍ଚାୟତସ୍ଥିତ ବଡ ଖରମଙ୍ଗା ଗ୍ରାମବାସୀଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରୁ ବାଲି ମାଫିଆମାନେ ବେଆଇନ ଭାବରେ ବାଲି ଚାଲାଣ କରୁଛନ୍ତି ସେ ସ୍ଥାନରେ ପୂର୍ବରୁ ସେମାନଙ୍କର ଘର ଓ ଜମି ବାଡି ରହିଛି । ବନ୍ୟା ଯୋଗୁଁ କାଠଯୋଡିରୁ ସୃଷ୍ଟି ହୋଇଥିବା ଦେବୀ ନଦୀ ଗର୍ଭରେ ସବୁ ଧନ ସମ୍ପତ୍ତି ଯାଇଛି । ପରବର୍ତ୍ତୀ ସମୟରେ ଜୀବନ ଜୀବିକା ହରାଇ ନଦୀ ବନ୍ଧ କଡରେ ଘର କରି ଜୀବନ ବିତାଉଛନ୍ତି ବଡ ଖରମଙ୍ଗା ଗ୍ରାମବାସୀ । ଏବେ କିଛି ମାସ ହେବ ବିନା ନିଲାମରେ ଚୋରାରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ ଯୋଗୁଁ ଆଗାମୀ ଦିନରେ ବଡ ଖରମଙ୍ଗା ଗାଁ ପ୍ରତି ବିପଦ ରହିଛି ବୋଲି ଆଶଙ୍କା କରି ବେଆଇନ ବାଲି ଘାଟକୁ ବିରୋଧ କରିଛନ୍ତି ବଡ ଖରମଙ୍ଗା ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ...ବାଜିଲା ଖବର ବେଆଇନ ବାଲିଘାଟକୁ ନେଇ ତେଜିଲା ବିରୋଧ, ଛତ୍ରଭଙ୍ଗ ଦେଲେ ହାଇୱା ଡ୍ରାଇଭର


ରାତିରେ ଗ୍ରାମବାସୀମାନେ ବାଲି ଉତ୍ତୋଳନକୁ ବିରୋଧ କରିବା ସହିତ ଦିନରେ ଗ୍ରାମର ଉଭୟ ପୁରୁଷ ଓ ମହିଳା ଏକାଠି ହୋଇ ଚୋରା ବାଲିଘାଟକୁ ବିରୋଧ କରିଛନ୍ତି । ଏନେଇ କଣ୍ଟାପଡ଼ା ତହସିଲ ଅଧିକାରୀ, ମାଇନ୍ସ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଡ ଖରମଙ୍ଗା ଗ୍ରାମବାସୀ । ଦେବୀ ନଦୀର ପୂର୍ବ ଭାଗରୁ ବଡ ଖରମଙ୍ଗା ନିକଟରୁ କୋଟି କୋଟି ଟଙ୍କାର ବାଲି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘାଟିରୁ ବିଳମ୍ବିତ ରାତିରେ ବାଲି ଚୋରି ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଚୋରି ହୋଇଥିବା ବାଲିର ଆକଳନ ପାଇଁ ଡ୍ରୋନ କ୍ୟାମେରା ସାହାର୍ଯ୍ୟରେ ତଦନ୍ତ ପାଇଁ ଦାବି ହୋଇଛି । ତେବେ ଚୋରା ବାଲିଘାଟ ବନ୍ଦ ସାଙ୍ଗକୁ ବଡ ଖରମଙ୍ଗା ଗ୍ରାମବାସୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଏବଂ କଟକ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ବଡ ଖରମଙ୍ଗା ଗ୍ରାମବାସୀ । ଅଭିଯୋଗ ସମ୍ପର୍କରେ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.