ETV Bharat / state

ବାଟ ହୁଡୁଥିବା ସମାଜକୁ ସଚେତନତା ପାଇଁ ପ୍ରୟାସ, ଗୀତନାଟ୍ୟ ମାଧ୍ୟମରେ ସଚେତନ କଲେ ଅଙ୍ଗନବାଡି କର୍ମୀ

author img

By ETV Bharat Odisha Team

Published : Feb 3, 2024, 9:48 AM IST

ନିଶା ନିବାରଣ
ନିଶା ନିବାରଣ

Awareness On to prevent Drug Addiction: ନିଶା ନିବାରଣ ପାଇଁ ଗୀତିନାଟ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଗୀତିନାଟ୍ୟ ପରିବେଷଣ ପରେ ସାଉଁଟିଛନ୍ତି ପ୍ରଶଂସା । ଅଧିକ ପଢ଼ନ୍ତୁ,

ନିଶା ନିବାରଣ

ବାଲେଶ୍ବର: ନିଶା ହଟାଅ ଦେଶ ବଞ୍ଚାଅ । କଥାରେ ଅଛି ନିଶା ହଟିଲେ ରାଜ୍ୟ ବଞ୍ଚିବ, ଆଉ ରାଜ୍ୟ ବଞ୍ଚିଲେ ଦେଶ ବଞ୍ଚିବ । କିନ୍ତୁ ଆଜିର ଯୁବପିଢ଼ି ସମୟ ସହିତ ନିଜକୁ ସେହି ଦୂଷିତ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି । ସେନେଇ ଏକ ଅଭିନବ ପ୍ରୟାଶ କରିଛନ୍ତି ସିମୁଳିଆର ଅଙ୍ଗନବାଡି କର୍ମୀ । ନିଶା ନିବାରଣ ପାଇଁ ଗୀତିନାଟ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଗୀତିନାଟ୍ୟ ପରିବେଷଣ ପରେ ସାଉଁଟିଛନ୍ତି ପ୍ରଶଂସା । ନିଶା କାରଣରୁ କିଭଳି ଲୋକ ତାଙ୍କର ସର୍ବସ୍ବ ହରାଇ ଦେଉଛନ୍ତି, ତାକୁ ଅତି ନିଖୁଣ ଭାବରେ ପରିବେଶଣ କରାଯାଇଥିଲା ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ସିଡିପିଓ ଭାରତୀ ତ୍ରିପାଠୀଙ୍କ ତତ୍ୱାବଧାନରେ ୫ଜଣ ଅଙ୍ଗନବାଡି କର୍ମୀ ଓ ଜଣେ କିଶୋରୀ ବାଳିକା ଏହି ଗୀତିନାଟ୍ୟରେ ଅଭିନୟ କରିଛନ୍ତି । ନିଶା ନିବାରଣ ପାଇଁ ଗୀତିନାଟ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ ଅଙ୍ଗନବାଡି କର୍ମୀ । ଗୀତିନାଟ୍ୟ ପରିବେଷଣ ପରେ ସାଉଁଟିଛନ୍ତି ପ୍ରଶଂସା । ନିଶା କବଳରେ ଆଜି ଯୁବକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ରହିଛନ୍ତି। କେତେବେଳେ ନିଶା ସେବନ ଦ୍ୱାରା କାହାର ଦୁର୍ଘଟଣାରେ ପ୍ରାଣ ଚାଲି ଗଲାଣି ତ ପୁଣି କିଏ ଏହି ନିଶା ପାଇଁ ଜୀବନ ହାରି ଦେଲାଣି। ନିଶା ସେବନ ଦ୍ୱାରା ଯେ କେବଳ ଶାରୀରିକ କ୍ଷତି ହେଉଛି ତାହା ନୁହେଁ ବରଂ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଉଜୁଡ଼ି ଯାଉଥିବା ମଧ୍ୟ ନଜିର ରହିଛି । ନିଶାଦ୍ରବ୍ୟ ସେବନ କରୁଥିବା ଲୋକମାନଙ୍କ ପରିବାରରେ ଅଧିକାଂଶ ସମୟରେ ଅଶାନ୍ତି ଲାଗି ରହୁଥିବା ବେଳେ ଏହାଦ୍ୱାରା କିଏ ସ୍ୱାମୀ ହରାଇଲାଣି ତ ପୁଣି କିଏ ବାପାକୁ ହରାଇଲାଣି। ଏଥିପାଇଁ ନିଶାଦ୍ରବ୍ୟ ଠାରୁ ନିଜର ପରିଜନମାନଙ୍କୁ ଦୁରେଇ ରଖିବା ପାଇଁ ପ୍ରଥମେ ଘର ପରିବାରରେ ପ୍ରତିବାଦ କରିବାକୁ ହେବ ।

ଏହା ମଧ୍ୟ ପଢ଼ନ୍ତୁ.... ଦେଶୀରୁ ବେଶୀ ହୋଇପାରିବ: ଅନ୍ତରାଷ୍ଟ୍ରୀୟ ଚାଷୀ ଓ ବିହନ ମେଳାରେ ଚାଷୀ ନେଲେ ନିଷ୍ପତ୍ତି

ସ୍ତ୍ରୀ ମାନେ ପେଟେଣ୍ଟ ମେଡିସିନ ନିଶା ଖାଉଥିବା ସ୍ୱାମୀ ମାନଙ୍କୁ ଦେବା ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ଗୀତିନାଟ୍ୟ । ଦିନକୁ ଦିନ ଲୋକମାନେ ନିଶା ସେବନ କରିବା ଦ୍ୱାରା ଅନେକ ଘର ଉଜୁଡି ଯାଉଥିବା ବେଳେ ସମ୍ପର୍କୀୟଙ୍କୁ ହରାଇ ବସୁଛନ୍ତି। ଲୋକମାନେ କିଭଳି ନିଶା ଠାରୁ ଦୂରେଇ ରହିବେ ସେଥିପାଇଁ ଅଙ୍ଗନବାଡି କର୍ମୀମାନେ ଗୀତିନାଟ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି । ଏମିତି ଗୀତିନାଟ୍ୟ ଦ୍ୱାରା ଯଦି କିଛି ଲୋକ ସଚେତନ ହୋଇ ପାରିବେ ତେବେ ତାହା ବଡ଼ କଥା ବୋଲି କୁହାଯାଇଛି ।

ଫକୀର ମୋହନ ସେନାପତିଙ୍କ ଦ୍ୱାରା ଲିଖିତ ପେଟେଣ୍ଟ ମେଡିସିନରେ କେମିତି ଜଣେ ମଦ୍ୟପ ସ୍ୱାମୀକୁ ତାର ସ୍ତ୍ରୀ ଝାଡୁରେ ମାଡ଼ ମାରି ମଦ ନିଶା ଛଡାଇ ଦେଉଛି ତାହାର ନିଖୁଣ ଅଭିନୟ କରିଥିଲେ ଅଙ୍ଗନବାଡ଼ି କର୍ମୀମାନେ । ଅନେକ ଦିନ ଆଗରୁ ଅଙ୍ଗନବାଡ଼ି କର୍ମୀମାନେ ଗୀତିନାଟ୍ୟ ପରିବେଷଣ ପାଇଁ ଅଭ୍ୟାସ ଜାରି ରଖିଥିଲେ। ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀମାନେ ନିଜ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରାଇବେ। ନିଶା ସେବନ ପରେ ଜଣେ ମଣିଷ ସାଧାରଣ ଭାବେ ରହୁନଥିବା ବେଳେ ନିଶା ଯୋଗୁଁ ଅନେକ ଅପରାଧିକ କାର୍ଯ୍ୟକଳାପ ବଢି ଚାଲୁଛି । ଅନେକ ସମୟରେ ନିଶା ସେବନ କରି ଗାଁ ଦାଣ୍ଡରେ ଝଗଡ଼ା ଗଣ୍ଡଗୋଳ ସୃଷ୍ଟି ହେଉଥିବା ପରିଲିକ୍ଷିତ ହେଉଛି। ଏଥିପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କ ଏମିଟି ପ୍ରୟାସକୁ ସବୁ ସ୍ତରରୁ ପ୍ରଶଂସା କରାଯାଇଛି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.