ETV Bharat / state

ପାରାଦ୍ବୀପରେ ପୁଷ୍ପ ପ୍ରଦର୍ଶନୀ, ରଙ୍ଗବେରଙ୍ଗ ଫୁଲ ମୋହିଲା ମନ

author img

By ETV Bharat Odisha Team

Published : Jan 25, 2024, 10:06 AM IST

ପାରାଦ୍ବୀପରେ ବାର୍ଷିକ ପୁଷ୍ପ ପଦର୍ଶିନୀ ଆୟୋଜିତ , ରଙ୍ଗବେରଙ୍ଗ ଫୁଲ କରୁଛି ଲୋକଙ୍କୁ ଆକୃଷ୍ଟ
ପାରାଦ୍ବୀପରେ ବାର୍ଷିକ ପୁଷ୍ପ ପଦର୍ଶିନୀ ଆୟୋଜିତ , ରଙ୍ଗବେରଙ୍ଗ ଫୁଲ କରୁଛି ଲୋକଙ୍କୁ ଆକୃଷ୍ଟ

Annual Flower Exhibition in Paradeep: ପାରାଦ୍ବୀପ ସ୍ଥିତ ତୈଳ ରିଫାଇନାରୀ ପରିସରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ । ବିଭିନ୍ନ ପ୍ରକାର ଫୁଲରେ ପିରାମିଡ, ଶୁଭ ଘଟ, ଫଟୋ ଉଠା ଫ୍ରେମ, ସୁନ୍ଦରୀ ନାରୀ, ହାତୀ ମୁଖ୍ୟ ଆକର୍ଷଣ । ଅଧିକ ପଢନ୍ତୁ

ପାରାଦ୍ବୀପରେ ବାର୍ଷିକ ପୁଷ୍ପ ପଦର୍ଶିନୀ ଆୟୋଜିତ , ରଙ୍ଗବେରଙ୍ଗ ଫୁଲ କରୁଛି ଲୋକଙ୍କୁ ଆକୃଷ୍ଟ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ସ୍ଥିତ ତୈଳ ରିଫାଇନାରୀ ପରିସରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ବିଭିନ୍ନ କିସମର ପୁଷ୍ପ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ପ୍ରକାରର ଭଳିକି ଭଳି ଫୁଲ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା । ଏପରିକି ଆମେରିକା, ଫ୍ରାନ୍ସ, ୟୁରୋପ, ଅଷ୍ଟ୍ରେଲିଆ, ଜାପାନ, ଇଣ୍ଡୋନେସିଆ, ନେପାଳ, ଶ୍ରୀଲଙ୍କା, ଲଣ୍ଡନ, ମାଲେସିଆ, ଆଦି ଦେଶର ଭଳିକି ଭଳି ପନିପରିବା ମଧ୍ୟ ପ୍ରଦର୍ଶନୀରେ ସାମିଲ କରାଯାଇଥିଲା । ପାରାଦ୍ବୀପବାସୀ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ ଜମାଇଥିଲେ । ଓଡ଼ିଶାର ଦେଶୀ ଫୁଲ ଯଥା ଯାଇ, ଜୁଇ, ମାଳତୀ, ଗେଣ୍ଡୁ , କନିଆର, ବିଭିନ୍ନ ଜାତିର ମନ୍ଦାର, ତରାଟ, ଚମ୍ପା, କାଠଚମ୍ପା, କଇଁ, ପଦ୍ମ ଆଦି ଫୁଲ ସହିତ ଅନେକ ବିଦେଶୀ ଫୁଲ ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା ।

ସମ୍ପୂର୍ଣ୍ଣ ପ୍ରଦର୍ଶନୀଟି ରାତ୍ରି ସମୟରେ ରଙ୍ଗୀନ ଆଲୋକ ସଜ୍ଜାରେ ବେଶ୍ ଝଲସୁଛି । ବିଭିନ୍ନ ପ୍ରକାର ଫୁଲରେ ପିରାମିଡ୍, ଶୁଭ ଘଟ, ଫଟୋ ଉଠା ଫ୍ରେମ, ସୁନ୍ଦରୀ ନାରୀ ଓ ଡଙ୍ଗା ତିଆରି ହୋଇଥିଲା । ଏତଦ୍ ବ୍ୟତୀତ ଗେଣ୍ଡୁରେ ତିଆରି ରିକ୍ସା, ହାତୀ ସହିତ ବାଲିରେ ନିର୍ମିତ ପରିବେଶ ସଚେତନ ଧର୍ମୀ ବାଲୁକା କଳା ଓ ଶ୍ରୀ ଜଗନ୍ନାଥଙ୍କ ବାଲୁକା କଳା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।

ଏହା ମଧ୍ୟ ପଢନ୍ତୁ .... ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ: ମନ ମୋହୁଛି ୫୦୦ରୁ ଊର୍ଦ୍ଧ୍ବ ପ୍ରଜାତିର ଦେଶୀ ବିଦେଶୀ ଫୁଲ


ସହରରେ ରହୁଥିବା ଲୋକେ ଏହି ଫୁଲ ଗୁଡିକ ଦେଖି ବେଶ ଖୁସି ହେବା ସହିତ ପରିବାର ଲୋକଙ୍କୁ ନେଇ ନାନା ଫୁଲର ପରିଚୟ କରାଉଥିବା ଦେଖିବାକୁ ମିଳିଛି । ପାରାଦ୍ବୀପ ଭଳି ସହରରେ ସେପରି ଫୁଲ ଦେଖିବାକୁ ମିଳିନଥାଏ । ପାରାଦ୍ବୀପବାସୀ ବିଭିନ୍ନ କିସମର ଫୁଲକୁ ନେଇ ହେଉଥିବା ପୁଷ୍ପମେଳାକୁ ବର୍ଷକୁ ଥରେ ଦେଖିବାକୁ ଯାଇଥାଆନ୍ତି । ସେହିପରି ପୁଷ୍ପ ପଦର୍ଶନୀ ସ୍ଥଳରେ ଦେଶୀ ଖାଦ୍ୟର ପସରା ମେଲିଥିବା ବେଳେ ପିପିଲି ଚାନ୍ଦୁଆ, ବ୍ୟାଗ, ମାଟି ତିଆରି ଚଢେଇ, କେଟଲି, ସମ୍ବଲପୁରୀ ପୋଷାକ, ଶାଢୀ, କୁର୍ତା, ଘର କରଣା ସାମଗ୍ରୀ ଆଦିର ଷ୍ଟଲର ପଡିଥିଲା । ସେହିପରି ହରିୟାଣା ଓ ଓଡ଼ିଶାର ହସ୍ତତନ୍ତର ବସ୍ତ୍ର ଷ୍ଟଲ ପଡିଥିଲା । ତୈଳ ବିଶୋଧନାଗାର ପକ୍ଷରୁ ମଧ୍ୟ ସ୍କୁଲ ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.