ETV Bharat / state

ଜମି ମାପିବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

author img

By ETV Bharat Odisha Team

Published : Feb 8, 2024, 5:23 PM IST

Amin Arrested By Vigilance: ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟର ଅମିନଙ୍କୁ ଧରିଛି ଭିଜିଲାନ୍ସ । ସଇଁତଳା ତହସିଲ କାର୍ଯ୍ୟାଳୟର ନିରମଲେନ୍ଧୁ କବି ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି । ଅଧିକ ପଢନ୍ତୁ

Amin Arrested By Vigilance
Amin Arrested By Vigilance

Amin Arrested By Vigilance

ବଲାଙ୍ଗୀର: ଜମି ମାପିବା ପାଇଁ ଲାଞ୍ଚ ନେଇ ଧରାପଡିଲେ ଅମିନ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟର ଅମିନଙ୍କୁ ଧରିଛି ଭିଜିଲାନ୍ସ । ଏହାସହ ଦୁଇ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । ଅମିନ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ କାର୍ଯ୍ୟାଳୟର ନିରମଲେନ୍ଧୁ କବି । ସେ ଜମି ମାପିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୨ ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ସଇଁତଳାର ନିରଞ୍ଜନ ସାହୁଙ୍କ ନାମକ ଜଣେ ବ୍ୟକ୍ତି ତାଙ୍କ ଜମି ଡିମାରକେସନ ପାଇଁ ତହସିଲରେ ଆବେଦନ କରିଥିଲେ । ସେ ୨୦୨୩ ଜୁଲାଇରେ ଏନେଇ ଆବେଦନ କରିଥିଲେ । ତାଙ୍କ ଆବେଦନକୁ ଭିତ୍ତି କରି ସଇଁତଳା ତହସିଲଦାର ଜମି ମାପିବା ପାଇଁ ଅମିନ ନିରମଲେନ୍ଦୁ କବିଙ୍କୁ ନିର୍ଦ୍ଦେଶ ଦେବା ସହ ଚିଠି କରିଥିଲେ । ତେବେ ସରକାରୀ ନିୟମ ଅନୁସାରେ, ନିରପେକ୍ଷ ଭାବେ ମାପ ଚୁପ ପାଇଁ ଗତ ୧୬ ଜାନୁଆରୀ ୨୦୨୪ ମସିହାରେ ସଇଁତଳା ତହସିଲଦାର ଚିଠି କରିଥିଲେ । ହେଲେ ଆବେଦନକାରୀଙ୍କୁ ସମ୍ପୃକ୍ତ ଅମିନ ଜଣକ ହଇରାଣ କରିବା ସହ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ନିରଞ୍ଜନ ଅଭିଯୋଗ କରିଥିଲେ।

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଘର ଓ ଅଫିସ ସମେତ ୬ ସ୍ଥାନରେ ରେଡ୍

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ସ୍କାନରରେ ୨ ସରକାରୀ ବାବୁ, ନିଯୁକ୍ତି ଆଳରେ ନେଉଥିଲେ ୬୦ ହଜାର ଟଙ୍କା

ଜମି ଡିମାରକେସନ ପାଇଁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି । ଆଜି ତହସିଲ କାର୍ଯ୍ୟାଳୟରେ ଅମିନ ନିରମଲେନ୍ଦୁ କବି ନିରଞ୍ଚନଙ୍କଠୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବଲାଙ୍ଗୀର ଭିଜିଲାନ୍ସ ୮ ହଜାର ଟଙ୍କା ଜବତ କରିବା ସହ ନିରମଲେନ୍ଦୁ କବିଙ୍କ ସରକାରୀ ବାସଭବନ ସମେତ ଅଫିସରେ ଏକକାଳୀନ ଚଢାଉ ଜାରି ରଖିଛି ।

ସେହିପରି ଏହି ମାମଲାରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ମାଲକାନଗିରିରେ ଗତ ୩୦ ତାରିଖରେ ଭିଜିଲାନ୍ସ ସ୍କାନରକୁ ଆସିଥିଲେ ଜଣେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଥିଲା । ବାରମ୍ବାର ଏଭଳି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଭିଜିଲାନ୍ସ ସ୍କାନରକୁ ଆସୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.