ETV Bharat / state

ବିଜେଡିର ମିଛ ପ୍ରଚାର ! BSKYରେ ଚିକିତ୍ସିତ ନହୋଇ ମହିଳାଙ୍କ ଛପା ହୋଇଛି ଫଟୋ

author img

By ETV Bharat Odisha Team

Published : Feb 25, 2024, 7:42 AM IST

ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚଞ୍ଚକତା, ସୁସ୍ଥ ଥାଇ ମଧ୍ୟ ଅସ୍ତ୍ରପଚାରର ମିଛ ପ୍ରଚାର
ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚଞ୍ଚକତା, ସୁସ୍ଥ ଥାଇ ମଧ୍ୟ ଅସ୍ତ୍ରପଚାରର ମିଛ ପ୍ରଚାର

Allegation of Irregularity in BSKY Scheme: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରାଯାଇଥିବା ନେଇ ଅଭିଯୋଗ । ଅଭିଯୋଗଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମରୁ ଆସିଛି । ଅଧିକ ପଢ଼ନ୍ତୁ

ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚଞ୍ଚକତା, ସୁସ୍ଥ ଥାଇ ମଧ୍ୟ ଅସ୍ତ୍ରପଚାରର ମିଛ ପ୍ରଚାର

ବାଲେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରାଯାଇଥିବା ନେଇ ଅଭିଯୋଗ । ଅଭିଯୋଗଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମରୁ ଆସିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଗେ ଜଣେ ସ୍ୱାସ୍ଥ୍ୟବାନ ବ୍ୟକ୍ତିଙ୍କ ନାମରେ ଅପପ୍ରଚାର ହୋଇଥିବା ଚର୍ଚ୍ଚା ବିଷ୍ଣୁପୁର ଗ୍ରାମରେ ଜୋର ଧରିଛି । ସୁସ୍ଥଥିବା ମହିଳା ମେଡିକାଲରେ ମାଗଣା ଅସ୍ତ୍ରପଚାର ହୋଇ ଆସିଥିବା କଥା ପଞ୍ଚାୟତ ବିକାଶ ବହିରେ ଛପା ଯିବାକୁ ଯୋଜନାର ମିଛ ପ୍ରଚାର କରାଯାଇ ମହିଳାଙ୍କ ସମ୍ମାନରେ ଆଞ୍ଚ ଆସିଥିବା ମହିଳା ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ବବିତା ଦାସଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିବା ବେଳେ ସେ ଏହା ଭିତରେ କେଉଁଠି ମଧ୍ୟ ଚିକିତ୍ସିତ ହୋଇ ନାହାନ୍ତି । ମାତ୍ର ବବିତାଙ୍କ ଫଟୋକୁ ବିଷ୍ଣୁପୁର ପଞ୍ଚାୟତର ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇ ବଣ୍ଟା ଯାଇଛି । ଯେଉଁଥିରେ ବବିତା ନିକଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଷ୍ଟୋନ ଅପରେସନ ହୋଇଥିବା ନେଇ ଉଲ୍ଲେଖ ରହିଛି । ଏପଟେ ବବିତା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ବେଳେ ମହିଳାଙ୍କ ନାମରେ ମିଛ ଫଟୋ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପରିବାର ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସବୁଠୁ ବଡ଼କଥା ହେଲା ସ୍ତ୍ରୀଙ୍କ ଅପରେସନ ବିଷୟରେ ସ୍ୱାମୀଙ୍କ ପାଖରେ କୌଣସି ତଥ୍ୟ ନଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ସୁସ୍ଥ ଲୋକକୁ ରୋଗୀ ବନାଇ ମିଛ ପ୍ରଚାର କଲେ, ରୋଗୀକୁ ମିଳୁନି ସୁବିଧା

ତେବେ ବବିତାଙ୍କ ସ୍ୱାମୀ କହିଛନ୍ତି ‘‘ରାଜ୍ୟ ସରକାର ମିଛ ପ୍ରଚାର କରି ମୋ ସ୍ତ୍ରୀ ଏବଂ ଆମ ପରିବାରର ସମ୍ମାନ ହାନି କରିଛନ୍ତି । କିଛି ଦିନ ପୂର୍ବରୁ ପଞ୍ଚାୟତର ପିଇଓ ଲକ୍ଷ୍ମୀପ୍ରିୟା ପଣ୍ଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଛ କି ନାହିଁ କହି ବବିତାଙ୍କ ଫଟୋ ଉଠାଇଥିଲେ । ସେହି ଫଟୋକୁ ନେଇ ଏମିତି ମିଥ୍ୟା ପ୍ରଚାର କରାଯାଇଛି ।’’ ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ତେବେ ଏହିଭଳି ଆଉ ଏକ ଘଟଣା ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମହନ ପାତ୍ରଗୁଡା ଗ୍ରାମରେ ଦେଖିବାକୁ ମିଳିଥିଲା । ଏହି ଗ୍ରାମର ସହଦେବ ପ୍ରାସାକା(53)ଙ୍କର ଭୁବନେଶ୍ୱର ସ୍ଥିତ ସମ୍‌ ହସ୍ପିଟାଲ ଠାରେ ତାଙ୍କ କିଡ୍‌ନୀର ସଫଳ ଅସ୍ତ୍ରୋପଚାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନା ମାଧ୍ୟମରେ ହୋଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାର ପ୍ରଚାର କରାଯାଉଛି । ଏହାକୁ ସରକାରଙ୍କ ଉପଲବ୍ଧି ଦର୍ଶାଇ ସହଦେବଙ୍କ ଫଟୋକୁ ବିଜ୍ଞାପନ ମାଧ୍ୟମରେ ପ୍ରଥମେ ମୁନିଗୁଡା ବ୍ଲକରେ ଘରେ ଘରେ ପ୍ରଚାର କରାଯାଇଛି । ହେଲେ ସବୁଠାରୁ ବଡ଼କଥା ହେଲା, ସହଦେବ ଜୀବନରେ କେବେ ମଧ୍ୟ ଭୁବନେଶ୍ବର ଯାଇନାହାନ୍ତି କିମ୍ବା ସମ୍‌ ହସ୍ପିଟାଲ କେବେ ଦେଖିନାହାନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.