ETV Bharat / state

ଓଡିଶାରେ ପ୍ରଥମ; ଭୁବନେଶ୍ଵର ଏମ୍ସରେ ଡ୍ରୋନ୍ ସେବା, ଡ୍ରୋନ୍‌ରେ ପଠାଯିବ ମେଡିକାଲ ଉପକରଣ

author img

By ETV Bharat Odisha Team

Published : Jan 23, 2024, 7:33 PM IST

AIIMS Bhubaneswar conducts successful Drone trial: ଏମ୍ସରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେବ ଡ୍ରୋନ ସେବା । ସେନେଇ ଏକ ଟ୍ରାଏଲ ରନ କରାଯାଇଛି । ଅଧିକ ପଢ଼ନ୍ତୁ,

ଏମ୍ସର ସଫଳ ହେଲା ଡ୍ରୋନ ଟ୍ରାଏଲ
ଏମ୍ସର ସଫଳ ହେଲା ଡ୍ରୋନ ଟ୍ରାଏଲ

ଏମ୍ସର ସଫଳ ହେଲା ଡ୍ରୋନ ଟ୍ରାଏଲ

ଭୁବନେଶ୍ବର : ଏମ୍ସରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେବ ଡ୍ରୋନ ସେବା । ସେନେଇ ଏକ ଟ୍ରାଏଲ ରନ କରାଯାଇଛି । ଯେଉଁଥିରେ ଏମ୍ସରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ପହଞ୍ଚାଇଲା ଡ୍ରୋନ, ସେଠାରେ ରକ୍ତ ଦେଇ ପୁଣି ଟାଙ୍ଗିରୁ କିଛି ମେଡିସିନ ନେଇ ଏମ୍ସକୁ ଫେରିଥିଲା । ତେବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଏହି ଭଳି ଉନ୍ନତି ଆଗାମୀ ଭବିଷ୍ୟତରେ ସବାୟକ ହେବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆବଶ୍ୟକ ପଡ଼ିଲେ ଡ୍ରୋନ ମାଧ୍ୟମରେ ଔଷଧ ଏବଂ ଅନ୍ୟାନ ସାମଗ୍ରୀ ପଠାଇ ହେବ ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ପାଇଁ ଡ୍ରୋନ ସେବାକୁ ଯୋଡ଼ା ଯିବ । ସେନେଇ ଆଜି ଭୁବନେଶ୍ବର ଏମ୍ସ ପକ୍ଷରୁ ଏକ ଟ୍ରାଏଲ କରାଯାଇଥିଲା । ତେବେ ଆଜିର ଏହି ଟ୍ରାଏଲରେ ଭୁବନେଶ୍ବର ଏମ୍ସ ଠାରୁ ଖୋର୍ଦ୍ଧାର ଟାଙ୍ଗି ହସ୍ପିଟାଲକୁ ରକ୍ତ ପଠାଯାଇଥିଲା । ଏବଂ ଡ୍ରୋନ ସେହି ରକ୍ତକୁ ସେଠାରେ ଦେଇ ପୁଣି ଟାଙ୍ଗିରୁ କିଛି ମେଡିସିନ ନେଇ ଫେରି ଆସିଥିଲା । ଏନେଇ ଟ୍ରାଏଲ ଭାବରେ ଏହି ସେବା ଯୋଗାଇ ଦିଆଯାଇଛି । ଏନେଇ ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି, ‘‘ଆଜିର ଏହି ଟ୍ରାଏଲ ସଫଳ ହୋଇଛି । ତେବେ ଡ୍ରୋନ ଜରିଆରେ ରକ୍ତ, ଔଷଧ, ମେଡିକାଲ ଉପକରଣ ପଠା ଯାଇହେବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ କାରଣରୁ ଘଟଣା ସ୍ଥଳକୁ ଆବଶ୍ୟକ ସାମଗ୍ରୀ ପହଞ୍ଚି ପାରୁନଥିବା ବେଳେ ଏହା ମାଧ୍ୟମରେ ଅତି ସହଜରେ ସେବେ ଯେଗାଇ ହେବ ।’’

ଏହା ମଧ୍ୟ ପଢ଼ନ୍ତୁ... କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

ଏହି ଭଳି ଜ୍ଞାନ କୌଶଳ ବ୍ୟବହାର ପାଇଁ ଓଡ଼ିଶାରେ ପ୍ରଥମ ଥର ପଦକ୍ଷେପ ନେବ ଏମ୍ସ । ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଥମ ଥର ପାଇଁ ଡ୍ରୋନକୁ ବ୍ୟବହାର କରାଯାଇଛି । ଯାହାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ରହିଛି । ଆଜି ଏହି ଟ୍ରାଏଲ ରନର ସଫଳତା ଅର୍ଜନ କରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଭାବରେ ଡ୍ରୋନକୁ ବ୍ୟବହାର କରାଯିବ ସେନେଇ ଏମ୍ସ ଭୁବନେଶ୍ୱର ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଏହା କିଭଳି ଭାବରେ କାର୍ଯ୍ୟକାରୀ ହେବ ସେନେଇ କେନ୍ଦ୍ର ସରକାର ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେଷ୍ଟା କରୁଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳକୁ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସୁବିଧା ସୁଯୋଗ ହୋଇନଥାଏ । ସେହି ସମୟରେ ଏହି ଡ୍ରୋନର ବ୍ୟବହାର କରାଯାଇହେବ । ତେବେ ଆସନ୍ତା ୨୫ ତାରିଖରେ ଏହି ଡ୍ରୋନ ସେବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆରମ୍ଭ କରାଯିବ ବୋଲି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.