ETV Bharat / state

ପୁଣି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ, ସିଂହଦ୍ଵାର ଥାନାରେ ଅଟକ ବିଦେଶିନୀ - Non Hindu Entry In Jagannath Temple

author img

By ETV Bharat Odisha Team

Published : Mar 23, 2024, 4:34 PM IST

Non Hindu Entry
Non Hindu Entry

Non Hindu Entry In Jagannath Temple: ଶ୍ରୀମନ୍ଦିରରେ ପୁଣି ଅଣହିନ୍ଦୁ ପ୍ରବେଶ ଅଭିଯୋଗ । ପୋଲାଣ୍ଡରୁ ଆସିଥିବା ମହିଳା ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିବାବେଳେ ତାଙ୍କୁ କାବୁ କରିଛନ୍ତି ସେବାୟତ । ଅଧିକ ପଢନ୍ତୁ

Non Hindu Entry

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ପୁଣି ଅଣହିନ୍ଦୁ ପ୍ରବେଶ ନେଇ ଆସିଛି ଅଭିଯୋଗ । ଶ୍ରୀମନ୍ଦିରରେ ସୁରକ୍ଷାକର୍ମୀଙ୍କ ଅବହେଳା ପଦାରେ ପଡିଛି। କିଛିଦିନ ପୂର୍ବରୁ ବାଂଲାଦେଶରୁ ଆସିଥିବା 4 ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଆଜି ପୁର୍ନବାର ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି। ତେବେ ସମ୍ପୃକ୍ତ ଅଣହିନ୍ଦୁ ମହିଳା ଜଣକ ବାଇଶି ପାହାଚ ଦେଇଯାଉଥିଲେ । ଏହି ସମୟରେ ସେବାୟତଙ୍କ ଦ୍ୱାରା ଚିହ୍ନଟ ପରେ ତାଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଥିଲା।

ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ଜଣାପଡ଼ିଛି । ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣ ପାଇଁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ସୂଚନା ଅନୁସାରେ, ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଯାଇଥିବାବେଳେ ତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ତାଙ୍କର ପାସପୋର୍ଟ ଯାଞ୍ଚ କରାଯାଉଥିବାବେଳେ ସମ୍ପୃକ୍ତ ବିଦେଶିନୀ ଜଣଙ୍କ ୨୦୨୩ରେ ମଧ୍ୟ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି। ସେପଟେ ଏଭଳି ଘଟଣା ପରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ବାରମ୍ବାର ଅଣହିନ୍ଦୁ ପ୍ରବେଶକୁ ହେଉଥିବାରୁ ବିଭିନ୍ନ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ: ରୋକିବା ପାଇଁ ଖୁବଶୀଘ୍ର ଏସଓପି ଆଣିବ ପ୍ରଶାସନ

ଗଣମାଧ୍ୟମ ଦ୍ବାରା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମତ ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସୂଚନା ଦେଇଛନ୍ତି। ବାରମ୍ବାର ଏହି ଘଟଣା ନଜରକୁ ଆସୁଥିବା ବେଳେ "ଶ୍ରୀମନ୍ଦିର ପ୍ରଶାସନ କ'ଣ ପଦକ୍ଷେପ ନେବ ?" ପ୍ରଶ୍ନକୁ ଏଡାଇ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଏନେଇ ସେ କୌଣସି ଉତ୍ତର ଦେଇନାହାନ୍ତି । ସେପଟେ ଶ୍ରୀମନ୍ଦିରର ସୁରକ୍ଷାରେ ଅବହେଳାକୁ ପୁରୀ ଜିଲ୍ଲା କଂଗ୍ରେସ କଡ଼ା ସମାଲୋଚନା କରିଛି । ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପରିକ୍ରମା ମାର୍ଗ କରିଥିବାବେଳେ ଏହା କେବଳ ପ୍ରଚାର ସର୍ବସ୍ବ ବୋଲି କଂଗ୍ରେସ ଅଭିଯୋଗ କରିଛି। ତେବେ ଗତ ୪ ତାରିଖରେ ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ଏସଓପି ଆଣିବ ବୋଲି କହିଥିଲା। ହେଲେ ଆଜି ପୁଣି ଥରେ ଅଣହିନ୍ଦୁ ପ୍ରବେଶ ଘଟଣା ସାମନାକୁ ଆସିଛି ।


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.