ETV Bharat / state

ଜିଲ୍ଲା ଦୌରା ଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ ଅଭିଯୁକ୍ତ - accused jumped from building

author img

By ETV Bharat Odisha Team

Published : Apr 16, 2024, 4:10 PM IST

ଦୁଇ ମହଲାରୁ ଡେଇଁଲେ ଅଭିଯୁକ୍ତ
ଦୁଇ ମହଲାରୁ ଡେଇଁଲେ ଅଭିଯୁକ୍ତ

Accused jumped from the 2nd floors of the court: ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ ଅଭିଯୁକ୍ତ। ଆହତ ଅଭିଯୁକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଧିକ ପଢନ୍ତୁ

ଝାରସୁଗୁଡା: ଜିଲ୍ଲା ଦୌରା ଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ଜିଲ୍ଲାରୁ । ଅଭିଯୁକ୍ତ ଜଣକ ପକ୍ସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ତେବେ ଆହତ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗତ ୨୦୨୨ ରେ ବେଳପାହାଡ଼ ଥାନା ଅନ୍ତର୍ଗତ ଜୁନାଡୀହି ଗ୍ରାମର ଅଭିଯୁକ୍ତ ସନାତନ ସିଂ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିଲେ । ଏନେଇ ୨୦୨୩ ପକ୍ସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ତେବେ ଆଜି ତାର ଶୁଣାଣି ରହିଥିବାରୁ କୋର୍ଟ ଭ୍ୟାନରେ କୋର୍ଟ କୁ ଆସିଥିଲା । କୋର୍ଟ ପ୍ରକ୍ରିୟା ଚାଲୁଥିବା ବେଳେ ଏପରି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି। ଆହତ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ମାନନୀୟ ଜିଲ୍ଲା ଦୌରା ଜଜ ପରିସରରେ ପୋଲିସ ମୁତୟନ ଥିବା ସତ୍ତ୍ୱେ ଏପରି ଏକ ଘଟଣା ପୋଲିସ ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଘଟଣାର ପୂର୍ବବର୍ତ୍ତୀ ସମୟରେ ନାବାଳିକା ସହ ଭଲ ସମ୍ପର୍କ ଥିବା ଅଭିଯୁକ୍ତ କହିଛି।

ଏହା ମଧ୍ୟ ପଢନ୍ତୁ- କାରାଗାରରୁ କଏଦୀ ଫେରାର ଘଟଣା, ଧର୍ମଗଡରୁ ଜଣେ ଗିରଫ

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରୁ ଧରାପଡିଲା ଟିଟିଲାଗଡ ଉପକାରାଗାରରୁ ଫେରାର ହୋଇଥିବା କଏଦୀ

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ କାରାଗାରରେ ୨ ଜଣ କଏଦୀ ବଗିଚା କାମ କରୁଥିଲେ । ସେହି ସମୟରେ ସୁଯୋଗ ଦେଖି ଦୁଇ ଜଣ କଏଦୀ ଜେଲର ପାଚେରୀ ଡେଇଁ ଚମ୍ପଟ ମାରିଥିଲେ । ଏନେଇ ଜେଲ କର୍ତ୍ତୃପକ୍ଷ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ପୋଲିସ ଦୁଇଟି ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଧର୍ମଗଡରୁ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.