ETV Bharat / state

ନୟାପଲ୍ଲୀ ଆତଙ୍କରାଜ ଘଟଣାରେ ୮ ଗିରଫ, ଗାଧୁଆ ତୁଠର ଝଗଡ଼ା ନେଇଥିଲା ଉଗ୍ରରୂପ - Accused Detained

author img

By ETV Bharat Odisha Team

Published : Mar 29, 2024, 10:10 PM IST

Terror In Nayapalli
Terror In Nayapalli

Accused Detained For Creating Terror: ନୟାପଲ୍ଲୀ ଗଡ଼ସାହିରେ ଆତଙ୍କ ରଚିଥିବା ୮ ଯୁବକଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛି ଜଣେ ନାବାଳକ । ଅଧିକ ପଢନ୍ତୁ

Terror In Nayapalli

ଭୁବନେଶ୍ବର: ନୟାପଲ୍ଲୀ ଗଡ଼ସାହିରେ ଆତଙ୍କରାଜ ଘଟଣା। ଆତଙ୍କ ରଚିଥିବା ୮ ଯୁବକଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ଗିରଫ ପରେ ପୁରା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଗାଧୁଆ ତୁଠ ଗଣ୍ଡଗୋଳରୁ ଏହା ଉଗ୍ରରୂପ ନେଇଥିଲା ଜଣାପଡ଼ିଛି । ଫଳରେ ଖଣ୍ଡା ଓ ବାଡି ଓ ପାଇପରେ ଆକ୍ରମଣ ସହ ଗାଡି଼ ଭଙ୍ଗାରୁଜା କରିଥିଲେ ଅଭିଯୁକ୍ତ । ଏପରିକି ଘରେ ପଶି ଆତଙ୍କ ରଚିଥିବା ନେଇ ଡିସିପି ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ଅନୁସାରେ, ନୟାପଲ୍ଲୀ ଗଡ଼ସାହିରେ ଥିବା ବାଲୁଙ୍କେଶ୍ବର ମନ୍ଦିର ନିକଟ ପୋଖରୀ ପାଖରୁ ଆରମ୍ଭ ହୋଇଥିୱଲା ଗଣ୍ଡଗୋଳ। ହୋଲି ସମୟରେ‌ ଗାଧୋଇବା ବେଳେ ଦୁଇ ଗୋଷ୍ଠି ମଧ୍ୟରେ କଥା କଟାକଟି ହୋଇଥିଲା। ଗୋଟିଏ‌ ଗୋଷ୍ଠି କେନ୍ଦୁ ଖୁଣ୍ଟିଆଙ୍କ ସହ ଗଣ୍ଡଗୋଳ କରିଥିଲେ । ପରେ ସେମାନେ ୯ରୁ ୧୦ଜଣ ବ୍ରିଟ କଲୋନିକୁ ମାରଣାସ୍ତ୍ର ଧରି ଆସିଥିଲେ। ସେମାନେ କେଦୁ ଖୁଣ୍ଟିଆକୁ ନପାଇ ତା ଘରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ତା ଗାଡି ଭାଙ୍ଗିବା ସହ ବାଟରେ ଯାଉଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ଯାହାର ଶିକାର‌ ହୋଇଥିଲା ଦୁର୍ଗାପ୍ରସାଦ ବେହେରା । ସେହିପରି ଅନ୍ୟ କିଛି ଲୋକଙ୍କ ଗାଡିର କାଚ ବି ଭାଙ୍ଗି ଦେଇଥିଲେ। ଏନେଇ ନୟାପଲ୍ଲୀ ଥାନାରେ ୪ଟି ମାମଲା ହୋଇଥିଲା । ଘଟଣାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କୁଶ ମୁଣ୍ଡା ,ସୁଦର୍ଶନ ବାଲମୁଛୁ, ରଖି ନାହାକ, ରାଜକିଶୋର ନାୟକ , ସୂମନ ପାତ୍ର, ସଞ୍ଜୟ ସାହୁ ଓ ବିଭୁ ନାୟକ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ଜଟଣୀ ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ - Police Bust Dacoity Gang



ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନେକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ପରେ ଶେଷରେ‌ କାବୁ କରିଛି ପୋଲିସ । ସୂଚନା ଅନୁସାରେ ଗତ ୨୬ତାରିଖ ଅର୍ଥାତ୍ ହୋଲି ଦିନ ସେମାନେ ଏଭଳି କାଣ୍ଡ ଘଟାଇଥିଲେ । ୩ ଟି ବାଇକ ଯୋଗେ ମାରଣାସ୍ତ୍ର ଧରି ଗଡ଼ସାହି , ପାର୍ଟି ଅଫିସ ଓ ପୋଖରୀ ପର୍ଯନ୍ତ ଆତଙ୍କ ଖେଳାଇ ଚାଲିଥିଲେ। ବାଟରେ‌ ଯାହକୁ ଦେଖିଲେ ଆକ୍ରମଣ କଲେ । ପରେ ପୋଲିସ‌ ଏଭଳି ଆତଙ୍କ ରଚୁଥିବା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.