ETV Bharat / state

ଗିରଫ‌ ହେଲା କିଲର କାର ଡ୍ରାଇଭର, ଅଡୁଆରେ ଚର୍ଚ୍ଚିତ ବିଧାୟକଙ୍କ ମାଲିକାନା ସଂସ୍ଥା - Tea Shop Owner Death Case

author img

By ETV Bharat Odisha Team

Published : Mar 31, 2024, 10:41 PM IST

Updated : Mar 31, 2024, 11:00 PM IST

ଅଡୁଆରେ ଚର୍ଚ୍ଚିତ ବିଧାୟକଙ୍କ ମାଲିକାନା ସଂସ୍ଥା
ଅଡୁଆରେ ଚର୍ଚ୍ଚିତ ବିଧାୟକଙ୍କ ମାଲିକାନା ସଂସ୍ଥା

Sahid Nagar Tea Shop Owner Death Case: ରାଜଧାନୀର ହାଇପ୍ରୋଫାଇଲ ହିଟ୍ ଆଣ୍ଡ ରନ୍ ମାମଲା । ଦୁର୍ଘଟଣା ଘଟାଇଥିବା କାରଡ୍ରାଇଭର ଗିରଫ । ଅଧିକ ପଢ଼ନ୍ତୁୁ

ଅଡୁଆରେ ଚର୍ଚ୍ଚିତ ବିଧାୟକଙ୍କ ମାଲିକାନା ସଂସ୍ଥା

ଭୁବନେଶ୍ବର: ସହୀଦ ନଗର‌ ପଣ୍ଡା ପାର୍କ ପାଖ ମର୍ସଡିଜି ଗାଡି ଧକ୍କାରେ ଚା' ଦୋକାନୀଙ୍କ ମୃତ୍ୟୁ ଘଟଣା । ଅଡୁଆରେ କଟକର ଚର୍ଚ୍ଚିତ ବିଧାୟକଙ୍କ ମାଲିକାନା ସଂସ୍ଥା । ଗିରଫ ହେଲା ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭର ଜଗନ ପାଇକ । ଡ୍ରାଇଭରର ଡିଏଲ ସସପେଣ୍ଡ ପାଇଁ ଆରଟିଓକୁ ଚିଠି ଲେଖିଲା ପୋଲିସ ।


ସହୀଦ ନଗର ଥାନାଧିକାରୀ ଦେଇଥିବା ସୂଚନା ଅନୁସାରେ, ଗତ ୨୯ ତାରିଖ ସହୀଦ ନଗର ପଣ୍ଡା ପାର୍କ ପାଖରେ ମର୍ସଡିଜ ଧକ୍କାରେ ଯାଜପୁର ବିଞ୍ଝାରପୁର ସୁନାପାଳର ଦିଲ୍ଲୀପ ପରିଡାଙ୍କ ମୃତ୍ୟ ହୋଇଥିଲା । ଏନେଇ ୧୯୦/୨୪ରେ ଏକ ମାମଲା ରୁଜୁ କରିଥିଲା ସହୀଦ ନଗର ଥାନା । ସେପଟେ ଦୁର୍ଘଟଣା ଘଟାଇଥିବା ମର୍ସିଡିଜ କାରକୁ ଜବତ କରିଛି ପୋଲିସ । ଏହାସହ ଗଜପତିର ଜଗନ ପାଇକ ନାମକ କାର ଡ୍ରାଇଭରକୁ ଦଫା 279 ଓ ୩୦୪ Aରେ ଗିରଫ କରାଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା କାରଟି ଚର୍ଚ୍ଚିତ ବିଧାୟକଙ୍କ ସଂସ୍ଥାର ବୋଲି ଗିରଫ ଡ୍ରାଇଭରଙ୍କ ପାଖରୁ ସୂଚନା ମିଳିଛି । ଏପରିକି ଗାଡି ମାଲିକାନା ଥିବା ସଂସ୍ଥାର ଦୁଇ ଡାଇରେକ୍ଟର ଶଶିକାନ୍ତ ବାରିକ ଓ ସେକ ମଇରୁଜୁଲ ହକ ବୋଲି ଜଣାପଡ଼ିଛି । ସେପଟେ ଗିରଫ ପରେ ଡ୍ରାଇଭର ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ଆରଟିଓକୁ ଚିଠି ଲେଖିବା ସହ ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...କାର ଧକ୍କାରେ ଚା ଦୋକାନୀ ମୃତ, କଟକର ଚର୍ଚ୍ଚିତ ବିଧାୟକଙ୍କ ସହ କାରର ରହିଛି ଲିଙ୍କ୍‌ - Tea Shop Owner Dies In Car Accident


ତେବେ ଡ୍ରାଇଭର ଜଣକ ଗିରଫ ପରେ କଟକର ଚର୍ଚ୍ଚିତ ବିଧାୟକଙ୍କ ସଂସ୍ଥା ଏବେ ସାମ୍ନାକୁ ଆସିଛି । ପୂର୍ବରୁ ଏହି ବିଧାୟକଙ୍କ ମାଲିକାନାରେ ଥିବା ଅନ୍ୟ ଏକ କମ୍ପାନୀର ଏକ ବିଏମଡବ୍ଲୁ କାର ମଧ୍ୟ ଗତ ୨୪ ତାରିଖରେ ଟ୍ରାଫିକ ପୋଲିସର ବ୍ଲକିଂ ଚେକିଂ ବେଳେ ଧରାପଡ଼ିଥିଲା । ସୁସାନ୍ତ ସାମଲ ନାମକ ଜଣେ ବ୍ୟକ୍ତି ମାତ୍ରାଧିକ ମଦ୍ୟପାନ କରି ଏହି ଗାଡି ଚଳାଉଥିବା ବେଳେ ଧରାପଡ଼ି ପୋଲିସ ଦ୍ବାର ଗିରଫ ହୋଇଥିଲେ । ପରେ ଲାଇସେନ୍ସ ନଥାଇ କାରକୁ କିପରି ଡ୍ରାଇଭ୍ ପାଇଁ ଦିଆଯାଇଥିଲା ସେନେଇ ଯାଞ୍ଚ ବେଳେ ଚନ୍ଦ୍ରଶେଖରପୁର ଥାନା ପୋଲିସ ସ୍କାନରକୁ ଆସିଥିଲା ବିଧାୟକଙ୍କ ସଂସ୍ଥା । ତେବେ ଗୋଟିଏ ପ୍ରମୁଖ ସଂସ୍ଥାର ଏଭଳି ଦୁଇ ଦୁଇଟି ଦାମି ଗାଡି ଆଇନକୁ ଭାଙ୍ଗି କମିଶନରେଟ ପୋଲିସକୁ ନଜର ଆସିବା ପରେ ଅଡୁଆରେ ପଢିଛି ଏହି ସଂସ୍ଥା । ପୂର୍ବରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଧରାପଡି କାର ଜବତ ସହ ଡ୍ରାଇଭର ଗିରଫ ହେବା ଏବଂ ଏବେ ଦୁର୍ଘଟଣା ଘଟାଇ ଗାଡି ଜବତ ସହ ଡ୍ରାଇଭର ଗିରଫ ହେବା ପରେ ଉକ୍ତ ସଂସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 31, 2024, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.