ETV Bharat / state

ସାତକୋଶିଆରେ କଲରାପତରିଆ ବାଘୁଣୀ ସହ ୨ ଯାଆଁଳା ଠାବ, ଗୋଟିଏ ସାଧାରଣ ଅନ୍ୟଟି କଳା

author img

By ETV Bharat Odisha Team

Published : Mar 19, 2024, 12:10 PM IST

Black Tiger Spotted: ସାତକୋଶିଆ ଅଭୟାରଣ୍ୟରେ ଠାବ ହେଲା କଳା ବାଘ । କଲରାପତରିଆ ବାଘୁଣୀ ଓ ଦୁଇ ଯାଆଁଳା ଶାବକ ଠାବ ହୋଇଥିବା ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଅଧିକ ପଢନ୍ତୁ

Black Tiger
Black Tiger

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ପୁଣି ଦୃଶ୍ୟମାନ ହେଲା କଳା ବାଘ (Melanistic Tiger)। କଲରାପତରିଆ ବାଘୁଣୀ ଓ ଦୁଇ ଯାଆଁଳା ଶାବକ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଠାବ ହୋଇଛି । ସେମାନଙ୍କ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଅନ୍ୟଟି କଳା ରଙ୍ଗର । କ୍ୟାମେରାରେ ଟ୍ରାପ୍‌ ହୋଇଛି ଏହି ଦୃଶ୍ୟ । ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ। ।

ଏହା ମଧ୍ୟ ପଢନ୍ତୁ- ଓଡ଼ିଶାରେ ପୁଣି ଦେଖାଦେଲା କଳା ବାଘ, କ୍ୟାମେରାରେ ଚିତ୍ର କଏଦ

ମେଲାନଷ୍ଟିକ ବାଘର ସିକ୍ରେସନ୍ ପିଗମେଣ୍ଟ ଅଧିକ । ଏହି କାରଣରୁ ତା ଶରୀରରେ ଥିବା ଛିଟ ଦାଗ ଦେଖାଯାଏନି । ଫଳରେ ହଳଦିଆ ରଙ୍ଗ ଲୁଚିଯାଏ ଓ ବାଘଟି କଳା ରଙ୍ଗର ଦେଖାଯାଏ । ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ବ୍ରିଟିଶ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏମିତି କଳା ବାଘ ଦେଖିବାକୁ ମିଳିଥିଲା। କିନ୍ତୁ ବାଘ କଳା ହେବା ଦ୍ଵାରା ଏହାର ବଂଶ ବୃଦ୍ଧି ହେବ, ତାର କୌଣସି ନିର୍ଦ୍ଦିଷ୍ଟ ନାହିଁ । କିନ୍ତୁ ବାଘର ରଙ୍ଗ କଳା ହେଲେ ପରିବେଶରେ ତିଷ୍ଠି ରହିବା ତା ପାଇଁ ସମସ୍ୟା ହୋଇଯାଏ । କିଛିଦିନ ପୂର୍ବେ ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳାବାଘକୁ ଦେଖିବାକୁ ମିଳିଥିଲା । ଏନେଇ ସୂଚନା ଦେଇଥିଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । 2018ରେ ସୁନ୍ଦରଗଡ଼ ଜଙ୍ଗଲରେ ଏହି ବାଘ ଦେଖାଯାଇଥିଲା । ଓଡ଼ିଶାରେ ଅନେକ ବନଖଣ୍ଡରେ କଳା କଲାରାପତିଆ ବାଘ ରହିଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାର 3ଟି ବନଖଣ୍ଡ ଅଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

Black Tiger
Black Tiger

ଏହା ମଧ୍ୟ ପଢନ୍ତୁ- ସୁନ୍ଦରଗଡ଼ରେ ମଧ୍ୟପ୍ରଦେଶର ମହାବଳ, ବନ ବିଭାଗ କ୍ୟାମେରାରେ କଏଦ

ଏହା ପୂର୍ବରୁ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର ବାଘ ବୁଲୁଥିବା ବେଳେ କ୍ୟାମେରାରେ ଦୃଶ୍ୟ କଏଦ ହୋଇଥିଲା । ପୂର୍ବରୁ ଦେଶର ୮ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳିଛି । କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ରେ ଏହି ବିରଳ କଳାବାଘ ଦେଖିବାକୁ ମିଳିଥିଲା । ଏହା ପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଓଡ଼ିଶାରେ କମୁଛି କଲରାପତରିଆ, ମେ'ରୁ ରାଜ୍ୟ ସରକାରଙ୍କ ନିଜସ୍ବ ଗଣନା

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.