ETV Bharat / state

ଓଡ଼ିଶାରେ ପୁଣି ଦେଖାଦେଲା କଳା ବାଘ, କ୍ୟାମେରାରେ ଚିତ୍ର କଏଦ

Black Tiger In Odisha: ଓଡ଼ିଶାରେ କଳା ବାଘ ଥିବା ନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳାବାଘ ଦେଖିବାକୁ ପାଇଛି ବନ ବିଭାଗ । ଅଧିକ ପଢନ୍ତୁ

ଓଡ଼ିଶାରେ ପୁଣି ଦେଖାଦେଲା କଳାବାଘ
ଓଡ଼ିଶାରେ ପୁଣି ଦେଖାଦେଲା କଳାବାଘ
author img

By ETV Bharat Odisha Team

Published : Mar 13, 2024, 12:57 PM IST

ଭୁବନେଶ୍ବର: ଓଡ଼ିଶାରେ ପୁଣି ଦେଖିବାକୁ ମିଳିଲା କଳା ବାଘ । ଏନେଇ ସୂଚନା ଦେଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳାବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ତେବେ ୨୦୧୮ ମସିହାରେ ସୁନ୍ଦରଗଡ଼ ଜଙ୍ଗଲରେ ଏହି ବାଘ ଦେଖାଯାଇଥିଲା । ପୂର୍ବଥର ପରି ଏଥର ବି କ୍ୟାମେରାରେ କଏଦ ହେଲା କଳା ବାଘର ଫଟୋଚିତ୍ର ।

ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା । କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା । ଓଡ଼ିଶାରେ ଅନେକ ବନଖଣ୍ଡରେ କଳା କଲାରାପତିଆ ବାଘ ରହିଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାର ୩ଟି ବନଖଣ୍ଡ ଅଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସମୟରେ କଳାବାଘର ଉପସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ରହିଛି । ତେବେ କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏପରି ବ୍ଲାକ ପାନ୍ଥର ଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର, କ୍ୟାମେରାରେ କଏଦ ବିରଳ ଦୃଶ୍ୟ

ତେବେ ମେ' ମାସରୁ ରାଜ୍ୟରେ ହେବ ନିଜସ୍ଵ କଲରାପତରିଆ ବାଘ ଗଣନା । ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବାବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ଥିବା ସ୍ପଷ୍ଟ ହୋଇଛି ।

ତେବେ ରାଜ୍ୟରେ ବାଘ ଗଣନା ସମୟରେ ଜଙ୍ଗଲ ମଧ୍ୟରେ ୧୪୩୨ଟି କ୍ୟାମେରା ଲଗାଯାଇଥିଲା । ରାଜ୍ୟରେ ଥିବା ୪୭ଟି ଡିଭିଜନରେ ହୋଇଥିଲା ବାଘ ଗଣନା । କେବଳ ଭଦ୍ରକ, ରାଜନଗର, ପୁରୀ ଏବଂ ଚିଲିକାକୁ ଛାଡିଦେଲେ ବାକି ଡିଭିଜନରେ କ୍ୟାମେରା ଟ୍ରାପ ଲଗାଯାଇଥିଲା । ଏହାରି ମଧ୍ୟରେ ୫୬୭ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠା ଯାଇଥିଲା । ସେଥିମଧ୍ୟରୁ କଳା ବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.