ETV Bharat / state

ସଚେତନତା ସତ୍ତ୍ୱେ ମଧ୍ୟ 99% ଜଙ୍ଗଲ ନିଆଁ ମନୁଷ୍ୟକୃତ: ପିସିସିଏଫ୍ - Forest Fire

author img

By ETV Bharat Odisha Team

Published : Apr 20, 2024, 9:35 AM IST

FOREST FIRE
FOREST FIRE

Forest Fire: ରାଜ୍ୟର ସମ୍ବେଦନଶୀଳ ଜିଲ୍ଲାର ଜଙ୍ଗଲକୁ ଫୋକସ । ସଚେତନତା ସତ୍ତ୍ୱେ ମଧ୍ୟ ୯୯ ପ୍ରତିଶତ ଜଙ୍ଗଲ ନିଆଁ ମନୁଷ୍ୟକୃତ। ଅଧିକ ପଢନ୍ତୁ

FOREST FIRE

ଭୁବନେଶ୍ୱର: ସୂର୍ଯ୍ୟଙ୍କ ପ୍ରଖର କିରଣରେ ଜଳୁଛି ଓଡିଶା । ସ୍ଥିତି ଏପରିକି ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡିଛି । ତାପମାତ୍ରା କ୍ରାମଶଃ 40 ଡିଗ୍ରୀ ପାର କରୁଛି । ଗ୍ରୀଷ୍ମ ତାତି ସାଙ୍ଗକୁ ରାଜ୍ୟରେ ଥିବା ଜଙ୍ଗଲ ଗୁଡିକରେ ନିଆଁ ବ୍ୟାପୁଛି। ଚଳିତ ବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ । ବିଶେଷ ଭାବରେ ଓଡ଼ିଶାରେ ଥିବା ବିଭିନ୍ନ ଘଞ୍ଚ ଜଙ୍ଗଲ ପୋଡ଼ି ପାଉଁଶ ହେଇଯାଉଛି। ଫଳରେ ଅନେକ ବନ୍ୟ ଜୀବଜନ୍ତୁ ମଧ୍ୟ ମୃତ୍ୟୁ ଘଟୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଖୁବ୍ କମ ପଏଣ୍ଟରେ ନିଆଁ ଲାଗିଥିଲେ ମଧ୍ୟ ଏବେବି ହୁତୁ ହୂତୁ ହୋଇ ଜଳୁଛି ଜଙ୍ଗଲ । ବର୍ତ୍ତମାନ ସମୟରେ ରାଜ୍ୟରେ ଥିବା ଜଙ୍ଗଲ ଗୁଡିକରେ ଲାଗୁଥିବା ନିଆଁର ୯୯ ପ୍ରତିଶତ ହେଉଛି ମନୁଷ୍ୟକୃତ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବିଦତ୍ତ ବିଶ୍ଵାଳ।

ଏହା ମଧ୍ୟ ପଢନ୍ତୁ-ବୋଲ ମାନୁନି ବନାଗ୍ନି, ନାକେଦମ ବନବିଭାଗ - FOREST FIRE IN ODISHA

ପିସିସିଏଫ୍ କହିଛନ୍ତି, "ରାଜ୍ୟରେ ଜଙ୍ଗଲ ନିଆଁ ବୃଦ୍ଧି ପାଇବାରେ ଲାଗିଛି । ଯେଉଁ ସ୍ଥାନରେ ଲୋକମାନେ ନିଆଁ ଲାଗାଉଥିବା ସୂଚନା ମିଳୁଛି, ତୁରନ୍ତ ଲୋକଙ୍କ ବିରୁଦ୍ଧରେ ଆକ୍ସନ ନିଆଁ ଯାଉଛି। ଜଙ୍ଗଲରେ ମହୁଆ, କେନ୍ଦୁପତ୍ର, ପୂଜାପୂଜି ସହ ପୋଡ଼ୁ ଚାଷ ପାଇଁ ଲୋକମାନେ ନିଆଁ ଲଗାଉଛନ୍ତି। ରାଜ୍ୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଜୟପୁର ସମ୍ୱଲପୁର ଭଳି ଅନେକ ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗୁଛି। ଏହି ଜିଲ୍ଲା ଗୁଡ଼ିକରେ ଥିବା ଜଙ୍ଗଲରେ ଅତ୍ୟାଧିକ ମାତ୍ରାରେ ନିଆଁ ଲାଗୁଛି। ବନ ବିଭାଗ ଏହି ସମସ୍ତ ଜଙ୍ଗଲରେ ବିଶେଷ ଭାବରେ ସ୍ୱତନ୍ତ୍ର ଭାବରେ ଫୋକସ କରୁଛି। ଏଥିରେ ପ୍ରାୟତଃ ମନୁଷ୍ୟକୃତ ଜଙ୍ଗଲ ନିଆଁର ମାତ୍ର ଅଧିକ ରହିଛି। ରାଜ୍ୟରେ ନିଆଁ ଲିଭେଇବା ପାଇଁ ୩୭୦ ଜଣ ଫାଇୟାର୍ ସ୍କ୍ୱର୍ଡଙ୍କ ନିୟୋଜିତ କରାଯାଇଛି । ସେଥିପାଇଁ ୩୩୦ ଟି ଜଙ୍ଗଲୀ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ସହ ସ୍କ୍ୱାର୍ଡମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ଲୋଭ, ସଫ୍ଟି କିଡ ଯୋଗାଇ ଦିଆଯାଉଛି ।"

ପିସିସିଏଫ୍ ଦେବିଦତ୍ତ ବିଶ୍ଵାଳ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ସହ ଡିସେମ୍ବର ଓ ଜାନୁଆରୀ ମାସ ଠାରୁ ଜଙ୍ଗଲ ମଧ୍ୟରେ ଫାୟାର ଲାଇନ କରାଯାଇଛି। ଯାହା ଫଳରେ କି ଯଦି ଜଙ୍ଗଲ ମଧ୍ୟରେ ନିଆଁ ଲାଗେ ଏହି ଫାୟାର ଲାଇନ ଦ୍ଵାରା ନିଆଁ ଆଗକୁ ଯାଇପାରିବ ନାହିଁ। କିଛି ପରିମାଣରେ ନିଆଁ କୁ ଅଟକାଇଯାଇପାରିବ। ଏହି ନିଆଁ ଗୋଟିଏ ସ୍ଥାନରେ ନିଆଁ ରହିଯିବ। ଏହି ଫାୟାର ଲାଇନ ରାଜ୍ୟର ବିଭିନ୍ନ ଜଙ୍ଗଲରେ ପ୍ରସ୍ତୁତ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.