ETV Bharat / state

ଶଙ୍ଖ ଭବନରେ ବିଜେଡି ପାଳିଲା 75ତମ ସାଧାରଣତନ୍ତ୍ର ଦିବସ

author img

By ETV Bharat Odisha Team

Published : Jan 26, 2024, 8:09 PM IST

ଶଙ୍ଖ ଭବନରେ ବିଜେଡି ପାଳିଛି 75 ତମ ସାଧାରଣତନ୍ତ୍ର ଦିବସ
ଶଙ୍ଖ ଭବନରେ ବିଜେଡି ପାଳିଛି 75 ତମ ସାଧାରଣତନ୍ତ୍ର ଦିବସ

ସରକାରୀ ଦଳ ବିଜୁ ଜନତା ଦଳର ପକ୍ଷରୁ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ପାଳିତ ହୋଇଛି 75 ତମ ସାଧାରଣତନ୍ତ୍ର ଦିବସ । ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବି ପ୍ରସାଦ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ଶଙ୍ଖ ଭବନରେ ବିଜେଡି ପାଳିଛି 75 ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ସରକାରୀ ଦଳ ବିଜୁ ଜନତା ଦଳର ପକ୍ଷରୁ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ପାଳିତ ହୋଇଛି 75 ତମ ସାଧାରଣତନ୍ତ୍ର ଦିବସ । ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବି ପ୍ରସାଦ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଧାୟକ ପ୍ରଫୁଲ୍ଲ ସାମଲ, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସହିଦ ହୋଇଥିବା ଅମର ଯବାନ ମାନଙ୍କ ପ୍ରତି ଦଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।

ଆଜି ସାରା ଦେଶ ପାଳୁଛି 75 ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି । କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଦେଶର କୋଣ ଅନୁକୋଣରେ ଉଡୁଛି ଜାତୀୟ ଧ୍ଵଜା । ଗଣତନ୍ତ୍ର ଦିବସ ପାଇଁ ଝଲସୁଛି ପଲ୍ଲୀ ଠାରୁ ସହର । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ । ସମ୍ବିଧାନରେ ପ୍ରଣୀତ ଅଧିକାର କାର୍ଯ୍ୟକାରୀ ଯୋଗୁଁ ହିଁ ପ୍ରକୃତ ସ୍ୱାଧୀନତା ସ୍ୱାଦ ମିଳୁଛି । ଏହା କାଶ୍ମୀରରୁ କନ୍ୟାକୁମାରି ପର୍ଯ୍ୟନ୍ତ ଚିର ସ୍ମରଣୀୟ ହୋଇ ରହିବ । ଏହା କହିଛନ୍ତି ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଅଧିକ ପଢନ୍ତୁ- ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପରେଡରେ ଅଭିବାଦନ ଗ୍ରହଣ

ଦେବୀ କହିଛନ୍ତି ଯେ, ଜନରାଜ୍ୟ ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ମହାନ ଦିନ । ରାଜ୍ୟବାସୀଙ୍କ ଦଳର ଅଗଣିତ ସାଥୀ ଏହି ଦିବସକୁ ଗ୍ରାମ, ସହର, ପଞ୍ଚାୟତ ସ୍ତରରେ ପାଳନ କରୁଛନ୍ତି । ସେହିପରି ଦଳର ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, 75 ବର୍ଷ ତଳେ ସଂକଳ୍ପିତ ଭାରତବର୍ଷର ସ୍ୱପ୍ନ ଆମ ମହାମନିସି ମାନେ ଦେଖିଥିଲେ । ଯେଉଁ ସଂକଳ୍ପ ନେଇ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା । ତାହାର ଲକ୍ଷ୍ୟ ଓ ମୂଲ୍ୟବୋଧକୁ ପ୍ରାସଙ୍ଗିକ କରିବା ଆଜିର ଲାଗି ଯୁବ ଶକ୍ତି ଓ ଜନସାଧାରଣ ସମର୍ପିତ ହୁଅନ୍ତୁ । ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହିସାବରେ ଗଣତନ୍ତ୍ରକୁ କିଭଳି ଭାବେ ଅଧିକ ଶକ୍ତିଶାଳୀ କରିପାରିବ ସେ ନେଇ ସଂକଳ୍ପ ନେବ । ସଂକଳ୍ପିତ ଭାରତ ବର୍ଷ ଗଠନରେ ଓଡ଼ିଶାର ଯୋଗଦାନକୁ ଆଗକୁ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.