ETV Bharat / state

ମହାନଦୀ ଡଙ୍ଗା ଟ୍ରାଜେଡି; 2 ମୃତ 5 ନିଖୋଜ, ଛତିଶଗଡରୁ ଆସିଥିଲେ ପିକନିକ୍‌ - Mahanadi Boat Capsize

author img

By ETV Bharat Odisha Team

Published : Apr 19, 2024, 4:53 PM IST

Updated : Apr 19, 2024, 11:06 PM IST

Boat Capsize in Mahanadi river in Jharsuguda  several missing
Boat Capsize in Mahanadi river in Jharsuguda several missing

Mahanadi Boat Capsize: ମହାନଦୀରେ ଡଙ୍ଗା ବୁଡି । ଏହି ଅଘଟଣରେ 2ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି 5 ଜଣ ନିଖୋଜ ରହିଥିବା ନେଇ ସୂଚନା ରହିଛି । ଉଦ୍ଧାର କାର୍ଯ୍ୟ ଜୋରଦାର ରହିଛି । ଅଧିକ ପଢନ୍ତୁ

Mahanadi Boat Capsize

ଝାରସୁଗୁଡା/ବରଗଡ: ମହାନଦୀରେ ଅଘଟଣ । ଝାରସୁଗୁଡା ଲଖନପୁର ବ୍ଲକ ଶରଧା ନିକଟରେ ମହାନଦୀରେ ଡଙ୍ଗା ବୁଡି ଯାଇଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି 5 ଜଣ ଏବେବି ନିଖୋଜ ରହିଛନ୍ତି । ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଜୋରଦାର ରହିଛି । ସ୍ଥାନୀୟ ମତ୍ସ୍ୟଜୀବୀ, ଓଡ୍ରାଫ ଟିମ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । 40 ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଆଜି (ଶୁକ୍ରବାର) ଛତିଶଗଡ଼ ରାଜ୍ୟର ଅତରଲିଆ ଗ୍ରାମର କିଛି ଲୋକେ ପିକନିକ ପାଇଁ ବରଗଡ ଜିଲ୍ଲା ଅମ୍ବାଭୋନା ସ୍ଥିତ ପଥରସିନୀ ଠାରେ ଆସୁଥିବା ବେଳେ ଝାରସୁଗୁଡା ଲଖନପୁର ବ୍ଲକ ଶରଧା ନିକଟରେ ଯାତ୍ରୀବାହୀ ଡଙ୍ଗାଟି ବୁଡି ଯାଇଥିଲା । ଏହି ସମୟରେ ଡଙ୍ଗାରେ ପାଖାପାଖି 50 ଜଣ ଯାତ୍ରୀ ଥିବା ଜଣାପଡିଛି । ସମସ୍ତ ବ୍ୟକ୍ତି ପଡୋଶୀ ରାଜ୍ୟ ଛତିଶଗଡର ।

ଡଙ୍ଗାରେ ମହିଳା, ପୁରୁଷ ଓ ଛୋଟ ପିଲା ଓ ବଡ ପିଲା ମଧ୍ୟ ରହିଥିଲେ । ଏବେସୁଦ୍ଧା 2 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି 5 ଜଣ ନିଖୋଜ ରହିଛନ୍ତି । ମୃତକ ମଧ୍ୟରେ ଜଣେ ମହିଳା ରହିଛନ୍ତି । ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଜୋରଦାର ରହିଛି । ସ୍ଥାନୀୟ ମତ୍ସ୍ୟଜୀବୀ, ଓଡ୍ରାଫ ଟିମ, ଅଗ୍ନିଶମ ଟିମ୍ ପ୍ରମୁଖ ଘଟଣାସ୍ଥଳରେ ନିୟୋଜିତ ରହି ଉଦ୍ଧାର କାର୍ଯ୍ୟ ଜୋରଦାର ଚଳାଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ମଝି ନଈରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ 100ରୁ ଅଧିକ ଯାତ୍ରୀ

ଘଟଣାସ୍ଥଳରେ ଝାରସୁଗୁଡା ଏସପି ଉପସ୍ଥିତ ରହି ସମୀକ୍ଷା କରୁଛନ୍ତି । ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ କ୍ଷମତାରୁ ଅଧିକ ଲୋକଙ୍କୁ ନେଇ ଯିବା ଏବଂ ଡ଼ଙ୍ଗାରେ ପାଣି ଭର୍ତ୍ତି ହୋଇଯିବା କାରଣରୁ ଏହି ଅଘଟଣ ଘଟିଥିବା କହିଛନ୍ତି ଉଦ୍ଧାର ହୋଇଥିବା ଲୋକେ । ସେମାନଙ୍କ କହିବାନୁଯାୟୀ, ଉକ୍ତ ଡ଼ଙ୍ଗାର କ୍ଷମତା 35 ଜଣ ରହିଥିବା ବେଳେ ପାଖାପାଖି 50 ଜଣ ଡ଼ଙ୍ଗାରେ ଥିଲେ । ପ୍ରଥମେ ଡ଼ଙ୍ଗାରେ ପାଣି ଭର୍ତ୍ତି ହେବାକୁ ଲାଗିଥିଲା ଏବଂ ଗୋଟେପଟ ବୁଡିବାକୁ ଲାଗିବାରୁ ସମସ୍ତେ ଭୟଭୀତ ହୋଇ ଏପଟସେପଟ ହେବାରୁ ଡ଼ଙ୍ଗାଟି ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା l

ମହାନଦୀରେ ମାଛ ଧରୁଥିବା କିଛି ମତ୍ସ୍ୟଜୀବୀ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଏବେବି 5 ଜଣ ନିଖୋଜ ରହିଛନ୍ତି l ଘଟଣା ସ୍ଥଳକୁ ଉଭୟ ଛତିଶଗଡ଼ ଓ ଓଡିଶା ରାଜ୍ୟର ଅଗ୍ନିଶମ ବିଭାଗ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜଙ୍କ ମଧ୍ୟରୁ 4 ଜଣ ମହିଳା ରହିଥିବା ବେଳେ 3 ଜଣ ଛୋଟ ବଡ଼ ଛୁଆ ଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଆହତମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ପଠାଯାଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା/ ବରଗଡ

Last Updated :Apr 19, 2024, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.