ETV Bharat / state

ରାଜ୍ୟରେ ଟିକେଟରୁ ବାଦ ପଡିଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪ ବିଜେପି ସାଂସଦ - 4 BJP MP denied ticket

author img

By ETV Bharat Odisha Team

Published : Mar 24, 2024, 11:03 PM IST

4 BJP MP denied ticket for ls polls in state: ରାଜ୍ୟରେ ଟିକେଟରୁ ବାଦ ପଡିଲେ ୪ ବିଜେପି ସାଂସଦ । ବଦଳରେ କିଏ ହାତେଇଲା ଟିକେଟ ? ଅଧିକ ପଢନ୍ତୁ

ରାଜ୍ୟରେ ଟିକେଟରୁ ବାଦ ପଡିଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪ ବିଜେପି ସାଂସଦ
ରାଜ୍ୟରେ ଟିକେଟରୁ ବାଦ ପଡିଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪ ବିଜେପି ସାଂସଦ

ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି 5ମ ପର୍ଯ୍ୟାୟରେ ଓଡିଶାରେ ୧୮ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମୋଟ ୪ଜଣ ସାଂସଦ ବାଦ ପଡ଼ିଛନ୍ତି । ସେମାନେ ହେଉଛନ୍ତି ସମ୍ୱଲପୁର ସାଂସଦ ନୀତିଶ ଗଙ୍ଗଦେବ, ବରଗଡ଼ର ସୁରେଶ ପୂଜାରୀ, କଳାହାଣ୍ଡିର ବସନ୍ତ ପଣ୍ଡା, ମୟୂରଭଞ୍ଜର ବିଶ୍ୱେଶ୍ୱର ଟୁଡୁ । ଗତଥର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ମଧ୍ୟ ଏଥର ବାଦ ପଡିଛନ୍ତି । ତାଙ୍କ ବଦଳରେ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି । ପ୍ରଦୀପ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ।

ସେହିପରି ସମ୍ୱଲପୁରରୁ ନୀତିଶ ଗଙ୍ଗଦେବଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୈଦାନକୁ ଓହ୍ଲାଇବେ । ଧର୍ମେନ୍ଦ୍ରଙ୍କୁ ନେଇ ଯାହା ଚର୍ଚ୍ଚା ଓ ଆକଳନ ହେଉଥିଲା ତାହା ଠିକ ସାବ୍ୟସ୍ତ ହୋଇଛି । ବରଗଡ଼ରୁ ସୁରେଶ ପୂଜାରୀଙ୍କ ବଦଳରେ ପ୍ରଦୀପ ପୁରୋହିତ ଲଢ଼ିବେ । ପ୍ରଦୀପଙ୍କ ପାଇଁ ଏହା ଏସିଡ ଟେଷ୍ଟ ହେବ । ପଦ୍ମପୁରରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦୀପ ସେହି ଆସନରୁ ୨୦୧୯ ଓ ୨୦୨୩ ଉପ-ନିର୍ବାଚନ ଲଢ଼ି ହାରିଥିଲେ । କିନ୍ତୁ ଭଲ ଫାଇଟ ଦେଇଥିଲେ ପ୍ରଦୀପ ।

ଏହା ମଧ୍ୟ ପଢନ୍ତୁ :- 5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ - BJP releases 5th list

କଳାହାଣ୍ଡି ଲୋକସଭା କ୍ଷେତ୍ରରୁ ଦଳର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପରିବର୍ତ୍ତେ ମାଳବିକା କେଶରୀ ଦେବଙ୍କୁ ଟିକେଟ ଦେଇ ରାଜପରିବାରକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ଦଳ । ଅନ୍ୟପକ୍ଷରେ କୋଭିଡଜନିତ ଅନେକ ଜଟିଳ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି କଳାହାଣ୍ଡି ବିଧାୟକ ପ୍ରଦୀପ୍ତ ନାୟକ । ତାଙ୍କ ସ୍ଥାନରେ କଳାହାଣ୍ଡି ବିଧାନସଭା କ୍ଷେତ୍ରରୁ ବସନ୍ତ ପଣ୍ଡା ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ବିଭିନ୍ନ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉପରେ ସନ୍ତୁଷ୍ଟ ନଥିଲେ ଦଳୀ ନେତୃତ୍ୱ । ତେଣୁ ଦଳ ମୟୂରଭଞ୍ଜରେ ନବ ଚରଣ ମାଝୀଙ୍କୁ ତାଙ୍କ ବିକଳ୍ପ ଭାବେ ପ୍ରାର୍ଥୀ କରିଛି । ନବ ଚରଣ ମାଝୀ ବିଜେଡିରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ରହିଥିଲା । ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ବିଶ୍ଵ ଭାଷା ସମ୍ମିଳନୀରେ ଏକମାତ୍ର ବିଜେପି ବିଧାୟକ ଭାବେ ନବ ଚରଣ ମାଝୀ ସାମିଲ ହୋଇଥିଲେ । ନବଙ୍କ ବିଜେଡି ସାମିଲ ଚର୍ଚ୍ଚାକୁ ଅଧିକ ବଢ଼େଇ ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.