ETV Bharat / state

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା 3 ଜୀବନ - Sundargarh Accident

author img

By ETV Bharat Odisha Team

Published : Apr 26, 2024, 8:51 PM IST

Road Accident in Sundargarh
Road Accident in Sundargarh

Road Accident in Sundargarh: ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିରମିତ୍ରପୁରରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Road Accident in Sundargarh

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୃଥକ ପୃଥକ ସଡକ ଦୁର୍ଘଟଣା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ । ଆଜି ସୁନ୍ଦରଗଡ଼ ଜିଲ୍ଲା ଦରଲୀପଲି ଠାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ସେହିପରି ଆଜି ବିରମିତ୍ରପୁରରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳ 9ଟା ବେଳେ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ କଲୋନୀ ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ସ୍ଥାନୀୟ ଭଷ୍ମା ଥାନା ଦାରଲୀପଲ୍ଲୀ ଅଞ୍ଚଳର ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଏବଂ ରୂପକ ଧାରୁଆ ବାଇକରେ ଘରକୁ ଯାଉଥିଲେ । ସେହି ସମୟରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାକୁ ନେଇ ଆଜି ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକମାନେ ବେପରୁଆ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ସହିତ କ୍ଷତିପୂରଣ ଦାବିରେ ପାୱାର ପ୍ଲାଣ୍ଟ ନିକଟରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଯାନ ବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଟ୍ରେନରୁ ଖସି ପଡିଲେ ସହାୟକ ଅଡିଟର, ଚାଲିଗଲା ଜୀବନ - ASST AUDITOR DIED

ସେହିପରି ଆଜି ବିରମିତ୍ରପୁରରେ ଦୁଇଟି ଟ୍ରକ ୧୪୩ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ସେହି ସମୟରେ ଯାଉଥିବା ଜଣେ ସ୍କୁଟି ଚାଳକ ଦୁଇ ଟ୍ରକ ମଧ୍ୟରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ସେହିପରି ଆଜି ବଲାଙ୍ଗୀର ଜିଲ୍ଲା ସମବାୟ ସମିତି ଅଡିଟ କାର୍ଯ୍ୟାଳୟର ସହାୟକ ଅଡିଟରଙ୍କ ଟ୍ରେନ ତଳେ ପଡି ମୃତ୍ୟୁ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ତାଙ୍କର ମୃତ୍ୟୁ ଖବରରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ସତ୍ତ୍ୱେ ତାଙ୍କର ଚକ୍ଷୁ ଦାନ କରି ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.