ETV Bharat / state

ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ ଘଟଣା,14 ଅଭିଯୁକ୍ତ ଗିରଫ - attack on police

author img

By ETV Bharat Odisha Team

Published : Apr 14, 2024, 9:48 AM IST

Updated : Apr 14, 2024, 11:05 AM IST

Accused Arrested: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ ଘଟଣା । 14 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ
ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ

Accused Arrested

ବରଗଡ: ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ କରିବା ପଡ଼ିଲା ମହଙ୍ଗା l ଗୋଟିଏ ଗ୍ରାମର 14 ଅଭିଯୁକ୍ତ ଗିରଫ l ତେବେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାକୁ ଯାଇ ଅପରାଧୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସଙ୍ଘବଦ୍ଧ ଆକ୍ରମଣର ଶିକାର ହୋଇଥିଲା ପୋଲିସ l ଏହି ଘଟଣାକୁ ନେଇ ନିତ୍ୟାନନ୍ଦପୁର ଗ୍ରାମକୁ ପୋଲିସ ଫୋର୍ସ ଚଢ଼ାଉ କରି ଆକ୍ରମଣରେ ସାମିଲ ଥିବା 14 ଜଣ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି l ଏଥିସହ ସେମାନଙ୍କ ଠାରୁ 8 ଗୋଟି ବାଇକ, 2ଟି କାର, 15 ହଜାର ଟଙ୍କା ନଗତ ସହିତ 3 କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଏନେଇ ଗତକାଲି(ଶନିବାର) ଏକ ସାମ୍ବାଦିକ ସମ୍ବିଳନୀରେ ଏସପି ପ୍ରହଲ୍ଲାଦ ସାହାୟୀ ମୀନା ସୂଚନା ଦେଇଛନ୍ତି l

ସୂଚନା ଅନୁଯାୟୀ, 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଝାରବନ୍ଧ ପୋଲିସ ପ୍ରତିଦିନ ଜିଲ୍ଲାର ଡଭାଛକ ଠାରେ ପାଟ୍ରୋଲିଂ ସହିତ ନାକାବନ୍ଦୀ କରି ଆସୁଛି l ଏନେଇ ଗତ 11 ତାରିଖରେ ଝାରବନ୍ଧ ପୋଲିସ ଡଭାଛକ ଠାରେ ନାକାବନ୍ଦୀ ଚଲାଇ ଥିବାବେଳେ ରାତି ପ୍ରାୟ 11.45 ମିନିଟ ସମୟରେ ଦୁଇଗୋଟି ବାଇକ ପୋଲିସକୁ ଦେଖି ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ l ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ଉଭୟ ବାଇକ ଆରୋହୀଙ୍କୁ କାବୁ କରିଥିବାବେଳେ ସେମାନଙ୍କ ଠାରୁ 3 କେଜି ଗଞ୍ଜେଇ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମହଙ୍ଗା ପଡିଲା ବୋତଲ ଓ ଢେଲା ମାଡ, ଭୁବନେଶ୍ୱରରୁ ୫୪ ମହିଳା ଗିରଫ

ଏହା ମଧ୍ୟ ପଢନ୍ତୁ-ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, 4 ପୋଲିସ କର୍ମୀ ଆହତ

ଏଥିସହ ପୋଲିସ ଗଞ୍ଜେଇ ବ୍ୟାପାରର ମୁଖ୍ୟ ଅଭିଯୁ୍କ୍ତ ଘରେ ତଦନ୍ତ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତର 25 ଜଣ ସମ୍ପର୍କୀୟମାନେ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଥିଲେ l ତେବେ ଏହି ଆକ୍ରମଣରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ 25 ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସହ ମୋଟ 14 ଜଣକୁ ଗିରଫ କରିଛି ପୋଲିସ । ତେବେ ପୁରା ନିତ୍ୟାନନ୍ଦପୁର ଗ୍ରାମକୁ ପୋଲିସ ଛାଉଣୀରେ ରଖାଯାଇଥିବା ବେଳେ ଘରକୁ ଘର ଯାଇ ଆକ୍ରମଣକାରୀ ମାନଙ୍କୁ ଗିରଫ କରାଯାଉଛି l ଏନେଇ ବରଗଡ଼ ଏସପି ଅଫିସ କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ପୋଲିସ DIG ହିମାଂଶୁ ଲାଲ ଏବଂ ବରଗଡ଼ ଏସପିଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବରଗଡ

Last Updated : Apr 14, 2024, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.