ETV Bharat / state

ମହଙ୍ଗା ପଡିଲା ବୋତଲ ଓ ଢେଲା ମାଡ, ଭୁବନେଶ୍ୱରରୁ ୫୪ ମହିଳା ଗିରଫ

author img

By ETV Bharat Odisha Team

Published : Nov 4, 2023, 8:10 AM IST

ଇଞ୍ଜଣା ପଞ୍ଚାୟତରେ ଗୋଷ୍ଠି ସଂଘର୍ଷ ଘଟଣାରେ ୫୪ ଜଣ ମହିଳାଙ୍କୁ ଗିରଫ । ମହଙ୍ଗା ପଡିଲା ପୋଲିସକୁ ଆକ୍ରମଣ । ଅଧିକ ପଢନ୍ତୁ

ମହଙ୍ଗା ପଡିଲା ବୋତଲ ଓ ଢେଲା ମାଡ, ଭୁବନେଶ୍ୱରରୁ ୫୪ ଜଣ ମହିଳାଙ୍କୁ ଗିରଫ
ମହଙ୍ଗା ପଡିଲା ବୋତଲ ଓ ଢେଲା ମାଡ, ଭୁବନେଶ୍ୱରରୁ ୫୪ ଜଣ ମହିଳାଙ୍କୁ ଗିରଫ

ମହଙ୍ଗା ପଡିଲା ବୋତଲ ଓ ଢେଲା ମାଡ, ଭୁବନେଶ୍ୱରରୁ ୫୪ ଜଣ ମହିଳାଙ୍କୁ ଗିରଫ

ଭୁବନେଶ୍ୱର: ଝିମିଟି ଖେଳରୁ ମହାଭାରତ । ମହାଙ୍ଗା ପଡିଲା ରାଜନୈତିକ ବିବାଦରୁ ଗାଁ ଗଣ୍ଡଗୋଳ । ଭୁବନେଶ୍ୱରରୁ ୫୪ ମହିଳାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଖସିଗଲେ ନେତା ଗିରଫ ହେଲେ ଗାଁ ଲୋକେ । ମଞ୍ଚେଶ୍ୱର ଥାନା ଇଞ୍ଜଣା ପଞ୍ଚାୟତର ପଦ୍ମକେଶରପୁର ଗାର ୫୪ଜଣ ମହିଳାଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଏନେଇ ସୂଚନା ଦେଇ ଏସିପି ଗୌତମ କିଶାନ ।

ସେ କହିଛନ୍ତି,"ଗତ ୨୬.୧୦.୨୦୨୩ରେ ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜାଇବା ଓ ବୋତଲ ଓ ଢେଲା ମାଡ ସହ ପୋଲିସ ଉପରକୁ ଆକ୍ରମଣ କରିବା ଘଟଣାରେ ଗିରଫ କରାଯାଇଛି । ଆବଶ୍ୟକ ପଡିଲେ ଆହୁରି ମଧ୍ୟ ଗିରଫ ହୋଇପାରନ୍ତି । ତେବେ ଏହା ପୂର୍ବରୁ ସେହି ଗାଁର ୭୭ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏପରିକି ଏହା ପୂର୍ବରୁ ଗତ ସେପ୍ଟେମ୍ୱରରେ ମଧ୍ୟ ଏହିପରି ପରିସ୍ଥିତି ଉପୁଜାଇ ୧୨ଜଣଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ ।

ସୂଚନା ଅନୁଯାୟୀ ଗତ ୨୬.୧୦.୨୦୨୩ ରିଖ ମଧ୍ୟ ରାତ୍ରିରେ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ଇଞ୍ଜଣା ପଞ୍ଚାୟତରେ ଥିବା ପଦ୍ମକେଶରୀପୁର ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୋଇଥିଲା । ଏହି ଗଣ୍ଡଗୋଳରେ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକାପଥର ଏବଂ ବୋତଲ ମାଡ଼ କରିଥିଲେ । ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ଉଭୟ ଗୋଷ୍ଠୀର କିଛି ଲୋକ ଗୁରୁତର ଆହତ ହୋଇଥିଲେ । ଖବରପାଇ ମଞ୍ଚେଶ୍ବର‌ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଳିତା । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ବେଳେ ପୋଲିସ ମଧ୍ୟ ଏହି ଗଣ୍ଡଗୋଳର ଶିକାର‌ ହୋଇଥିଲା । ପୋଲିସ ଉପରକୁ ମଧ୍ୟ ଢେଲା ପଥର ବାଜିଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଏହା ଭିତରେ ରାଜନୈତିକ ବିବାଦ ରହିଥିଲା । ଗତ ପଞ୍ଚାୟତ ନିର୍ବାଚନ ପରଠୁ ପୂର୍ବତନ ସରପଞ୍ଚ ପ୍ରାର୍ଥୀ ହାରିବା ପରେ ନୂତନ ସରପଞ୍ଚ ଯୋଗଦେବା ପରଠୁ ଉଭୟଙ୍କ ମଧ୍ୟରେ ଏକ କଡ଼ା ଟକର ପରିସ୍ଥିତି ଲାଗି ରହିଥିଲା । ତେବେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ପରିସ୍ଥିତି ପଛରେ ରାଜନୈତିକ ନେତାଙ୍କ ଗଣ୍ଡଗୋଳ ରହିଥିଲେ ମଧ୍ୟ ଏଯାବତ ଜଣେ ବି ରାଜନୈତିକ ବ୍ୟକ୍ତି ଗିରଫ ହୋଇନାହିଁ । ଲୋକଙ୍କ ଭିତରେ‌ ଗଣ୍ଡଗୋଳ ଯୋଗୁ ତାଙ୍କୁ ଗିରଫ ଦାରି ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ....ଲଭ-ସେକ୍ସ-ଧୋକା: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

ଏହି ଘଟଣା ତିନି ତିନି ଥର ଏଇଭଳି ପରିସ୍ଥିତି ହେବାରୁ ୩ଟି କେସ ଆଧାରରେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ପୂର୍ବରୁ ଉଭୟ ଗୋଷ୍ଠୀର ୭୭ ଜଣ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ୫୪ ଜଣ ମହିଳା ଏବଂ ୩ ଜଣ ପୁରୁଷଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଭୟ ଗୋଷ୍ଠୀର ଏଯାବତ ୮୦ ଜଣ ପୁରୁଷଙ୍କ ସମେତ ୫୪ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ତେବେ ପଞ୍ଚାୟତ ନିର୍ବାଚନର ପରିସ୍ଥିତି ଏପରି ପ୍ରତିଫଳନ ପରେ ଏବେ ଆଗକୁ ସାଧାରଣ ନିର୍ବାଚନରେ ପୋଲିସ ଆଗକୁ ଆହୁରି କଠୋର ହେବାର ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.