ETV Bharat / state

ପଞ୍ଚାୟତ ବିକାଶରେ ବାଧକ ସାଜୁଛି ପ୍ରଶାସନ, ରାଜ୍ୟପାଳଙ୍କୁ ଫେରାଦ ହେଲେ ସରପଞ୍ଚ

author img

By ETV Bharat Odisha Team

Published : Feb 2, 2024, 7:00 AM IST

Sarpanch Meets Governor: ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟାପାଳଙ୍କୁ ଫେରାଦ ହେଲେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୧୨ ସରପଞ୍ଚ । ପ୍ରଶାସନ ସହଯୋଗ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ପଞ୍ଚାୟତର ବିକାଶରେ ବାଧକ ସାଜୁଛି ପ୍ରସାଶନ , ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ସମର୍ଥିତ ସରପଞ୍ଚ
ପଞ୍ଚାୟତର ବିକାଶରେ ବାଧକ ସାଜୁଛି ପ୍ରସାଶନ , ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ସମର୍ଥିତ ସରପଞ୍ଚ

ପଞ୍ଚାୟତର ବିକାଶରେ ବାଧକ ସାଜୁଛି ପ୍ରସାଶନ , ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ସମର୍ଥିତ ସରପଞ୍ଚ

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟିଲେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ସମର୍ଥିତ ୧୨ ସରପଞ୍ଚ । ସରପଞ୍ଚ ମାନେ ପଞ୍ଚାୟତରେ ବିକାଶ କାମ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଛନ୍ତି । ଏହାସହ ଆମେ ନାମକୁ ମାତ୍ର ସରପଞ୍ଚ ଆମ କଥା କେହି ଶୁଣିବାକୁ ନାହାଁନ୍ତି ଏବଂ ଦଳୀୟ ଆଧାରରେ ସରକାରୀ ଯୋଜନାର ବଣ୍ଟନ କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ବିଜେପି ସମର୍ଥିତ ସରପଞ୍ଚ । ଗତକାଲି ଏ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ।

ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥାର ହତ୍ୟା କରାଯାଉଛି । ପଞ୍ଚାୟତକୁ ପଞ୍ଚାୟତିରାଜ ବିଭାଗରୁ ଆସୁଥିବା ଅର୍ଥକୁ ସରପଞ୍ଚ ମାନଙ୍କୁ ରାଜ୍ୟ ସରକାର ଖର୍ଚ୍ଚ କରିବାକୁ ଦେଉନାହାନ୍ତି । କେବଳ ବିଜେପି ସରପଞ୍ଚ ଓ ସମିତି ସଭ୍ୟମାନଙ୍କର କଥାକୁ କର୍ଣ୍ଣପାତ କରୁନାହାନ୍ତି ବିଡ଼ିଓ । ଯେତିକି ଖର୍ଚ୍ଚ ହେଉଛି, ତାହା ଦଳୀୟ ଆଧାରରେ ପଞ୍ଚାୟତକୁ ଆସୁଥିବା ପଇସା ଖର୍ଚ୍ଚ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି ।

ତେବେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ବିଡ଼ିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜେଇ ମାନେ ଦଳୀୟ ଆଧାରରେ ବଣ୍ଟନ କରୁଛନ୍ତି । ପଞ୍ଚାୟତରେ କୌଣସି ବିକାଶ କାମ ହୋଇପାରୁନାହିଁ । 2 କୋଟି 50 ଲକ୍ଷ ଟଙ୍କା ପଞ୍ଚାୟତ ଆକାଉଣ୍ଟରେ ପଡ଼ି ରହିଛି । ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ବିକାଶ କାମରେ ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ବାଧକ ସାଜିଛନ୍ତି ଏଭଳି କହି ଆଜି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ,ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ।

ଏହା ମଧ୍ୟ ପଢନ୍ତୁ .....'ଗାଁକୁ ଚାଲ' ଅଭିଯାନ, ଗଞ୍ଜାମରେ ଲୋକଙ୍କୁ ସଚେତନ କରିବେ ବିଜେପି କର୍ମୀ



ବିଜେପି କହିଛି, ‘‘କେନ୍ଦ୍ରରୁ ଆସୁଥିବା ଅର୍ଥ ବିକାଶ କାମରେ ଖର୍ଚ୍ଚ ହେଲେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇ ଯିବେ । ସେଥିପାଇଁ ବିଜେଡ଼ି ସରକାର ଅର୍ଥ ଖର୍ଚ୍ଚ କରିବାକୁ ଦେଉନାହାନ୍ତି । ପଞ୍ଚଦଶ ଅର୍ଥ କମିଶନ ପରେ ପଞ୍ଚାୟତକୁ କୋଟି କୋଟି ଟଙ୍କା ଆସୁଛି । ଏହି ପଇସା କାଳେ ବିଜେପି ସମର୍ଥିତ ସରପଞ୍ଚ ମାନଙ୍କ ଦ୍ଵାରା ଖର୍ଚ୍ଚ ହେଲେ ଲୋକ ମୋଦିଙ୍କ ପ୍ରତି ଆକର୍ଷିତ ହେବେ । ସେଥିପାଇଁ ବିଜେଡ଼ି ସରକାର ରାଗ ରଖି ସରପଞ୍ଚଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ଦେଉନାହିଁ’’ ।

ସେପଟେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,"ଆମେ ଏ ସବୁ ବିଷୟରେ ଅବଗତ କରାଇବା ବେଳେ ରାଜ୍ୟପାଳ ମଧ୍ୟ କହିଲେ, ମୁଁ ସବୁ ଜିଲ୍ଲା ବୁଲୁଛି ସମାନ ଅଭିଯୋଗ ଦେଖୁଛି । ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.