ETV Bharat / state

ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

author img

By ETV Bharat Odisha Team

Published : Mar 6, 2024, 8:30 PM IST

ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

108 Ambulance Workers Stage Protest in Kalahandi: ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଜି କଳାହାଣ୍ଡି ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ,

ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭବାନୀପାଟଣା: ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଜି କଳାହାଣ୍ଡି ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଶ୍ରମ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଚିକିତ୍ସା ହେଲଥ କେୟାର ଅଧିନରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନେ ଆଜକୁ ପ୍ରାୟ ଏକ ଦଶନ୍ଧି ଧରି ୧୦୮ ଆମ୍ବୁଲାନ୍ସ କାର୍ଯ୍ୟ କରି ଆସୁଛନ୍ତି । ଜିଲ୍ଲାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ସାରା ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ମାସିକ ୧୦ ହଜାର ଟଙ୍କାରୁ କମ୍ ଦରମା ମିଳୁଥିବା ବେଳେ ପରିବାର ପୋଷଣ ପାଇଁ ଦରମା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ କରିଛନ୍ତି ।

ନିଯୁକ୍ତି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅନେକ ବାର ଦରମା ବୃଦ୍ଧି ସାଙ୍ଗକୁ ଅବସରକାଳୀନ ଭତ୍ତା ଓ ଜୀବନ ବୀମା ଲାଗୁ କରିବା ପାଇଁ ସେମାନେ ଦାବି କରି ଆସୁଛନ୍ତି । ତେବେ ଏହି କର୍ମଚାରୀ ମାନଙ୍କୁ ଘରୋଇ କମ୍ପାନୀ ଚିକିତ୍ସା ହେଲଥ କେୟାର ନିଯୁକ୍ତି ପ୍ରଦାନ କରିଥିଲେ । ତେବେ ସେହି କମ୍ପାନୀ ତାଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ଆସିଛି । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଆର୍ଥିକ ବ୍ୟବସ୍ଥା ଅନୁଯାୟୀ କର୍ମଚାରୀଙ୍କୁ ସରକାରୀ ସହାୟତା ସହିତ ଶ୍ରମ କାର୍ଯ୍ୟକୁ ଦେଖି ପାରିଶ୍ରମିକ ଯୋଗାଇ ଦେବାକୁ ଦାବି କରିଛନ୍ତି। ଆମ୍ବୁଲାନ୍ସ କର୍ମଚାରୀମାନେ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଶ୍ରମ ଅଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଦାବି ପୂରଣ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦରମା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ହେଲେ ଏହି କର୍ମଚାରୀଙ୍କ ଦାବି ପ୍ରତି କେହିବି ସମ୍ବେଦନଶୀଳ ହୋଇ ବିଚାର କରୁନଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ସୁସ୍ଥ ସମାଜ ଗଠନରେ ଆଶା କର୍ମୀ ପ୍ରମୁଖ: ମେୟର

ମହାମାରୀ କୋରୋନା ସମୟରେ ମଧ୍ୟ ନିର୍ଭିକ ଭାବେ ରୋଗୀ ସେବାର କଥା ହେଉ କିମ୍ବା ଆମ୍ବୁଲାନ୍ସରେ ରୋଗୀମାନଙ୍କୁ ନେବା ଆଣିବା କରିବା ସହିତ ଅଖିଆ ଅପିଆରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ସବୁବେଳେ ଆମ୍ବୁଲାନ୍ସ କର୍ମଚାରୀ ତତ୍ପର ରହିଛନ୍ତି । ତେବେ କୋରୋନା ସମୟ ଭିତରେ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବିକୁ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଇତି ମଧ୍ୟରେ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଏହି କର୍ମଚାରୀଙ୍କ ଦାବି ଆଜି ଯାଏଁ ପୂରଣ କରାଯାଇ ନଥିବା ଅଭିଯୋଗ କରିଛନ୍ତି । ସେପଟେ କଳାହାଣ୍ଡି ଭଳି ଏକ ଉପାନ୍ତ ଇଲାକାରେ ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ରାସ୍ତା ନଥିବା ଅଞ୍ଚଳକୁ ଯାଇ ସେଠାରେ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ରୋଗୀଙ୍କୁ ସୁରକ୍ଷିତ ଭାବରେ ମେଡିକାଲରେ ପହଞ୍ଚାଇ ସେବା ଯୋଗାଇ ଦେଇଛନ୍ତି । ରୋଗୀଙ୍କ ଅମୂଲ୍ୟ ଜୀବନ ବଞ୍ଚାଉଥିବା ବେଳେ ଏ ମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସତେ ଯେମିତି ସରକାର କିମ୍ବା ଦାୟୀତ୍ୱରେ ଥିବା କମ୍ପାନୀ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.