ETV Bharat / state

ବାଇକରେ ଅନୁଗୋଳ ଆସୁଥିଲେ 3 ସାଙ୍ଗ, ପିକଅପ ଭ୍ୟାନ ଧକ୍କାରେ ଚାଲିଗଲା ଜଣକଙ୍କ ଜୀବନ - Dhenkanal accident

author img

By ETV Bharat Odisha Team

Published : Apr 8, 2024, 12:43 PM IST

Dhenkanal accident
Dhenkanal accident

Dhenkanal accident: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ରଥପଦା ଛକ ନିକଟରେ ଦୁର୍ଘଟଣା । ପିକଅଅ ଭ୍ୟାନ ଓ ବାଇକ ମଧ୍ୟରେ ଧକ୍କା । ଜଣେ ମୃତ, 2 ଗୁରୁତର । ଆଠଗଡରୁ ଅନୁଗୋଳ ଯାଉଥିଲେ 3 ସାଙ୍ଗ । ଅଧିକ ପଢନ୍ତୁ

Dhenkanal accident

ଢେଙ୍କାନାଳ: ସଡକ ଦୁର୍ଘଟଣାରେ ଚାଲିଗଲା ସାଙ୍ଗର ଜୀବନ । ଢେଙ୍କାନାଳ ଜିଲ୍ଲା ରଥପଦା ନିକଟରେ ଆଜି (ସୋମବାର) ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକକୁ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ.. ନାଳକୁ ଖସିଲା ମୋ ବସ, ୨୦ ଜଣ ଯାତ୍ରୀ ଆହତ - Mo Bus Accident

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ବାଇକରେ 3 ଜଣ ସାଙ୍ଗ ଆଠଗଡରୁ ଅନୁଗୋଳ ଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ରଥପଦା ଛକ ନିକଟରେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ବେଳେ ବାଇକଟିକୁ ଧକ୍କା ଦେଇଥିଲା । ବାଇକରେ ଯାଉଥିବା 3 ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟଲୋକେ ପୋଲିସ ଓ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ୟପଟେ ମୃତକ ଜଣକ ସୂର୍ଯ୍ୟକାନ୍ତ ଘଡେଇ ହୋଇଥିବା ବେଳେ ଗୁରୁତର 2 ଜଣ ଗଙ୍ଗା ନାଏକ ଓ ସୁମନ ନାଏକ ବୋଲି ଜଣାପଡିଛି । ଏମାନେ ସମସ୍ତେ ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟପଦା ଗ୍ରାମର ଅଟନ୍ତି । ମୃତକ ଓ ଆହତ 3 ଜଣଯାକ ସାଙ୍ଗ ଅଟନ୍ତି । ଜଣେ ସାଙ୍ଗକୁ ଅନ୍ୟ 2 ଜଣ ସାଙ୍ଗ ବାଇକ ଯୋଗେ ଅନୁଗୁଳରେ ଛାଡିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଘାଟିରେ ପିଟି ହେଲା ଯାତ୍ରୀବାହୀ ବସ, ୨୦ରୁ ଅଧିକ ଆହତ - Bus Accident In Duarsuni Ghat

ଭାପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାସ୍ଥଳରୁ ପିକଅପ ଭ୍ୟାନ ଓ ବାଇକକୁ ଜବତ କରାଯାଇଛି । ପିକଅପ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ରହିଛି । ଅନ୍ୟପଟେ ପୋଲିସ ଆହତ ଓ ମୃତକଙ୍କ ପରିବାରକୁ ଏନେଇ ଖବର ଦେବା ପରେ ପରିବାର ଲୋକେ ଢେଙ୍କାନାଳ ଡାକ୍ତରଖାନାରେ ପହଞ୍ଚିଛନ୍ତି । ସେଠାରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.